ଉତୁରିଲା ପ୍ରକୃତି ମିଶ୍ର ନିଶା, ଏକାଠି ବସି ଫିଲ୍ମ ଦେଖିଲେ ବାବୁସାନ ଏବଂ ପତ୍ନୀ ତୃପ୍ତୀ, କହିଲେ ଏପରି କଥା...

babushan and trupti

ଓଡ଼ିଆ ଗସିପ ବ୍ୟୁରୋ: କିଛି ମାସ ତଳେ ଚର୍ଚ୍ଚିତ ଓଲିଉଡ଼ ଷ୍ଟାର ବାବୁସାନ ଆକ୍ଟ୍ରେସ ପ୍ରକୃତି ମିଶ୍ରଙ୍କ ପ୍ରେମରେ ଉବୁ ଟୁବୁ ହେଉଥିବା ବେଳେ ତାଙ୍କୁ ରଙ୍ଗେ ହାଥ ଧରିଥିଲେ ବାବୁସାନଙ୍କ ପତ୍ନୀ ତୃପ୍ତୀ । ବହୁତ ଭିଡ଼ାଭିଡ଼ି ହେବା ପରେ ପରିସ୍ଥିତି ଟିକେ ସୁଧୁରିଥିଲା । ଗୋଟେ ସମୟରେ ତ ଯେମିତି ଲାଗୁଥିଲା ପ୍ରକୃତିଙ୍କ ନିଶାରେ ବାବୁସାନ ପୁରା ବୁଡି ରହିଥିଲେ । ହେଲେ ସେହି ପ୍ରେମ ନିଶା ଏବେ ବାବୁସାନଙ୍କ ଉତୁରିଥିବା ଦେଖା ଦେଇଛି ।

କାହିଁକି ନା ପ୍ରକୃତିଙ୍କୁ ଛାଡି ଏବେ ଏକାଠି ବସି ଫିଲ୍ମ ଦେଖିଛନ୍ତି ବାବୁସାନ ଏବଂ ପତ୍ନୀ ତୃପ୍ତୀ । ଯାହା ହେଉ ବାବୁସାନ ଏବେ ସୁନାପିଲା ହୋଇଯାଇଛନ୍ତି । ‘ଦମନ’ ଫିଲ୍ମର ପ୍ରିମିୟର ସୋ’ରେ ଏକାଠି ନଜର ଆସିଛନ୍ତି ଏହି ଚର୍ଚ୍ଚିତ ଦମ୍ପତି ।

ବହୁ ଚର୍ଚ୍ଚିତ ଓଡ଼ିଆ ଫିଲ୍ମ 'ଦମନ' ଆଜି ରିଲିଜ୍ ହୋଇଥିବା ବେଳେ ଏହି ଫିଲ୍ମର ପ୍ରମୋସନ ତଥା ଫିଲ୍ମ ଦେଖିବାକୁ ଭୁବନେଶ୍ୱରର ଏକ ସିନେମା ହଲରେ ପହଂଚିଥିଲେ ବାବୁସାନ-ତୃପ୍ତୀ ।

ଏହି ଦମ୍ପତି ଏକାଠି ଗୋଟିଏ କାରରେ ଆସି ସିନେମା ଦେଖିଥିବା ବେଳେ ହଲ ଭିତରେ ପାଖରେ ବସି ସିନେମା ଦେଖିଥିଲେ । ଫିଲ୍ମ ଦେଖି ଫେରିବା ପରେ ବାବୁସାନ, ଏହି ଫିଲ୍ମ ଦେଖିବାକୁ ଦର୍ଶକଙ୍କୁ ଅନୁରୋଧ କରିଛନ୍ତି । ଫିଲ୍ମରେ ବାବୁସାନ୍‌ଙ୍କ ସହ ଅଛନ୍ତି ଦୀପନ୍ବିତ ଦାସ ମହାପାତ୍ର ।

ଫିଲ୍ମର କାହାଣୀ ଓଡ଼ିଶାରେ ଘଟିଥିବା ଏକ ସତ୍ୟ ଘଟଣା ଉପରେ ଆଧାରିତ । ଏଥିରେ ଯୁବ ଡାକ୍ତର ସିଦ୍ଧାର୍ଥଙ୍କ କର୍ତ୍ତବ୍ୟନିଷ୍ଠ କାହାଣୀ ପ୍ରତିଫଳିତ ହୋଇଛି । ଡାକ୍ତରୀ ପାଠ ଶେଷ କରିବା ପରେ ଡାକ୍ତରଙ୍କର ପୋଷ୍ଟିଂ ହୁଏ ମାଲକାନଗିରି ଜିଲ୍ଲାର ଉପାନ୍ତ ଅଞ୍ଚଳରେ । ମୌଳିକ ସୁବିଧା ସୁଯୋଗର ଅଭାବ, ପୁଣି ନକ୍ସଲ ଉପଦ୍ରୁତ ଏହି ଅଞ୍ଚଳରେ ଯୁବ ଡାକ୍ତରଜଣକ କିଭଳି ନିଜ କର୍ତ୍ତବ୍ୟ ସମ୍ପାଦନ କରୁଛନ୍ତି ଓ ଏଥିପାଇଁ ତାଙ୍କୁ କ’ଣ ସବୁ ଆହ୍ବାନର ସାମ୍ନା କରିବାକୁ ପଡ଼ୁଛି, ତାହା ଦେଖିବାକୁ ମିଳିଛି ।

ଏହାର କାହାଣୀ ଓ ଚିତ୍ରନାଟ୍ୟ ଲେଖିବା ସହିତ ନିର୍ଦ୍ଦେଶନା ଦେଇଛନ୍ତି ବିଶାଲ ମୌର୍ଯ୍ୟ ଓ ଦେବୀ ପ୍ରସାଦ ଲେଙ୍କା । ପ୍ରଯୋଜନା କରିଛନ୍ତି ଦୀପେନ୍ଦ୍ର ସାମଲ । ଜେପି ୱାର୍ଲଡ୍‌ସ୍ମିଥ୍ ଓ ବାପୁ ଗୋସ୍ବାମୀଙ୍କ ରଚିତ ଗୀତଗୁଡ଼ିକୁ ସଂଗୀତରେ ସଜାଇଛନ୍ତି ଗୌରବ ଆନନ୍ଦ ଓ ତାଙ୍କ ଟିମ୍‌ । ଚଳଚ୍ଚିତ୍ରଟି ଟିଭିରେ ନୁହେଁ, ଦୀର୍ଘଦିନ ଧରି କେବଳ ପ୍ରେକ୍ଷାଳୟରେ ପ୍ରଦର୍ଶିିତ ହେବ ବୋଲି କୁହାଯାଉଛି ।

Share this story