ବାହାନଗା ରେଳ ଦୁର୍ଘଟଣାର ଆସିଲା ବଡ଼ କାରଣ: ରେଲୱେ ସେଫ୍ଟି କମିଶନର ରିପୋର୍ଟ ଖୁଲାସା କଲା ସାଂଘାତିକ ତଥ୍ୟ

the main reason behind balasore rail accident came to fore

ଓଡ଼ିଆ ଗସିପ ବ୍ୟୁରୋ : ରିଲେ ରୁମରେ ତ୍ରୁଟି ପାଇଁ ବାହାନଗା ରେଳ ଦୁର୍ଘଟଣା ଘଟିଲା ବୋଲି ତଦନ୍ତ ପରେ କମିଶନ ଅଫ ରେଲୱେ ସେଫ୍ଟି ରେଳ ବିଭାଗରେ ଦାଖଲ କରିଥିବା ରିପୋର୍ଟରୁ ଜଣାପଡ଼ିଛି ।

ରିପୋର୍ଟ ଅନୁସାରେ, ସିଗନାଲିଂ ଓ ଟେଲି କମ୍ୟୁନିକେସନ୍ ବିଭାଗରେ ଷ୍ଟାଫଙ୍କ ତ୍ରୁଟି ଯୋଗୁଁ ଏପରି ହୋଇଛି । ସିବିଆଇ ତଦନ୍ତ ଚାଲୁଥିବାରୁ ରିପୋର୍ଟକୁ ସାର୍ବଜନୀନ କରାଯାଇନାହିଁ ବୋଲି ରେଳବାଇ ପକ୍ଷରୁ ସୂଚନା ଦିଆଯାଇଛି ।

ଅଧିକ ପଢ଼ନ୍ତୁ : ଗୁରୁ ରାହୁ ୟୁତି: ଜୁଲାଇ ମାସରେ ଏହି ରାଶି ଥିବା ବ୍ୟକ୍ତିମାନଙ୍କ ଉପରେ ପଡ଼ିବ ମହା ଦଶା, ସାବଧାନ!

ଅନ୍ୟପକ୍ଷରେ, ଦୁର୍ଘଟଣାର ମାସେ ପରେ ପଦରୁ ହଟିଛନ୍ତି ଦକ୍ଷିଣ- ପୂର୍ବ ରେଳପଥର ଜେନେରାଲ ମ୍ୟାନେଜର ଅର୍ଚ୍ଚନା ଯୋଶୀ । ତାଙ୍କ ସ୍ଥାନରେ ଅନୀଲ କୁମାର ମିଶ୍ରଙ୍କୁ ନୂଆ ଜେନେରାଲ ମ୍ୟାନେଜର ଭାବେ ନିଯୁକ୍ତି ଦେବାକୁ କ୍ୟାବିନେଟ ନିଯୁକ୍ତି ଅନୁମତି ଦେଇଛି ବୋଲି ଭାରତୀୟ ରେଳବାଇ ପକ୍ଷରୁ ଏକ ପ୍ରେସ ବିଜ୍ଞପ୍ତିରେ ସୂଚନା ଦିଆଯାଇଛି ।

ପ୍ରକାଶ ଯେ, ବାହାନଗା ରେଳ ଦୁର୍ଘଟଣାରେ ୨୯୩ରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିତିବା ବେଳେ ପ୍ରାୟ ହଜାରେରୁ ଅଧିକ ଲୋକ ଆହତ ହୋଇଥିଲେ ।

Share this story