ଓଲିଉଡ୍ କଳାକାରଙ୍କ ସଂସାର ଭଙ୍ଗା ଟ୍ରେଣ୍ଡ: ଅନୁଭବ ଓ ବାବୁସାନଙ୍କ ପରେ ହ୍ୟୁମାନ ସାଗରଙ୍କ ଅଡୁ‌ଆ ବଢ଼ିଲା

After Anubhav and Babushan here comes Humane Sagar who torture his wife

ଓଡ଼ିଆ ଗସିପ ବ୍ୟୁରୋ: ହାଟରେ ପଡ଼ି ଦାଣ୍ଡରେ ଗଡୁଛି ରାଜ୍ୟର ନାମୀଦାମୀ କଳାକାରଙ୍କ ପାରିବାରିକ ବିବାଦ । ଅଭିନେତା ଅନୁଭବ ମହାନ୍ତିଙ୍କଠୁ ଆରମ୍ଭ କରି ବାବୁସାନଙ୍କ ଯାଏଁ, ଥାନାରୁ ଆରମ୍ଭ କରି କୋର୍ଟ କଚେରୀ ଯାଏଁ କଥା ଯାଇଛି ।

ଏହି ଧାରାରେ ଏବେ ଯୋଡ଼ି ହୋଇଛି, ପ୍ଲେ ବ୍ୟାକ୍ ସିଙ୍ଗର୍ ହ୍ୟୁମାନ ସାଗରଙ୍କ ନାଁ । ୧ ମାନସିକ ଓ ଶାରୀରିକ ନିର୍ଯାତନା ଅଭିଯୋଗ ଆଣି କଟକ ମହିଳା ଥାନାରେ ଅଭିଯୋଗ କରିଛନ୍ତି ହ୍ୟୁମାନଙ୍କ ପତ୍ନୀ । ତେବେ କଟକ ଡିସିପି କହିଛନ୍ତି, ହ୍ୟୁମାନ ଓ ତାଙ୍କ ପତ୍ନୀଙ୍କୁ ଆସନ୍ତାକାଲି ଡକାଯାଇଛି, ଉଭୟଙ୍କୁ କାଉନସେଲିଂ ପରେ ପଦକ୍ଷେପ ନିଆଯିବ ।

ସଂଗୀତ ମଞ୍ଚରେ କଣ୍ଟ୍ରୋଭର୍ସି ଗୀତ ଗାଇ ବିବାଦୀୟ ହୋଇଥିବା କଣ୍ଠଶିଳ୍ପୀ ହ୍ୟୁମାନ, ଏବେ ଦାମ୍ପତ୍ୟ ଜୀବନରେ ବି ବିବାଦରେ ଫସିଛନ୍ତି । ଛନ୍ଦି ହୋଇପଡ଼ିଛନ୍ତି ଘରୋଇ ହିଂସାର ଅଭିଯୋଗ ଜାଲରେ ।

ପତ୍ନୀ ଶ୍ରୀୟା ମିଶ୍ର ହ୍ୟୁମାନଙ୍କ ବିରୋଧରେ ମାନସିକ ଏବଂ ଶାରୀରିକ ନିର୍ଯାତନା ଭଳି ସଂଗୀନ ଅଭିଯୋଗ ଆଣିଛନ୍ତି କଟକ ମହିଳା ଥାନାରେ । ପତ୍ନୀଙ୍କୁ କେଉଁଭଳି ମାନସିକ ଓ ଶାରିରୀକ ନିର୍ଯାତନା ଦେଇଛନ୍ତି ହ୍ୟୁମାନ, ସେନେଇ ସ୍ପଷ୍ଟ ସୂଚନା ମିଳିନଥିଲେ ବି ପୋଲିସ କିନ୍ତୁ ଅଭିଯୋଗ ଉପରେ ତତ୍ପରତା ଦେଖାଇଛି ।

ଏଠି କ୍ଲିକ କରି ଅଧିକ ପଢନ୍ତୁ: ଭୁବନେଶ୍ୱରରେ ଚାଞ୍ଚଲ୍ୟ: ରେଲ ଷ୍ଟେସନ ଦୁଇ ନାବାଳିକାଙ୍କୁ ହାତ ଗୋଡ଼ ବାନ୍ଧି ରାତିସାରା ଗଣଦୁଷ୍କର୍ମ

ସୂଚନା ଅନୁଯାୟୀ, ଦାମ୍ପତ୍ୟ ବିବାଦ ଯୋଗୁ, ପ୍ରାୟ ୬ ମାସ ହେଲା, ନିଜ ପିଲାକୁ ଧରି ବାପଘରେ ରହୁଛନ୍ତି ହ୍ୟୁମାନଙ୍କ ପତ୍ନୀ । ଏବେ ପୋଲିସ୍ ନିକଟରେ ଅଭିଯୋଗ ହେବା ପରେ ଡିସିପି କହିଛନ୍ତି, ଉଭୟଙ୍କୁ ଆସନ୍ତାକାଲି କଟକ ମହିଳା ଥାନା ଏବଂ ଫ୍ୟାମିଲି କାଉନସିଲରଙ୍କ ନିକଟରେ ହାଜର ହୋଇ ପକ୍ଷ ରଖିବାକୁ କୁହାଯାଇଛି ।

ହ୍ୟୁମାନଙ୍କ ବିରୋଧରେ ଆସିଥିବା ଅଭିଯୋଗର ସତ୍ୟତା ଥିଲେ ଏବଂ ଆପୋଷ ଆଲୋଚନାରେ ବିବାଦର ସମାଧାନ ନହେଲେ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ଡିସିପି ପିନାକ ମିଶ୍ରା ।

ହୁ୍ୟମାନ ସାଗର । ଓଲିଉଡର ଅନ୍ୟତମ ପ୍ଲେ ବ୍ୟାକ୍ ସିଙ୍ଗର୍ ଭାବେ ଯେତିକି ନାଁ କରିଛନ୍ତି, ସେତିକି ବିବାଦୀୟ ବି ହୋଇପଡିଛନ୍ତି ବିଭିନ୍ନ ସମୟରେ । ୨୦୨୦ରେ ଛେଣ୍ଡିପଦା ରାଣୀ ଶୀର୍ଷକ ଏକ ଗୀତ ଗାଇ ଟଣାହୋଇଥିଲେ ଥାନାକୁ । ସେହିପରି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭଜନ ଗାଉନଥିବା ଅଭିଯୋଗରେ ସୋସିଆଲ୍ ମିଡ଼ିଆଠୁ ଆରମ୍ଭ କରି ବିଭିନ୍ନ ମହଲରେ ନିନ୍ଦିତ ହୋଇଥିଲେ ।

ଏଠି କ୍ଲିକ କରି ଅଧିକ ପଢନ୍ତୁ: ପୂର୍ବତନ ରେଳ କର୍ମଚାରୀଙ୍କ ଲକର୍‌‌ ରୁ ଠାବ ହେଲା ୧୭ କେଜି ସୁନା, ନଗଦ ଦେଢ଼କୋଟି ଟଙ୍କା, ଜମାଖାତାରେ ୫ କୋଟି

ପରେ ଅବଶ୍ୟ ଷ୍ଟୁଡ଼ିଓରୁ ଷ୍ଟେଜ୍ ସୋ ଯାଏଁ ଶ୍ରୀଜଗନ୍ନାଥଙ୍କ ଏକାଧିକ ଭଜନ ବୋଲିଛନ୍ତି । କେବଳ ହ୍ୟୁମାନ କାହିଁକି, ପୂର୍ବରୁ ଓଲିଉଡର ଏଭଳି ପାରିବାରିକ କଳିର ଧାରାରେ ଅଭିନେତା ଅନୁଭବ ମହାନ୍ତି ଏବଂ ବାବୁସାନ ବି ବିବାଦୀୟ ହୋଇଛନ୍ତି ।

ତେବେ ପରଦା ଓ ମଞ୍ଚରେ ନିଜ ନିଜର ଅଭିନୟ ଜରିଆରେ ସମାଜକୁ ନୂଆ ଦିଶା ଦେଖାଉଥିବା ଅଭିନେତା ଓ କଳାକାରମାନଙ୍କ ବାସ୍ତବ ଜୀବନରେ କାହିଁକି ଘଟୁଛି ଏମିତି ? ଏହାକୁ ନେଇ ପ୍ରକାଶ ପାଇଛି ଉଦବେଗ ।

ତେବେ ଏହି ମାମଲା ଆଗକୁ ଜଟିଳ ହେଉଛି ନା କାଉନସେଲିଂ ଜରିଆରେ ସମାଧାନର ସୂତ୍ର ବାହାରୁଛି, ତାକୁ ଅପେକ୍ଷା ।

Share this story

World Odia Language Conferene