ମହଙ୍ଗା ପଡ଼ିଲା ବିଡାବିଡା ଟଙ୍କା ସହ ସେଲଫି: ଅଡୁଆରେ ପଡିଲେ ପୁଲିସ ଅଧିକାରୀ

selfi creates problem for police officer with money

ଓଡ଼ିଆ ଗସିପ ବ୍ୟୁରୋ : ବେଡ୍‌ ଉପରେ ବିଡ଼ା ବିଡ଼ା ୫୦୦ ଟଙ୍କିଆ ନୋଟ । ସୋସିଆଲ ମିଡ଼ିଆରେ ଘୁରିବୁଲୁଛି ଏମିତି ଏକ ସେଲ୍‌ଫି । ଏହି ସେଲ୍ଫି ସାମ୍ନାକୁ ଆସିବା ପରେ ଏହାର ପରିଣାମ ପୋଲିସରେ କାମ କରୁଥିବା ଜଣେ ଅଧିକାରୀଙ୍କୁ ଭୋଗିବାକୁ ପଡ଼ିଛି ।

ପତ୍ନୀ ଓ ପିଲାଙ୍କ ସେଲ୍ଫି ପାଇଁ ଉନ୍ନାଓରେ କାର୍ଯ୍ୟ କରୁଥିବା ପୋଲିସ ବାବୁଙ୍କୁ ତୁରନ୍ତ ବଦଳି କରି ଦିଆଯାଇଛି । ଏହି ଘଟଣାଟି ଉତ୍ତର ପ୍ରଦେଶର ଉନ୍ନାଓର । ପୋଲିସ ବାବୁ ଜଣଙ୍କ ଏତେ ପରିମାଣର ଟଙ୍କା କେଉଁଠି ଆଣିଲେ ଓ ଏହାକୁ ବେଡ୍‌ ଉପରେ ରଖି ପ୍ରଦର୍ଶନ କରିବା ପଛର କାରଣ କ’ଣ, ସେକଥା ଜାଣିବା ପାଇଁ ତଦନ୍ତ ମଧ୍ୟ ଆରମ୍ଭ ହୋଇଛି ।

ବେଡ୍‌ ଉପରେ ମୋଟ ୧୪ ଲକ୍ଷ ଟଙ୍କା ରହିଥିଲା । ଏଗୁଡ଼ିକ ସବୁ ୫୦୦ ଟଙ୍କିଆ ନୋଟର ବିଡ଼ା । ଏହି ବିପୁଳ ପରିମାଣର ଟଙ୍କାକୁ ଦେଖି ପୋଲିସ ବାବୁଙ୍କ ଦୁଇ ପିଲା ଓ ପତ୍ନୀ ବେଶ ଉତ୍ସାହିତ ହୋଇ ପଡ଼ିଥିଲେ ।

ଅଧିକ ପଢ଼ନ୍ତୁ : ବଲାଙ୍ଗିର ରାଜାଙ୍କ ଫୋନ୍ ଷ୍ଟାଟସରେ ବିଜେପି ନେତ୍ରୀଙ୍କ ଅଧା ନଗ୍ନ ଫଟୋ ଭାଇରାଲ

ସେମାନେ ଏହାକୁ ବେଡ୍‌ ଉପରେ ରଖି ସେଲ୍‌ଫି ନେଇଥିଲେ । ଫଟୋ ଭାଇରାଲ ହେବା ପରେ ଉନ୍ନାଓର ଷ୍ଟେସନ ଇନ ଚାର୍ଜ ରମେଶ ଚନ୍ଦ୍ର ସାହାଣୀଙ୍କୁ ପୋଲିସ୍‌ ଲାଇନ୍ସକୁ ବଦଳି କରାଯାଇଛି । ଜଣେ ଉଚ୍ଚ ପଦସ୍ଥ ଅଧିକାରୀ ତାଙ୍କ ବିରୋଧରେ ତଦନ୍ତ ମଧ୍ୟ ଆରମ୍ଭ କରିଛନ୍ତି ।

p1

ଏହା ପଛରେ କୌଣସି ବେଆଇନ କାରବାର ଥିବା କୁହାଯାଉଛି । ରମେଶ ଚନ୍ଦ୍ର ସଫେଇ ଦେଇଛନ୍ତି ଯେ ଏହି ଫଟୋଗୁଡ଼ିକ ୨୦୨୧ ମସିହା ନଭେମ୍ବର ୧୪ ତାରିଖର । ସେ ନିଜର ପାରିବାରିକ ସମ୍ପତ୍ତି ବିକ୍ରି କରି ଏତେ ପରିମାଣର ଟଙ୍କା ପାଇଥିଲେ । ଏହାକୁ ଘରକୁ ଆଣିବା ପରେ ପିଲା ଓ ପତ୍ନୀ ବିଡ଼ାବିଡ଼ା ଟଙ୍କା ସହ ସେଲଫି ନେଇଥିଲେ ।

Share this story