ପୁଣି ରାଜନୀତି ମୈଦାନଙ୍କୁ ଫେରିବେ ସିଦ୍ଧାନ୍ତ, ସବୁଦିନ ପାଇଁ ବିଦା ହେବେ ଅନୁଭବ, ଦେଖନ୍ତୁ ଭିଡିଓ...

After a long gap Sidhanta Mohapatra to enter into politics again

ଓଡ଼ିଆ ଗସିପ ବ୍ୟୁରୋ: ସରଗରମ ହେଉଛି ଗଞ୍ଜାମ ରାଜନିତୀ । ଗଞ୍ଜାମ ରାଜନିତୀରେ ଏଣ୍ଟ୍ରି କରିବେ ସିଦ୍ଧାନ୍ତ । ସିଦ୍ଧାନ୍ତ ଜିଲ୍ଲା ବିଜେଡି ସଭାପତି ଚ୍ୟାଉ ପଟ୍ଟନାୟକଙ୍କ ଏକ କାର୍ଯ୍ୟକ୍ରମରେ ସାମିଲ ହେବା ସହ ଛତ୍ରପୁର ଓ ଗୋପାଳପୁର ନିର୍ବାଚନମଣ୍ଡଳୀର କିଛି ନେତାଙ୍କ ସହ ଆଲୋଚନା କରିଛନ୍ତି । ଆଉ ଏହା ଦଳୀୟ ମହଲରେ ନୂଆ ଚର୍ଚ୍ଚା ସୃଷ୍ଟି କରିଛି ।

ସାଧାରଣ ନିର୍ବାଚନ ପୂର୍ବରୁ ବ୍ରହ୍ମପୁରର ପୂର୍ବତନ ସାଂସଦ ତଥା ଅଭିନେତା ସିଦ୍ଧାନ୍ତ ମହାପାତ୍ରଙ୍କୁ ନେଇ ଗଞାମ ରାଜନୀତି ସରଗରମ ହୋଇଛି । ସିଦ୍ଧାନ୍ତ ବ୍ରହ୍ମପୁର, ଗୋପାଳପୁର ଓ ମୋହନା ଅଞ୍ଚଳର ଦଳୀୟ ନେତାଙ୍କୁ ଭେଟିବା ଏଭଳି ଚର୍ଚ୍ଚାକୁ ହାୱା ଦେଇଛି ।

ଏବେ ସିଦ୍ଧାନ୍ତଙ୍କ ଅଚାନକ ଆବିର୍ଭାବ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ମୁଖ୍ୟମନ୍ତ୍ରୀଙ୍କ ରାଜନୈତିକ ପରାମର୍ଶଦାତା ଗୋପବନ୍ଧୁ ଦାସ ଦୀର୍ଘଦିନ ହେବ ଗଞ୍ଜାମରେ ଦଳର ସ୍ଥିତି ସୁଧାରିବାକୁ ଉଦ୍ୟମ କରୁଛନ୍ତି ।

ଆହୁରି ପଢ଼ନ୍ତୁ : କେମିତି ନବ ଦାସଙ୍କୁ ହତ୍ୟା କରିଥିଲା ଅଭିଯୁକ୍ତ ଗୋପାଳ? ସାମ୍ନାକୁ ଆସିଲା ହତ୍ୟାକାଣ୍ଡ ଠିକ୍ ପୂର୍ବର ଭିଡିଓ ଓ ଫଟୋ, ଯାହା ଆପଣ କେବେ ଦେଖି ନଥିବେ…

ତେବେ ପ୍ରଦୀପଙ୍କୁ ଚେକ ଦେବାକୁ ପୁଣି ଥରେ ସିଦ୍ଧାନ୍ତଙ୍କୁ ବିଜେଡି ଆଗକୁ ଆଣିଥିବା ଚର୍ଚ୍ଚା ହେଉଛି । ୨୦୦୯ ଓ ୨୦୧୪ରେ ବ୍ରହ୍ମପୁରର ସାଂସଦ ରହିଥିବା ସମୟରେ ଗୋପାଳପୁର ଓ ଛତ୍ରପୁର ଭଳି ଅଞ୍ଚଳରେ ବେଶ ସକ୍ରିୟ ଥିଲେ ସିଦ୍ଧାନ୍ତ । ଗୋପାଳପୁର ଓ ଛତ୍ରପୁରରେ ବିଜେଡି କନ୍ଦଳ ବଢିଥିବାରୁ ଏହି ନିର୍ବାଚନମଣ୍ଡଳୀର ନେତାଙ୍କ ସହ ସିଦ୍ଧାନ୍ତ ମହାପାତ୍ରଙ୍କ ଆଲୋଚନା ଅନ୍ୟ କିଛି ଦିଗ ଆଡକୁ ଇସାରା କରୁଛି ।

କିନ୍ତୁ ୪ ବର୍ଷ ପରେ ପୁଣି ଗଞ୍ଜାମ ରାଜନୀତିରେ ସିଦ୍ଧାନ୍ତଙ୍କ ଚଳଚଞ୍ଚଳ ହେବା ବିଜେଡି ସମର୍ଥକଙ୍କ ମଧ୍ୟରେ ଦ୍ୱନ୍ଦ୍ୱ ଓ ସଂଶୟ ସୃଷ୍ଟି କରିଛି । ତେବେ ଗଞାମ ଜିଲ୍ଲାରେ ବିଜେଡିର ଅନେକ ବରିଷ୍ଠ ନେତା ଅଛନ୍ତି । ତା ସତ୍ତ୍ୱେ ଅଭିନେତା ତଥା ପୂର୍ବତନ ସାଂସଦ ଦଳୀୟ କାର୍ଯ୍ୟକ୍ରମ ସମ୍ପର୍କରେ ଆଲୋଚନା କରିବା ନେଇ ରାଜନୈତିକ ମହଲ ନୂଆ ଅଙ୍କକଷା ଆରମ୍ଭ କରିଛନ୍ତି ।

ସେପଟେ ସିଦ୍ଧାନ୍ତ ମହାପାତ୍ର ସକ୍ରିୟ ହେବା ପରେ ପତିଆରା ପ୍ରଦର୍ଶନ କରିଛନ୍ତି ପ୍ରଦୀପ ପାଣିଗ୍ରାହୀ । ନିଜ ନିର୍ବାଚନ ମଣ୍ଡଳୀରେ ପହଁଞ୍ଚିବା ପରେ ପ୍ରଦୀପଙ୍କ ଉପରେ ଫୁଲ ବର୍ଷା କରାଯାଇଛି ।  ତେବେ ୨୦୨୪ ନିର୍ବାଚନ ଆସୁଥିବାରୁ ସେ ପୁଣି ନିଜର ନିର୍ବାଚନ ମଣ୍ଡଳୀରେ ଆଧିପତ୍ୟ ଜାହିର କରିବାକୁ ଚେଷ୍ଟା କରୁଛନ୍ତି ।

ଆହୁରି ପଢ଼ନ୍ତୁ : ନବ ଦାସଙ୍କ ହତ୍ୟା ଘଟଣାର ଖୋଳତାଡ କରିବ ଆମେରିକାର ତଦନ୍ତକାରୀ ସଂସ୍ଥା FBI, ତଦନ୍ତର କୌଣସି ଦିଗକୁ ବି ଛଡ଼ା ଯିବନାହିଁ: ମୁଖ୍ୟମନ୍ତ୍ରୀ

୪ ବର୍ଷ ପରେ ସିଦ୍ଧାନ୍ତ ବ୍ରହ୍ମପୁର, ଗୋପାଳପୁର ଓ ମୋହନା ଅଞ୍ଚଳରେ ପହଁଞ୍ଚି ଦଳୀୟ ନେତାଙ୍କୁ ଭେଟିବା ଓ ସେମାନଙ୍କ ସହ ଘନ ଘନ ଆଲୋଚନା କରିବା ଏକ ଭିନ୍ନ ଚର୍ଚ୍ଚା ସୃଷ୍ଟି କରିଥିଲା । ଆଉ ଏବେ ଏହାର ଜବାବ ଦେବାକୁ ଉଦ୍ୟମ କରିଛନ୍ତି ପ୍ରଦୀପ ପାଣିଗ୍ରାହୀ । ସେଥିପାଇଁ ଆଜି ସେ ଗୋଟେ ପ୍ରକାରର ଶକ୍ତି ପ୍ରଦର୍ଶନ କରିଛନ୍ତି ।

ଦେଖନ୍ତୁ ଭିଡ଼ିଓ :

ତେବେ ଆଗକୁ ଦେଖିବାକୁ ବାକି ରହିଲା ଗଞ୍ଜାମରେ ବିଜେଡିର ଷ୍ଟାର କାର୍ଡ କେତେ କାମ ଦେଉଛି । ସିଦ୍ଧାନ୍ତଙ୍କ ଭାବ ମୂତ୍ତି ଗଞ୍ଜାମରେ କାମ ଦେଉଛି କି ନାହିଁ ତାହା ଉପରେ ଏବେ ସମସ୍ତଙ୍କ ନଜର ।

Share this story

World Odia Language Conferene