ଦେବଦୂତ ସୁନାପୁଅ ସିନ୍ଧାନ୍ତ; ମରଣ ମୁହଁରୁ ଫେରାଇ ଆଣିଲେ ଓକିଲଙ୍କ ଜୀବନ

sidhanta mohapatra acts as good samaritan in saving life

ଓଡ଼ିଆ ଗସିପ୍ ବ୍ୟୁରୋ: ସେ କେବଳ ରିଲରେ ସୁପରଷ୍ଟାର ନୁହନ୍ତି ସେ ରିଅଲ ଲାଇଫରେ ମଧ୍ୟ ହିଟ୍ ଫିଟ୍ ଓ ସୁପରହିଟ୍ ୱାଲା ସୁପରଷ୍ଟାର । କୋଟି କୋଟି ଦର୍ଶକଙ୍କ ହୃଦୟରେ ରାଜ୍ କରୁଥିବା ଓଲିଉଡ ସୁପରଷ୍ଟାର ସିଦ୍ଧାନ୍ତ ମହାପାତ୍ର ଏବଂ ପୁଣି ଥରେ ଘରେ ଘରେ ପ୍ରଶଂସାର ପାତ୍ର ବନି ପାରିଛନ୍ତି ।

ସଡ଼କ ଦୁର୍ଘଟଣାରେ ଜଣେ ଗୁରୁତରଙ୍କୁ ଉଦ୍ଧାର କରି ଠିକଣା ସମୟରେ ମେଡିକାଲରେ ପହଞ୍ଚାଇ ଏବେ ପ୍ରଶଂସାର ପାତ୍ର ବନିଛନ୍ତି ସୁପରଷ୍ଟାର ସିଦ୍ଧାନ୍ତ ମହାପାତ୍ର...

ସୂଚନା ଅନୁସାରେ, ଗତକାଲି ଭୁବନେଶ୍ବର ପାହାଳ ନିକଟରେ ଏକ ସଡ଼କ ଦୁର୍ଘଟଣାରେ ଜଣେ ବ୍ୟକ୍ତି ଗୁରୁତର ଭାବେ ଆହତ ହୋଇଥିଲୋ ଜାତୀୟ ରାଜପଥରେ ପଡ଼ି ଛଟପଟ ହେଉଥିବା ବେଳେ ଆରପଟେ ଯାଉଥିବା ସିଦ୍ଧାନ୍ତ ଅଟକି ଯାଇଥିଲୋ ତୁରନ୍ତ ଆହତ ବ୍ୟକ୍ତିଙ୍କ ପାଖରେ ପହଞ୍ଚି ଆମ୍ବୁଲାନ୍ସ ଡକାଇଥିଲେ । ଘରୋଇ ହସ୍ପିଟାଲରେ ଆଡମିଟ୍ କରାଇବା ପରେ ତାଙ୍କ ପାଖରେ ହିଁ ରହିଥିଲେ ।

sidhanta

ଅଧିକ ପଢ଼ନ୍ତୁ : କାଲିଠୁ ଲଘୁଚାପ ପ୍ରଭାବ; ଆଜିଠାରୁ ଉପକୂଳ ସମେତ ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷା ହେବ

ସବୁଠାରୁ ବଡ଼କଥା ହେଉଛି ବ୍ରହ୍ମପୁରର ପୂର୍ବତନ ସାଂସଦ ସିଦ୍ଧାନ୍ତ ମହାପାତ୍ର ଆହତଙ୍କ ସମ୍ପର୍କୀୟ ମେଡିକାଲରେ ଆସିବା ଯାଏଁ ସେଠି ରହି ସବୁ ପରିସ୍ଥିତି ବୁଝିଥିଲେ ।  ପରେ ଆହତଙ୍କ ସମ୍ପର୍କୀୟଙ୍କୁ ଭେଟି ସବୁ ଘଟଣା ବିଷୟରେ ଜଣାଇଥିଲୋ । ଏହି ଘଟଣାକୁ ନେଇ ଏବେ ସିଦ୍ଧାନ୍ତଙ୍କୁ ବିଭିନ୍ନ ମହଲରୁ ପ୍ରଶଂସା ଛୁଟିଛି ।

Share this story