ଫିଲ୍ମ ସୁଟିଂ ପାଇଁ ନଷ୍ଟ କରିଦେଲେ କୋଟିଏ ଟଙ୍କାର ଟମାଟୋ

Near about rupees one crore tomato wasted in film making

ଓଡ଼ିଆ ଗସିପ୍ ବ୍ୟୁରୋ: ଏବେ ବଜାରରେ ଟମାଟୋ ଦର ଆକାଶଛୁଆଁ । ସେଥିପାଇଁ ଏହାକୁ କିଣିବା ପାଇଁ ଗ୍ରାହକ ଆଗ୍ରହ ପ୍ରକାଶ କରୁ ନାହାନ୍ତି । ଏବେ ବଜାରରେ କେଜିଏ ଟମାଟୋର ଦାମ୍‌ ୧୫୦ ଟଙ୍କାରୁ ଅଧିକ ଥିବା ବେଳେ ବିଭିନ୍ନ ରାଜ୍ୟରେ ଏହାର ଦାମ୍ ଭିନ୍ନ ଭିନ୍ନ ଅଛି । ତେବେ ଟମାଟୋର ଦର ଅହେତୁକ ବୃଦ୍ଧି ପାଇଥିବା ବେଳେ ବଲିଉଡ୍‌ ଫିଲ୍ମ ‘ଜିନ୍ଦେଗୀ ନା ମିଲେଗି ଦୋବାରା’ ଟମାଟୋକୁ ନେଇ ଏକ ରୋଚକ କାହାଣୀ ମନେ ପକାଇଛି ।

ଇତିମଧ୍ୟରେ ଏହି ଫିଲ୍ମଟି ୧୨ ବର୍ଷ ପୂରଣ କରିଛି । ଏହି ସିନେମାର ଏକ ଗୀତର ଦୃଶ୍ୟ ଏଭଳି ଅଛି, ଯେଉଁଥିରେ ହ୍ରିତିକ ଓ କ୍ୟାଟ୍ରିନା ସମେତ ଅନ୍ୟ କଳାକାରମାନେ ପରସ୍ପରକୁ ଟମାଟୋ ଫିଙ୍ଗୁଛନ୍ତି । ତେବେ ଫିଲ୍ମର ଏହି ଦୃଶ୍ୟ ସୁଟିଂ ପାଇଁ କେତେ କେଜି ଟମାଟୋ ବ୍ୟବହାର ହୋଇଥିବ ତାହା ଅନୁମାନ କରିବା ସହଜ ନୁହେଁ । ଏହି ସୁଟିଂ ପାଇଁ ୧୬,୦୦୦ କେଜି ଟମାଟୋ ବ୍ୟବହାର ହୋଇଥିଲା। ସମୁଦାୟ ଟମାଟୋର ଦାମ୍ ଥିଲା କୋଟିଏ ଟଙ୍କା ।

ଅଧିକ ପଢ଼ନ୍ତୁ : ଚତୁର୍ଥୀ ପୂର୍ବରୁ ନାବାଳିକାଙ୍କୁ ଉଦ୍ଧାର କଲା ଚାଇଲଡ ଲାଇନ୍

କେବଳ ସେତିକି ନୁହେଁ, ସ୍ପେନର ଟମାଟୋ କଞ୍ଚା ଥିବାରୁ ପର୍ତ୍ତୁଗାଲରୁ ପାଚିଲା ଟମାଟୋ ଅଣାଯାଇଥିଲା । ସିନେମାରେ ‘ ଲା ଟମାଟିନା ଉତ୍ସବ’କୁ ବାସ୍ତବିକ ଭାବେ ପ୍ରତିଫଳନ କରିବା ପାଇଁ ପର୍ତ୍ତୁଗାଲରୁ ଟମାଟୋ ଆମଦାନୀ କରାଯାଇଥିବା ୨୦୧୧ରେ ଏହି ସିନେମାର ମୁକ୍ତିଲାଭ ଅବସରରେ ଏହାର ପ୍ରଯୋଜକ ରୀତେଶ ସିଦ୍ଧୱାନି କହିଥିଲେ ।

ହୋଲି ସଦୃଶ ସ୍ପେନରେ ‘ଲା ଟମାଟିନା’ ଉତ୍ସବକୁ ପାଳନ କରାଯାଏ । ଲୋକେ ଏଠାରେ ପରସ୍ପରକୁ ଟମାଟୋ ଫିଙ୍ଗି ଉତ୍ସବ ପାଳନ କରନ୍ତି । ଯେଉଁସ୍ଥାନରେ ଏହି ଉତ୍ସବ ଆୟୋଜିତ ହୁଏ, ସେହି ସମାନ ସ୍ଥାନରେ ଏହି ଦୃଶ୍ୟକୁ ସୁଟିଂ କରାଯାଇଥିଲା ।

ଅଧିକ ପଢ଼ନ୍ତୁ : କାନ ଭିତରେ ପଶି ଘର କଲା ବୁଢିଆଣୀ: ବ୍ୟକ୍ତିଙ୍କ କାନ ଦେଖି ଡାକ୍ତରଙ୍କର ଉଡିଗଲା ହୋସ !

ଏପିରିକି ସୁଟିଂ ପାଇଁ ସହର ଦୋକାନ, ବଜାର ମଧ୍ୟ ବନ୍ଦ କରି ଦିଆଯାଇଥିଲା । ଅବଶ୍ୟ ଅନେକ ଲୋକ ଅଯଥାରେ ଟମାଟୋ ନଷ୍ଟ କରାଯାଇଥିବା କଥା ସେେତବେଳେ କହିଥିଲେ ।

Share this story