ସୁଟିଂ ସରିବା ପରେ ହଠାତ୍ ହୃଦଘାତର ଶିକାର ହେଲେ ଏହି ବଲିଉଡ ଅଭିନେତା...
 

Actor Shreyas Talpade suffered a heart attack after finishing a shoot in Mumbai
ହୃଦଘାତର ଶିକାର ହେଲେ ବଲିଉଡ ଅଭିନେତା ଶ୍ରେୟସ୍ ତଲପଡେ

ଓଡ଼ିଆ ଗସିପ୍ ବ୍ୟୁରୋ: ବଲିଉଡ ଅଭିନେତା ଶ୍ରେୟସ୍ ତଲପଡେ ହୃଦଘାତର ଶିକାର ହୋଇଛନ୍ତି । ଗୁରୁବାର ସନ୍ଧ୍ୟାରେ ହୃଦଘାତ ଶିକାର ହେବାପରେ ତାଙ୍କୁ  ମୁମ୍ବାଇ ଅନ୍ଧେରି ସ୍ଥିତ ବେଲଭିଉ ଡାକ୍ତରଖାନାରୀରେ ଭର୍ତ୍ତି କରାଯାଇଛି । ଏବେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଭଲ ଥିବା ଜଣାଯାଇଛି ।

ଅଧିକ ପଢନ୍ତୁ :କର୍ମକ୍ଷେତ୍ରରେ ସମସ୍ୟା ଦେଖାଦେବା ସହ ଆର୍ଥିକ ଚାପ ପାଇଁ ଚିନ୍ତିତ ରହିବେ ଏହି ରାଶିର ଲୋକ, ପଢନ୍ତୁ ସପ୍ତାହିକ ରାଶିଫଳ

ଡାକ୍ତରଖାନା ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ତାଙ୍କ ଆଞ୍ଜିଓପ୍ଲାଷ୍ଟ ହୋଇଥିଲା ଏବଂ ସବୁ ଠିକଠାକ ଥିବା ଜଣାଯାଇଛି । ତାଙ୍କର ଅସ୍ତ୍ରୋପଚାର କରାଯାଇଛି  । ସେ ସୁସ୍ଥ ଅଛନ୍ତି ।

ଅଧିକ ପଢନ୍ତୁ :ଡିସେମ୍ବର ୩୧ରେ ମାର୍ଗି ଦେବଗୁରୁ ବୃହସ୍ପତି ଚଳନ, ଏହି ୩ଟି ରାଶି ପାଇଁ ପାଲଟିବ ବରଦାନ

ମିଳିଥିବା ସୂଚନା ଅନୁସାରେ, ୪୭ ବର୍ଷୀୟ ଶ୍ରେୟସ ଗୁରୁବାର ସନ୍ଧ୍ୟାରେ ୱେଲକମ ଟୁ ଜଙ୍ଗଲ ସୁଟିଂ କରୁଥିଲେ । ସେତେବେଳେ ସେ ସ୍ୱାଭାବିକ ଥିଲେ । ମାତ୍ର ସୁଟିଂ ସରିବା ପରେ ହୃତଘାତର ଶିକାର ହୋଇଥିଲେ । ଏହାପରେ ସେ ତଳେ ପଡି ଯାଇଥିଲେ ।

ଅଧିକ ପଢନ୍ତୁ :ସାଥୀଙ୍କୁ ଖୁସି କରିବାକୁ ଚାହୁଁ ଥିଲେ ପ୍ରତିଦିନ ରାତିରେ ଖାଆନ୍ତୁ...,ବୃଦ୍ଧି ପାଇବ ଯୌନ ଶକ୍ତି !
 

Share this story