ପୋଲିସକୁ ଗାଳିକରି ,ଗିରଫ ହେଲେ ଓଡ଼ିଆ ସିନେ-ଅଭିନେତା

ଓଡ଼ିଆ ଗସିପ୍ ବ୍ୟୁରୋ: ରାତ୍ରୀକାଳୀନ ବ୍ଲକିଂ ସମୟରେ ପୁଲିସକୁ ଗାଳିଗୁଲଜ ଓ ଆକ୍ରମଣ କରିଥିବା ଅଭିଯୋଗରେ ଜଣେ ଓଡ଼ିଆ ଚଳଚ୍ଚିତ୍ର ଅଭିନେତାଙ୍କୁ ଗିରଫ କରିଛି ଭରତପୁର ଥାନା ପୁଲିସ। ଗିରଫ ଅଭିଯୁକ୍ତ ହେଉଛନ୍ତି ନୂଆପଲ୍ଲୀ ଭିଆଇପି କଲୋନୀରେ ରହୁଥିବା କାକଟପୁର ଥାନା କୋଠାମୂଳ ଗାଁର ବିରଞ୍ଚି ନାରାୟଣ ନାୟକ (୩୭)।
ଅଧିକ ପଢନ୍ତୁ :ପେଟ କ୍ୟାନ୍ସରରୁ ଦୂରେଇ ରହିବାକୁ ଚାହାଁନ୍ତି କି ? ଏହି ଖାଦ୍ୟ ଖାଇବା ବନ୍ଦ କରନ୍ତୁ, ନଚେତ୍ ଭୋଗିବେ
ପୁଲିସ ସୂଚନା ମୁତାବକ, ସୋମବାର ଭୋର ସମୟରେ ଭରତପୁର ଥାନାର ପାଟ୍ରୋଲିଂ ଟିମ୍ ଥାନାଧିକାରୀଙ୍କ ନିର୍ଦ୍ଧେଶ କ୍ରମେ କଳିଙ୍ଗ ଷ୍ଟୁଡ଼ିଓ ଛକ ନିକଟରେ ରାତ୍ରିକାଳୀନ ଅବରୋଧ ଓ ଗାଡି ଯାଞ୍ଚ କରୁଥିଲେ। ରାତି ପ୍ରାୟ ୧ଟା ୧୫ ସମୟରେ ବିରଞ୍ଚି ଗୋଟିଏ କାର ଚଳାଇ ରେଣ୍ଟାଲ ଛକ ପଟରୁ କଳିଙ୍ଗ ଷ୍ଟୁଡ଼ିଓ ଛକ ପଟକୁ ଆସୁଥିଲେ। ସେହି ସମୟରେ ଡ୍ୟୁଟିରେ ମୁତୟନ ଥିବା ପୁଲିସ କର୍ମଚାରୀମାନେ ତାଙ୍କୁ ଯାଞ୍ଚ ପାଇଁ କାରଟିକୁ ଅଟକାଇଥିଲେ।
ଅଧିକ ପଢନ୍ତୁ :ଏହି ରାଶି ଲୋକଙ୍କ କର୍ମକ୍ଷେତ୍ରରେ ପରିବର୍ତ୍ତନ ଆସିବ, କେମିତି କଟିବ ଏହି ସପ୍ତାହ, ପଢନ୍ତୁ ସାପ୍ତାହିକ ରାଶିଫଳ
ପୁଲିସ କର୍ମଚାରୀଙ୍କ ବାରମ୍ବାର କହିବା ପରେ ବିରଞ୍ଚି କାରରୁ ବାହାରକୁ ବାହାରିଥିଲେ। ହଠାତ୍ ପୁଲିସ କର୍ମଚାରୀଙ୍କୁ ଅଶ୍ଲୀଳ ଭାଷାରେ ଗାଳିଗୁଲଜ କରିବା ସହ ଆକ୍ରମଣ ମଧ୍ୟ କରିଥିଲେ। ପୁଲିସ କର୍ମଚାରୀମାନେ ବିରଞ୍ଚିଙ୍କୁ କାବୁ କରି ତଦନ୍ତ ପାଇଁ ଥାନାକୁ ଆଣିଥିଲେ। ଏ ସଂକ୍ରାନ୍ତରେ ପୁଲିସ ନିଜ ଆଡ଼ୁ ଏକ ମାମଲା ରୁଜୁ କରି ବିରଞ୍ଚିଙ୍କୁ କୋର୍ଟ ଚାଲାଣ କରିଛି।
ଅଧିକ ପଢନ୍ତୁ :କଣ୍ଡୋମ ବ୍ୟବହାର କରୁଥିଲେ ସାବଧାନ; ଜାଣି ରଖନ୍ତୁ ଏହି ୫ଟି ଜରୁରୀ କାରଣ !