ବଞ୍ଚିଛନ୍ତି ଅଭିନେତ୍ରୀ ପୁନମ୍ ପାଣ୍ଡେ! ସାମ୍ନାକୁ ଆସିଲା ଚାଞ୍ଚଲ୍ୟକର ଭିଡିଓ...

ଓଡ଼ିଆ ଗସିପ୍ ବ୍ୟୁରୋ: ପୁନମ୍ ପାଣ୍ଡେ ମୃତ୍ୟୁ ଖବର ନକଲି କି? ସେ ମରିଛନ୍ତି କି? ଅଭିନେତ୍ରୀ ଜୀବିତ ଅଛନ୍ତି କି? ପୁନମ୍ ପାଣ୍ଡେଙ୍କ ସୋସିଆଲ୍ ମିଡିଆ ଆକାଉଣ୍ଟରେ ତାଙ୍କ ମୃତ୍ୟୁ ସମ୍ବନ୍ଧୀୟ ପୋଷ୍ଟ ଆସିବା ଦିନଠାରୁ ଲୋକଙ୍କ ମନରେ ଅନେକ ପ୍ରଶ୍ନ ରହିଆସିଛି। ବର୍ତ୍ତମାନ ଆଉ ଏକ ଭିଡିଓ ସୋସିଆଲ ମିଡ଼ିଆରେ ଚହଳ ସୃଷ୍ଟି କରିଛି। ଯେଉଁଥିରେ ଅଭିନେତ୍ରୀ ବଞ୍ଚିଥିବା ଖବର ନିଜ ପ୍ରକାଶ କରୁଥିବାର ନଜର ଆସୁଛନ୍ତି।
ବଲିଉଡ ଇଣ୍ଡଷ୍ଟ୍ରିରେ ଗ୍ଲାମର ଓ ବୋଲ୍ଡ ଅନ୍ଦାଜ ପାଇଁ ସବୁବେଳେ ଚର୍ଚ୍ଚାରେ ରହୁଥିବା ପୁନମ୍ ପାଣ୍ଡେ ଜୀବିତ। ସେ ଜୀବିତ ଥିବା ନେଇ ଇନଷ୍ଟାଗ୍ରାମରେ ଭିଡିଓ ଜାରି କରିଛନ୍ତି। ସର୍ଭିକାଲ କ୍ୟାନ୍ସର ସଚେତନତା ପାଇଁ ଏପରି କରିଥିବା ସେ କହିଛନ୍ତି।
ଅଧିକ ପଢନ୍ତୁ :ବାଥରୁମରେ ଅଧିକ ହାର୍ଟ ଆଟାକ୍ ହେବାର ପ୍ରକୃତ କାରଣ କଣ? ଜାଣିଲେ ହେବେ ଆଶ୍ଚର୍ଯ୍ୟ
ଗତକାଲି ପୁନମଙ୍କ ଟିମ୍ ତାଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଏକ ପୋଷ୍ଟ ସେୟାର କରିଥିଲେ। ସେହି ପୋଷ୍ଟରେ ପୁନମଙ୍କର ସର୍ଭାଇକାଲ କ୍ୟାନସରରେ ମୃତ୍ୟୁ ହୋଇଥିବା ତାଙ୍କ ମ୍ୟାନେଜର ଜଣାଇଥିଲେ । କିନ୍ତୁ ଆଜି ନିଜେ ପୁନମ ଏକ ପୋଷ୍ଟ କରି ପ୍ରଶଂସକଙ୍କୁ ଚମକାଇ ଦେଇଛନ୍ତି ।
ଶନିବାର ପୁନମ୍ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ନିଜର ଏକ ଭିଡିଓ ପୋଷ୍ଟ କରି କହିଛନ୍ତି, ମୁଁ ସମସ୍ତଙ୍କ ସହିତ କିଛି ମହତ୍ବପୂର୍ଣ୍ଣ କଥା ସେୟାର କରିବାକୁ ବାଧ୍ୟ ବୋଲି ଅନୁଭବ କରୁଛି - ମୁଁ ମରିନି, ବଞ୍ଚିଛି। ଗର୍ଭାଶୟ କର୍କଟ ମୋତେ ହୋଇନାହିଁ, କିନ୍ତୁ ଦୁଃଖର ବିଷୟ ଏହା ହଜାର ହଜାର ମହିଳାଙ୍କ ଜୀବନ ନେଇଛି ଯେଉଁମାନେ ଏହି ରୋଗର ମୁକାବିଲା କରୁଛନ୍ତି ଓ ଜ୍ଞାନ ଅଭାବରୁ ମୃତ୍ୟୁ ବରଣ କରୁଛନ୍ତି।’’
ଅଧିକ ପଢନ୍ତୁ :କିଡ଼ନୀ ସୁସ୍ଥ ରଖିବା ପାଇଁ ଖାଆନ୍ତୁ ଏହି ୫ଟି ଫଳ, ଗମ୍ଭୀର ରୋଗରୁ ବଞ୍ଚିଯିବେ...
ପୋଷ୍ଟରେ ସେ କହିଛନ୍ତି ମୁଁ ବଞ୍ଚିଛି । ସମ୍ପୂର୍ଣ୍ଣ ସୁସ୍ଥ ଅଛି । ସର୍ଭାଇକାଲ କ୍ୟାନସର ମୋ ଜୀବନ ନେଇନି । କିନ୍ତୁ ଏହି କ୍ୟାନସର ଯୋଗୁଁ ଅନେକ ମହିଳା ଜୀବନ ହରାଉଛନ୍ତି । ସଚେତନ ହୁଅନ୍ତୁ । ସଚେତନତା ପାଇଁ ପୁନମ ଏଭଳି ମିଛ ଖବର ପ୍ରଚାର କରିଥିବା କହିଛନ୍ତି । ସେ ଆହୁରି କହିଛନ୍ତି, ‘‘ଅନ୍ୟ କେତେକ କର୍କଟ ପରି, ଗର୍ଭାଶୟ କର୍କଟ ସଂପୂର୍ଣ୍ଣ ପ୍ରତିରୋଧଯୋଗ୍ୟ। ଏହାର ମୁଖ୍ୟ ହେଉଛି HPV ଟିକା ଏବଂ ଶୀଘ୍ର ଚିହ୍ନଟ ପରୀକ୍ଷଣ।
ଏହି ରୋଗରେ କେହି ଜୀବନ ହରାଇବାକୁ ସୁନିଶ୍ଚିତ କରିବାର ଆମର ମାଧ୍ୟମ ଅଛି। ଆସନ୍ତୁ ଗୁରୁତର ସଚେତନତା ସହିତ ପରସ୍ପରକୁ ସଶକ୍ତ କରିବା ଏବଂ ପଦକ୍ଷେପ ନେବାକୁ ପ୍ରତ୍ୟେକ ମହିଳାଙ୍କୁ ଅବଗତ କରାଇବା। କଣ କରାଯାଇପାରିବ ସେ ବିଷୟରେ ଗଭୀର ଭାବରେ ଜାଣିବା ପାଇଁ ବାୟୋରେ ଥିବା ଲିଙ୍କ୍ ପରିଦର୍ଶନ କରନ୍ତୁ। ଏକାଠି, ଆସନ୍ତୁ ରୋଗର ଭୟଙ୍କର ପ୍ରଭାବକୁ ଶେଷ କରିବା ଏବଂ ଜୀବନ ବଞ୍ଚାଇବା।’’ ଅନ୍ୟପଟେ ଏହା ପୁନମଙ୍କ ପବ୍ଲିସିଟି ଷ୍ଟଣ୍ଟ ଥିଲା ବୋଲି ଚର୍ଚ୍ଚା ହେଉଛି ।
ଅଧିକ ପଢନ୍ତୁ :ନିଜ ଲୋକ ହିଁ କଷ୍ଟ ଦେବା ସହ ଏହି ରାଶିର ଲୋକଙ୍କ ଦୀର୍ଘ ଦିନ ପ୍ରତୀକ୍ଷାର ଅନ୍ତ ଘଟିବ! ପଢନ୍ତୁ ଆଜିର ରାଶିଫଳ