ଚକା ଫାଟିବାରୁ ଯାତ୍ରୀବାହୀ ବସ୍‌ ରେ ଲାଗିଲା ନିଆଁ, ଜିଅନ୍ତା ଜଳିଗଲେ ୨୬ ଯାତ୍ରୀ

fire engulfs passenger bus killing 26 people on spot

ଓଡ଼ିଆ ଗସିପ ବ୍ୟୁରୋ : ମହାରାଷ୍ଟ୍ର ବୁଲଧାନାରେ ଗତକାଲି ବିଳମ୍ବିତ ରାତିରେ ଅଭାବନୀୟ ଘଟଣା ଘଟିଛି । ବସ୍‌‌ରେ ନିଆଁ ଲାଗି ୨୬ ଜଣଙ୍କର ମୃତ୍ୟୁ ଘଟିଛି । ସମୃଦ୍ଧି ମହାମାର୍ଗ ଏକ୍ସପ୍ରେସଓ୍‌ବେରେ ବସ୍‌‌ରେ ହଠାତ ନିଆଁ ଲାଗିଥିଲା ।

ବସ୍‌‌ଟି ୩୩ ଜଣ ଯାତ୍ରୀଙ୍କୁ ନେଇ ନାଗପୁରରୁ ମୁମ୍ବାଇ ଅଭିମୁଖେ ଯାଉଥିଲା ବେଳେ ଘଟିଥିଲା ଦୁର୍ଘଟଣା । ବସର ଡ୍ରାଇଭର ସୁରକ୍ଷିତ ଥିବାବେଳେ, ହଠାତ୍‌ ବସର୍‌ ଟାୟାର ଫାଟିଯିବାରୁ ବସଟି ଭାରସାମ୍ୟ ହରାଇ ଓଲଟି ଯାଇଥିଲା ।

ଅଧିକ ପଢ଼ନ୍ତୁ : ମହଙ୍ଗା ପଡ଼ିଲା ବିଡାବିଡା ଟଙ୍କା ସହ ସେଲଫି: ଅଡୁଆରେ ପଡିଲେ ପୁଲିସ ଅଧିକାରୀ

ବସ୍‌ଟି ଓଲଟି ପଡ଼ିଥିବା ବେଳେ ସଙ୍ଗେସଙ୍ଗେ ସେଥିରେ ନିଅଁ ଲାଗି ଲାଗିଯାଇଥିବା ସେ କହିଛନ୍ତି । ଦୁର୍ଘଟଣାରେ ୮ ଯାତ୍ରୀ ଗରୁତର ଆହତ ହୋଇଛନ୍ତି । ସମସ୍ତ ଗୁରୁତରଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ଖବର ପାଇ ନିଆଁକୁ ଆୟତ୍ତ କରିଛି ଅଗ୍ନିଶମ ବାହିନୀ ଏବଂ ଉଦ୍ଧାର କାର୍ଯ୍ୟକୁ ତ୍ୱରାନ୍ୱିତ କରାଯାଇଥିଲା । ଏହି ଘଟଣା ଯୋଗୁ ଏକ୍ସପ୍ରେସଓ୍‌ବେରେ ଯିବାଆସିବା ବାଧାପ୍ରାପ୍ତ ହୋଇଥିଲା ।

Share this story