ଶିଶୁ କନ୍ୟାକୁ ଜନ୍ମ ଦେଲେ ଆଲିଆ ଭଟ୍ଟ, ମା’ ହେବା ପରେ ପ୍ରଥମ ପୋଷ୍ଟ ସେୟାର କରି କହିଲେ...

ଓଡ଼ିଆ ଗସିପ ବ୍ୟୁରୋ: ଶିଶୁ କନ୍ୟାର ପିତାମାତା ହୋଇଛନ୍ତି ରଣବୀର କପୁର ଏବଂ ପତ୍ନୀ ଆଲିଆ ଭଟ୍ଟ । ଏନେଇ ଆଲିଆ ଭଟ୍ଟ ଏକ ଇନଷ୍ଟାଗ୍ରାମରେ ଏକ ପୋଷ୍ଟ ସେୟାର କରିଛନ୍ତି । ଏହି ପୋଷ୍ଟରେ ସିଂହ-ସିଂହଳୀ ଏବଂ ଛୁଆର ଏକ କାର୍ଟୁନ୍ ଫଟୋ ସେୟାର କରାଯାଇଛି । ଫଟୋରେ ଲେଖା ହୋଇଛି-ଆମ ଜୀବନର ସର୍ବୋତ୍ତମ ଖବର । ଆମର ଶିଶୁ ଆସିଛି, ଏବଂ ଏହି ଶିଶୁ କନ୍ୟା ସଂପୂର୍ଣ୍ଣ ଯାଦୁଗରୀ । ଭାଗ୍ୟବାନ ଏବଂ ପିତାମାତା ହୋଇଛୁ ।
ଖବର ଅନୁଯାୟୀ, ଜୁନ୍ ମାସରେ, ଆଲିଆ ଏକ ଫଟୋ ଶେୟାର କରି ଗର୍ଭବତୀ ହେବାର ଖବର ଶେୟାର କରିଥିଲେ । ଆଜି ସକାଳେ ରଣବୀର-ଆଲିଆଙ୍କୁ ମୁମ୍ବାଇର ଏକ ଡାକ୍ତରଖାନା ବାହାରେ ଦେଖିବାକୁ ମିଳିଥିଲା । ଏହି ଅବସରରେ ପ୍ରଶଂସକଙ୍କ ଠାରୁ ଆରମ୍ଭ କରି ସେଲିବ୍ରିଟି ପର୍ଯ୍ଯନ୍ତ ଆଲିଆ-ରଣବୀର ବାପାମାଆ ହେବାକୁ ନେଇ ଶୁଭେଚ୍ଛା ଜଣେଇଛନ୍ତି ।
କିଛି ତ ସୋସିଆଲ ମିଡ଼ିଆରେ କମେଣ୍ଟ କରି କହିଛନ୍ତି ବଲିଉଡର ସୁନ୍ଦରୀ ଅଭିନେତ୍ରୀ ଆଲିଆ ବର୍ତ୍ତମାନ ସେ ଶିଶୁ କନ୍ୟାକୁ ଜନ୍ମ ଦେଇଛନ୍ତି । ରଣବୀର- ଆଲିଆ ଦୁହେଁ ପିତାମାତା ହେବ ପରେ କପୁର ଏବଂ ଭଟ୍ଟ ପରିବାର ମଧ୍ୟ ଉତ୍ସାହିତ ର ମାହୋଲ ଖେଳିଯାଇଛି । ଏହି ସମୟରେ ଆଲିଆ ଭଟ୍ଟ ଏକ ଇନଷ୍ଟାଗ୍ରାମ ମଧ୍ୟ ପୋଷ୍ଟ କରିଛନ୍ତି, ଯାହାକୁ ପ୍ରଶଂସକମାନେ ବହୁତ ପସନ୍ଦ କରନ୍ତି ।
ଆଲିଆ ଭଟ୍ଟ କିଛି ସମୟ ପୂର୍ବରୁ ଏକ ଇନଷ୍ଟା ପୋଷ୍ଟ ସେୟାର କରି ଏହି ପୋଷ୍ଟରେ ସେ କହିଛନ୍ତି ଆମେ ପ୍ରେମରେ ପରିପୂର୍ଣ୍ଣ, ଭାଗ୍ୟବାନ ଏବଂ ପିତାମାତା ହୋଇଛୁ । ଆଲିଆ ଏବଂ ରଣବୀରଙ୍କ ଠାରୁ ବହୁତ ପ୍ରେମ ।
କହିବାକୁ ଗଲେ ଆଲିଆ ଏବଂ ରଣବୀରଙ୍କ ପାଇଁ ଏହି ବର୍ଷ ଅତ୍ୟନ୍ତ ସ୍ୱତନ୍ତ୍ର ଥିଲା । ବର୍ତ୍ତମାନ ଉଭୟ ପିତାମାତା ହୋଇଛନ୍ତି । ସୋସିଆଲ ମିଡିଆରେ ସେମାନଙ୍କ ପ୍ରଶଂସକମାନେ ବହୁତ ଖୁସି ଅଛନ୍ତି ଏବଂ ଲକ୍ଷ୍ମୀ ଘରକୁ ଆସିଛନ୍ତି ବୋଲି କହୁଛନ୍ତି । ଆଲିଆଙ୍କ ବେବିର ଫଟୋ ଦେଖିବାକୁ ଅପେକ୍ଷା କରିଛନ୍ତି ।