ପଦାରେ ପଡ଼ିଲା ଆକ୍ଟ୍ରିସ୍ ଅମିଷା ପଟେଲଙ୍କ ଡାର୍ଟି ଡେଟ୍ ଷ୍ଟୋରୀ; ଏହି ନିର୍ଦ୍ଦେଶକଙ୍କ ସହ ସମ୍ପର୍କ ନେଇ କଲେ ଖୁଲାସା
ଓଡ଼ିଆ ଗସିପ୍ ବ୍ୟୁରୋ: ହିନ୍ଦି ସିନେମାରେ କେବଳ ତିନିଟୋ ଜିନିଷ ଗୁରୁତ୍ୱପୂର୍ଣ୍ଣ । ଏବଂ ତାହା ହେଉଛି ଏଣ୍ଟରଟେନମେଣ୍ଟ ଏଣ୍ଟରଟେନମେଣ୍ଟ ଏଣ୍ଡ ଏଣ୍ଟରଟେନମେଣ୍ଟ । ଆଉ ଏହି ତିନି ମନ୍ତ୍ରକୁ ଛାଡ଼ିଦେଲେ ବଲିଉଡ୍ ତାରକାଙ୍କୁ ଦେଇଛି ନେମ୍ ଫେମ୍ ଓ ମନି । ଆଉ ଏହି ସବୁ ପାଇଁ ବଲିଉଡ କଳାକାର ଲଭ୍ ସେକ୍ସ ଓ ଡ୍ରଗ୍ସରେ ଚୁର୍ ହୋଇ କରିବସିଥାନ୍ତି ଅନେକ ଭୁଲ୍ ଯାହାର ରହିଛି ଅନେକ ନଜିର । ଅନେକଙ୍କ ଅନେକ କାହାଣୀ ଭିତରୁ ଆଜି ଜାଣିବା ଅଭିନେତ୍ରୀ ଅମିଷା ପଟେଲଙ୍କ କଥା...
ଅଧିକ ପଢ଼ନ୍ତୁ: ଆଜି ମଙ୍ଗଳବାର: ଏହି ତିନି ରାଶିର ବ୍ୟକ୍ତିଙ୍କ ପାଇଁ ଅସୁଭ ସାବ୍ୟସ୍ତ ହେବ ସଂଧ୍ୟା, ସତର୍କ ରୁହନ୍ତୁ
ଅଭିନେତ୍ରୀ ଅମିଷା ପଟେଲ୍ ନିଜ ବ୍ୟକ୍ତିଗତ ଜୀବନକୁ ନେଇ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି। ଏକଦା ସେ ବିବାହିତ ନିର୍ଦ୍ଦେଶକ ବିକ୍ରମ ଭଟ୍ଟଙ୍କୁ ଡେଟ୍ କରିବା ନେଇ ଚର୍ଚ୍ଚାର ପରିସର ଭିତରକୁ ଆସିଥିଲେ।
ଅଧିକ ପଢ଼ନ୍ତୁ:ଦେବଦୂତ ସୁନାପୁଅ ସିନ୍ଧାନ୍ତ; ମରଣ ମୁହଁରୁ ଫେରାଇ ଆଣିଲେ ଓକିଲଙ୍କ ଜୀବନ
ନିକଟରେ ଏକ ସାକ୍ଷାତ୍କାନରରେ ଅଭିନେତ୍ରୀ ବିକ୍ରମ ଭଟ୍ଟଙ୍କ ସହ ନିଜର ସଂପର୍କକୁ ନେଇ କଥା ହୋଇଛନ୍ତି। ସେ କହିଛନ୍ତି ଯେ କିପରି ନିଜର ଉକ୍ତ ସଂପର୍କକୁ ସର୍ବସାଧାରଣଙ୍କ ସମ୍ମୁଖରେ କହିବାରୁ ତାଙ୍କ କ୍ୟାରିୟର୍ ଉପରେ ଖରାପ ପ୍ରଭାବ ପଡ଼ିଥିଲା। ଅମିଷା ସାକ୍ଷାତ୍କାରରେ କହିଛନ୍ତି, ‘ଏହି ଇଣ୍ଡଷ୍ଟ୍ରିରେ ଯଦି ଆପଣ ସଚ୍ଚୋଟ ଅଛନ୍ତି ତ ଆପଣଙ୍କୁ କେହି ଆଦର କରିବେ ନାହିଁ। ମୁଁ ବହୁତ ସଚ୍ଚୋଟ। କାରଣ ମୋ ପାଇଁ ଜୀବନ କଳାଧଳା। ମୋ ବାହାର ଓ ଭିତର ସମାନ। ମୁଁ ମନ ଖୋଲି କଥା କହିବା ପରି ନାରୀଟିଏ। ମୋତେ ଲାଗେ ଏହା ହିଁ ମୋ କ୍ୟାରିୟର୍ ପାଇଁ ସବୁଠାରୁ ବଡ଼ ଭୁଲ୍। ମୋର ଦୁଇଟି ଯାକ ସଂପର୍କକୁ ସର୍ବ ସମ୍ମୁଖରେ କହି ମୁଁ ହଇରାଣ ହୋଇଛି। ତାହା ମୋ କ୍ୟାରିୟର୍କୁ ପୂରା ବର୍ବାଦ କରିଦେଇଛି।’
ଅଭିନେତ୍ରୀ ଆହୁରି ବି କହିଛନ୍ତି ଯେ ଗତ ୧୨-୧୩ ବର୍ଷ ହେଲା ଜୀବନରେ ଏକାକୀ ଥିବାରୁ ସେ ଶାନ୍ତିରେ ଅଛନ୍ତି, ଯାହାକି ପ୍ରତ୍ୟେକ ମଣିଷ ପାଇଁ ଆବଶ୍ୟକ। ନାରୀଟିଏ ସିଙ୍ଗଲ୍ ରହିଲେ ସବୁବେଳେ ଲୋକ ଆକର୍ଷିତ ହୁଅନ୍ତି। ଦର୍ଶକ ବି ସିଙ୍ଗ୍ଲ ନାରୀଙ୍କ ଚଳଚ୍ଚିତ୍ର ଦେଖିବାକୁ ପସନ୍ଦ କରନ୍ତି। ଯଦି ଆପଣ କେଉଁ ସୁପର୍ଷ୍ଟାର୍ଙ୍କୁ ଡେଟ୍ କରୁଛନ୍ତି ତ ଆପଣଙ୍କ କ୍ୟାରିୟର୍ ଉପରେ ଭଲ ପ୍ରଭାବ ପଡ଼ିବ ବୋଲି ଅମିଷା କହିଛନ୍ତି।