ଦେଖନ୍ତୁ ଭିଡ଼ିଓ: କଂଗନା ଆସୁଛନ୍ତି 'ଏମରଜେନ୍ସି'ର କଳା କାହାଣୀ ନେଇ; ଇନ୍ଦିରା ଗାନ୍ଧି ଭୂମିକାରେ ଗ୍ଲାମର କୁଇନକୁ ନେଇ ଏବେ ଚାରିଆଡେ ଚର୍ଚ୍ଚା
ଓଡ଼ିଆ ଗସିପ୍ ବ୍ୟୁରୋ: ସୋସିଆଲ ମିଡିଆରେ ରିଲିଜ୍ ହୋଇଛି ବଲିଉଡର ବିନ୍ଦାସ, ବେବାଜ ଓ ଡେୟାର ଡେଭିଲ୍ ଆକ୍ଟ୍ରିସ୍ କଂଗନା ରନାୱତଙ୍କ ଅପକମିଙ୍ଗ୍ ପ୍ରୋଜେକ୍ଟ 'ଏମରଜେନ୍ସି' ର ଟ୍ରେଲର । ଆସନ୍ତା ନଭେମ୍ବର ମାସରେ ରିଲିଜ୍ ହେବାକୁ ଥିବା ଏହି ଫିଲ୍ମର ଫାଷ୍ଟଲୁକ କୁ ଦର୍ଶକ ବେଶ୍ ପସନ୍ଦ କରିଛନ୍ତି ।
୭୦ ଦଶରେ ତତକାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧି ଦେଶରେ ଜାରି କରିଥିବା ଆପାତ୍ତ କାଳୀନ ସମୟର ଏକ ନିଷ୍ଟୁର ସରକାରୀ ନିର୍ଦ୍ଦେଶନାମା ପରେ ଦେଶ କେମିତି ହିଟଲରୀ ସମୟ ଦେଖିଥିଲା ତାହାର ପୁଣି ଥରେ ଝଲକ ଦେଖିବାକୁ ପାଇବେ ଦର୍ଶକ ।
ଏହି ଫିଲ୍ମରେ ନିଜେ କଂଗନା ରନାୱତ ତତ୍କାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧି ଭୂମିକାରେ ନଜର ଆସୁଛନ୍ତି । ଆଉ ଫାଷ୍ଟ ଲୁକରେ ହିଁ ନିଜ କଳା ଓ ଅବିକଳ ଇନ୍ଦିରାଙ୍କ ଭଳି ବେଶ ଭୂଷା ରୂପ ସଜା ପାଇଁ ଢେର ଦର୍ଶକୀୟ ଆଦୃତି ପାଇଛନ୍ତି । ତେବେ କାହିଁକି ପୁଣି ଥରେ ସେ ଦିନର କଳା ଅଧ୍ୟାୟକୁ ମନେ ପକାଇବାକୁ ଯାଇ କଂଗନା ଏହି ଫିଲ୍ମ ତିଆରି କରୁଛନ୍ତି ତାକୁ ନେଇ ଏବେ ଢେର ସାରା ଚର୍ଚ୍ଚା ।
ଅଧିକ ପଢ଼ନ୍ତୁ : ମୌସୁମୀ ଆସୁ ଆସୁ ଓଡ଼ିଶାକୁ ଆସିଲା ଜଳ ପ୍ରଳୟ ଭୟ: କାଲି ବଙ୍ଗୋସାଗରରେ ସୃଷ୍ଟି ହେବ ଲଘୁଚାପ
କୁହାଯାଇଛି ଦେଶରେ ଲାଗୁ ହୋଇଥିବା ଜରୁରୀକାଳିନ ପରିସ୍ଥିତିକୁ ଏ ବର୍ଷ ୪୮ ବର୍ଷ ପୂରଣ କରୁଥିବାରୁ ସେ ଦିନ ସେ ସ୍ମୃତିକୁ ମନେ ପକାଇବା ପାଇଁ ଫିଲ୍ମ ପ୍ରଯୋଜନା ସଂସ୍ଥା ନଭେମ୍ବର ୨୫ ତାରିକୁ ଫିଲ୍ମ ରିଲିଜ୍ ପାଇଁ ଦିନ ଧାର୍ଯ୍ୟ କରିଛନ୍ତି । ଭାରତୀୟ ରାଜନୀତିରେ ଜରୁରୀକାଳିନ ସମୟର ଅଧ୍ୟାୟକୁ ବାଦ୍ ଦେଇ ଏକବିଂଶ ଶତାଦ୍ଧୀର ଇତିହାସ କେବେ ଲେଖା ଯାଇ ପାରେନା । କାହିଁକି ଏଭଳି ଘଟଣା ଘଟିଲା, ଏହା ଭାରତ ଓ ଭାରତୀୟଙ୍କୁ କେତେ ପ୍ରଭାବିତ କରିଥିଲା ତାହା ଦେଶବାସୀ ଏବଂ ନୂଆ ପିଢ଼ୀ ଜାଣିବା ଦରକାର ବୋଲି ଯୁକ୍ତି ବାଢ଼ନ୍ତି କଂଗନା ।
ଏହି ଫିଲ୍ମରେ କଂଗନା ରନାୱତଙ୍କ ସମେତ ଅଭିଜ୍ଞ ଦିବଗଂତ ସତୀଶ କୌଶିକ୍, ଅନୁପମ୍ ଖେର, ଶ୍ରେୟସ ତାଲପଡ଼େ, ମହିମା ଚୌଧୁରୀ ଏବଂ ମିଲିନ୍ଦ ସୋମାନ୍ ଅଭିନୟ କରୁଛନ୍ତି । ସେପଟେ ଏହି ଫିଲ୍ମକୁ ନେଇ ଖୁବ୍ ଉତ୍ସାହିତ ଥିବା ସହ ଭାରତୀୟ ରାଜନୀତି ଇତିହାସର ଏହି ଏକଷ୍ଟ୍ରା ଅର୍ଡିନାରୀ ଅଧ୍ୟାୟକୁ ବଡ଼ ପରଦାରେ ଦେଖାଇବାକୁ ଯାଉଥିବାରୁ ଆନନ୍ଦିତ ବୋଲି କହିଛନ୍ତି ।
କଂଗନାଙ୍କ ପ୍ରଡକ୍ସନ ହାଉସ ମଣିକର୍ଣ୍ଣିକା ଫିଲ୍ମ 'ଏମରଜେନ୍ସି' ସିନେମା ପ୍ରସ୍କୁତ କରୁଥିବା ବେଳେ ଫିଲ୍ମରେ ଅଭିନୟ ସାଙ୍ଗକୁ ନିର୍ଦ୍ଦେଶନା, ପ୍ରଯୋଜନା କରୁଛନ୍ତି ନିଜେ ରନାୱତ । ରିତେଶ ଶାହ ଏହି ଫିଲ୍ମର ସ୍କ୍ରିନ୍ ପ୍ଲେ ରାଇଟର ରହିଛନ୍ତି ।
ଦେଖନ୍ତୁ ଭିଡ଼ିଓ:
‘EMERGENCY’: KANGANA RANAUT FINALISES RELEASE DATE... #Emergency - directed by #KanganaRanaut - to arrive in *cinemas* on 24 Nov 2023… Stars #KanganaRanaut as #IndiraGandhi with #AnupamKher, #SatishKaushik, #ShreyasTalpade, #MahimaChaudhry and #MilindSoman.#Emergency is… pic.twitter.com/httokKP2Fh
— taran adarsh (@taran_adarsh) June 24, 2023
ଅଧିକ ପଢ଼ନ୍ତୁ : ରହସ୍ୟମୟ ଘଟଣା : ୩୬ ବର୍ଷ ଧରି ଗର୍ଭବତୀ ରହିଲେ ଯୁବକ; ବାହାରିଲା ଯାଆଁଳା ଶିଶୁ!
ଜୁନ ୨୫ ଭାରତ ଇତିହାସର ଏକ ଚର୍ଚ୍ଚିତ ତାରିଖ । ୧୯୭୫ ମସିହା ଜୁନ ୨୫ରେ ଦେଶରେ ଲାଗୁ ହୋଇଥିଲା ଆଭ୍ୟନ୍ତରୀଣ ଜରୁରୀକାଳୀନ ପରିସ୍ଥିତି । ଯାହାକୁ ଏମରଜେନ୍ସି ବୋଲି କୁହାଯାଏ । ତତକାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ ଦେଶର ଜରୁରୀକାଳୀନ ସ୍ଥିତି ଘୋଷଣା କରିଥିଲେ । ପ୍ରାୟ ଦୁଇ ବର୍ଷ ଧରି ଦେଶରେ ଏମର୍ଜେନ୍ସି ଲାଗୁ ହୋଇଥିଲା । ଏହି ସମୟରେ ଦେଶର ସବୁ କ୍ଷମତା ପ୍ରଧାନମନ୍ତ୍ରୀଙ୍କ ହାତକୁ ଚାଲିଯାଇଥିଲା । ଏଭଳି କି ନ୍ୟାୟପାଳିକାକୁ ମଧ୍ୟ ଅକାମୀ କରିଦିଆଯାଇଥିଲା । ଆଉ ଏହାକୁ ନେଇ ଫିଲ୍ମ କରୁଛନ୍ତି କଂଗନା ରାନାୱତ...