ଜିମରେ ୱାର୍କଆଉଟ କରୁଥିଲେ ହଠାତ ଚାଲିଗଲା ଏହି ଲୋକପ୍ରିୟ ଟେଲି ଅଭିନେତାଙ୍କ ଜୀବନ...

ଓଡ଼ିଆ ଗସିପ ବ୍ୟୁରୋ: ମୃତ୍ୟୁ ବେଳେବେଳେ ଏମିତି ଆସେ ଯାହା କେହି କଳ୍ପନା ଜଳ୍ପନା ବି କରିନଥିବେ । ଟେଲି ଜଗତରେ ବେଶ ସୁନାମ ଅର୍ଜନ କରିଥିବା ଅଭିନେତା ସିଦ୍ଧାନ୍ତ ବୀର ସୂର୍ଯ୍ୟବଂଶୀଙ୍କ ଆଜି ହଠାତ ଦେହାନ୍ତ ହୋଇଯାଇଛି । ମାତ୍ର ୪୬ ବର୍ଷ ବୟସରେ ଆଖି ବୁଜିଛନ୍ତି ସିଦ୍ଧାନ୍ତ ।
ଶୁକ୍ରବାର ସକାଳେ ଜିମରେ ୱାର୍କଆଉଟ କରୁଥିବା ବେଳେ ତାଙ୍କର ମୃତ୍ୟୁ ହୋଇଛି । ଜିମରେ ୱାର୍କଆଉଟ କରୁଥିବା ବେଳେ ସିଦ୍ଧାନ୍ତ ବେହୋସ ହୋଇପଡିଥିଲେ । ପରେ ତାଙ୍କୁ ତୁରନ୍ତ ହସ୍ପିଟାଲ ନିଆଯାଇଥିଲା ଯେଉଁଠି ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ ।
ଏଠି କ୍ଲିକ କରି ଅଧିକ ପଢନ୍ତୁ : ଶିଶୁ କନ୍ୟାକୁ ଜନ୍ମ ଦେଲେ ଆଲିଆ ଭଟ୍ଟ, ମା’ ହେବା ପରେ ପ୍ରଥମ ପୋଷ୍ଟ ସେୟାର କରି କହିଲେ...
ଜିମରେ ୱାର୍କଆଉଟ କରୁଥିବା ବେଳେ ତାଙ୍କର ହୃଦଘାତ୍ ଯୋଗୁ ମୃତ୍ୟୁ ହୋଇଥିବା ପରେ ଜଣାପଡିଥିଲା ।
ସୂର୍ଯ୍ୟବଂଶୀ ଟେଲିଭିଜନର ଲୋକପ୍ରିୟ ସିରିଏଲ କୁସୁମ, ବାରିସ, ସୂର୍ଯ୍ୟପୁତ୍ର କର୍ଣ୍ଣରେ ଅଭିନୟ କରି ବେଶ ପ୍ରଂଶସା ସାଉଁଟିଥିଲେ । ନିଜ ଫିଟନେସକୁ ନେଇ ବେଶ ସତର୍କ ରହୁଥିଲେ ସୂର୍ଯ୍ୟବଂଶୀ । ଜଣେ ମଡେଲ ଭାବେ କ୍ୟାରିୟର ଆରମ୍ଭ କରିଥିବା ସୂର୍ଯ୍ୟବଂଶୀ କୁସୁମ ସିରିଏଲରୁ ଟେଲି ପରଦାରେ ଡେବ୍ୟୁ କରିଥିଲେ ।
ଏଠି କ୍ଲିକ କରି ଅଧିକ ପଢନ୍ତୁ : ଉତୁରିଲା ପ୍ରକୃତି ମିଶ୍ର ନିଶା, ଏକାଠି ବସି ଫିଲ୍ମ ଦେଖିଲେ ବାବୁସାନ ଏବଂ ପତ୍ନୀ ତୃପ୍ତୀ, କହିଲେ ଏପରି କଥା...
ତେବେ ନିଜର ବ୍ୟକ୍ତିଗତ ଜୀବନକୁ ନେଇ ବେଶ ବିବାଦୀୟ ହୋଇଥିଲେ ସୂର୍ଯ୍ୟବଂଶୀ । ପ୍ରଥମେ ଇରାଙ୍କୁ ବିବାହ କରିଥିଲେ ସିଦ୍ଧାନ୍ତ । ତେବେ ୨୦୧୫ରେ ସେମାନଙ୍କର ବିବାହ ବିଚ୍ଛେଦ ହୋଇଥିଲା । ଏହାର ଦୁଇବର୍ଷ ପରେ ଆଲିସିଆଙ୍କୁ ବିବାହ କରିଥିଲେ ସିଦ୍ଧାନ୍ତ । ଏବେ ସିଦ୍ଧାନ୍ତଙ୍କର ଗୋଟିଏ ପୁଅ ଓ ଗୋଟିଏ ଝିଅ ଅଛନ୍ତି ।