କାଲିଠୁ ଲଘୁଚାପ ପ୍ରଭାବ; ଆଜିଠାରୁ ଉପକୂଳ ସମେତ ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷା ହେବ

afdfff

ଓଡ଼ିଆ ଗସିପ୍ ବ୍ୟୁରୋ; ଆଷାଢ଼ ମାସରେ ଦୁର୍ବଳ ହୋଇଛି ମୌସୁମୀ। ଗତ କିଛି ଦିନ ହେଲା ରାଜ୍ୟରେ ବଢ଼ିବାରେ ଲାଗିଛି ତାପମାତ୍ରା । ହେଲେ ଏହାରି ଭିତରେ ପୁଣି ଥରେ ବର୍ଷା ହେବା ସମ୍ଭାବନା ରହିଛିା ଆଜିଠାରୁ ଉପକୂଳ ସମେତ ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷା ହେବ ବୋଲି ଆକଳନ କରାଯାଇଛିା ବିଶେଷ ଭାବେ ଉତ୍ତର ଓ ଉପକୂଳ ଓଡ଼ିଶାର ୨୦ ଜିଲ୍ଲାରେ ବର୍ଷା ହେବା ନେଇ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛିା


ସେସବୁ ଜିଲ୍ଲା ଗୁଡିକ ହେଲା, ଗଞ୍ଜାମ, ଗଜପତି, କୋରାପୁଟ, ନବରଙ୍ଗପୁର, ବାଲେଶ୍ବର, ମୟୂରଭଞ୍ଜ, ଭଦ୍ରକ, କେନ୍ଦ୍ରାପଡ଼ା, ଖୋର୍ଦ୍ଧା ଜିଲ୍ଲା।  ସେପଟେ ଗତ ୨୪ ଘଣ୍ଟା ରେ ରାଜ୍ୟରେ ହାରାହାରି ୧.୩ ମିମି ବର୍ଷା ରେକର୍ଡ ହୋଇଛି ଯାହା ସ୍ୱାଭାବିକ ବର୍ଷା ୧୦.୪  ମିମି ତୁଳନାରେ ୮୭% କମ ରହିଛି | ଗତ ୨୪ ଘଣ୍ଟା ରେ ସର୍ବାଧିକ ବର୍ଷା କେନ୍ଦ୍ରାପଡା ଜିଲ୍ଲାର ରାଜନଗର ଠାରେ ୭୦ ମିମି ବର୍ଷା ରେକର୍ଡ କରାଯାଇଛି ।

ସେହିଭଳି କାଲିଠୁ ଆର୍ଥାତ ଜୁଲାଇ ୪ରେ ବଙ୍ଗୋପସାଗରରେ ଲଘୁଚାପ ସମ୍ଭାବନା ଥିବାବେଳେ ଏହାର ପ୍ରଭାବରେ ୩ରୁ ୫ ତାରିଖ ଯାଏଁ ଦକ୍ଷିଣ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା ରହିଛି। ସେହିପରି ଉପକୂଳର ଓଡ଼ିଶାର କେତେକ ଜିଲ୍ଲାରେ ବର୍ଷା ସମ୍ଭାବନା ରହିଥିବା ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି।

Share this story