ସ୍ତନ କର୍କଟର ଶିକାର ହୋଇଥିଲେ ଅଭିନେତ୍ରୀ ମହିମା ଚୌଧୁରୀ, ଦ୍ୱିତୀୟ ଜନ୍ମକୁ ଡାକ୍ତରଙ୍କୁ କଲେ ସମର୍ପିତ

Actress Mahima Choudhary got new birth from breast cancer

ଓଡ଼ିଆ ଗସିପ ବ୍ୟୁରୋ : ବ୍ରେଷ୍ଟ କ୍ୟାନସରର ଶିକାର ହୋଇ ଏମିତି ଦଶା ଭୋଗିଥିଲେ ଅଭିନେତ୍ରୀ ମହିମା ଚୌଧୁରୀ । ବଲିଉଡ ଅଭିନେତ୍ରୀ ମହିମା ଚୌଧୁରୀ, ଶାହାରୁଖ୍ ଖାନଙ୍କ ଫିଲ୍ମ ‘ପରଦେଶ’ ଜରିଆରେ ସାରା ଦେଶରେ ନିଜର ଏକ ସ୍ୱତନ୍ତ୍ର ଛାପ ସୃଷ୍ଟି କରିଥିଲେ ।

ନିଜର ନିଆରା ଅଭିନୟ ଯାଦୁରେ ସେ ଅନେକଙ୍କ ହାର୍ଟର କୁଇନ୍ ଭାବେ ସ୍ଥାନ ପକ୍କା କରିଥିଲେ । କ୍ୟାରିୟରର ଏତେ ବର୍ଷ ପରେ ସେ ଏବେ ଏମିତି କିଛି କାମ କରିଛନ୍ତି ଯେଉଁଥି ପାଇଁ ସେ ଚର୍ଚ୍ଚାକୁ ଆସିଛନ୍ତି । ଆଉ ଏହି କାରଣ ଜାଣିଲେ ଆପଣ ବି କହିବେ ମହିମା ଯାହା କରିଛନ୍ତି ଭଲ କରିଛନ୍ତି ।

ଅଧିକ ପଢ଼ନ୍ତୁ : ବାହାନଗା ରେଳ ଦୁର୍ଘଟଣାର ଆସିଲା ବଡ଼ କାରଣ: ରେଲୱେ ସେଫ୍ଟି କମିଶନର ରିପୋର୍ଟ ଖୁଲାସା କଲା ସାଂଘାତିକ ତଥ୍ୟ

ଏମିତି ଉଦାହରଣ ଦେଇ ସେ ଅନ୍ୟମାନଙ୍କ ପାଇଁ ପ୍ରେରଣା ସୃଷ୍ଟି କରିଛନ୍ତି ବୋଲି କୁହାଯାଇପାରିବ । ଆଜି ଶନିବାର ନ୍ୟାସନାଲ ଡକ୍ଟର୍ସ ଡେ’ ଆଉ ଏହି ଦିନକୁ ଖାସ୍ କରିବା ପାଇଁ ହିନ୍ଦୀ ଫିଲ୍ମ ଅଭିନେତ୍ରୀ ମହିମା ଚୌଧୁରୀ କିଛି ହଟକେ କରିଛନ୍ତି । ସେ ଆଜିର ଦିନକୁ ଡାକ୍ତରମାନଙ୍କ ପାଇଁ ଉତ୍ସର୍ଗ କରିଛନ୍ତି ।

ନିଜ ପ୍ରକୃତ ଜନ୍ମ ଦିନ ତାରିଖକୁ ଛାଡ଼ି ସେ ଆଜିର ଦିନକୁ ନିଜର ଦ୍ୱିତୀୟ ଜନ୍ମ ତାରିଖ ବୋଲି ଘୋଷଣା କରିଛନ୍ତି । ଏନେଇ ସେ ସାମାଜିକ ଗଣମାଧ୍ୟମରେ ସେୟାର କରିଛନ୍ତି । ଏକ ଭିଡିଓ ବାର୍ତ୍ତା ମାଧ୍ୟମରେ ମହିମା କାହିଁକି ଏମିତି କରିଛନ୍ତି ସେ ନେଇ ସ୍ପଷ୍ଟ କରିଛନ୍ତି ।

ଅଧିକ ପଢ଼ନ୍ତୁ : ଚକା ଫାଟିବାରୁ ଯାତ୍ରୀବାହୀ ବସ୍‌ ରେ ଲାଗିଲା ନିଆଁ, ଜିଅନ୍ତା ଜଳିଗଲେ ୨୬ ଯାତ୍ରୀ

ଯେତେବେଳେ ତାଙ୍କୁ ସ୍ତନ କର୍କଟ ହୋଇଥିଲା ଏବଂ ସେ ବଞ୍ଚିବେ କି ମରିବେ ବୋଲି ଚିନ୍ତା କରୁଥିଲେ ସେ ସମୟରେ ଡାକ୍ତରମାନେ ତାଙ୍କୁ ଯେଉଁ ପ୍ରକାର ସାହାଯ୍ୟ ସହଯୋଗ ଓ ସେବା ଯୋଗାଇ ଦେଇଥିଲେ ତାକୁ ମନେ ପକାଇବାକୁ ଯାଇ ଆଜିର ଦିନଟିକୁ ସେ ସମର୍ପି ଦେଇଥିବା କହିଛନ୍ତି ।

ମହିମା କହିଛନ୍ତି ଯେ, ଗତବର୍ଷ ନଭେମ୍ବର 8 ତାରିଖରେ ସେ ନୂଆ ଜୀବନ ପାଇଥିବାରୁ ସେ ସେହି ଦିନକୁ ନିଜ ଦ୍ୱିତୀୟ ଜନ୍ମ ଦିବସ ବୋଲି କହିଛନ୍ତି । କେବଳ ମହିମା ଚୌଧୁରୀ କାହିଁକି ଆଜିର ଦିନକୁ ଡାକ୍ତରମାନଙ୍କୁ ଉତ୍ସର୍ଗ କରିଛନ୍ତି କ୍ରିକେଟର ରିଷଭ ପନ୍ଥ, ଟିଭି ଆକ୍ଚର ଛବି ମିତ୍ତଲ, ରାହୁଲ ରୟ, ସେଲିବ୍ରିଟି ନ୍ୟୁଟ୍ରିସିଆନ୍ ଡାକ୍ତର ସିଦ୍ଧାନ୍ତ ଭାର୍ଗବ ।

Share this story