ସନ୍ଦେହ ନେଲା ଜୀବନ, କୁରାଢ଼ୀରେ ମହିଳାଙ୍କ ମୁଣ୍ଡ କାଟି ବିଲକୁ ଫିଙ୍ଗି ଦେଲେ ବାପ-ପୁଅ
ଓଡ଼ିଆ ଗସିପ୍ ବ୍ୟୁରୋ: ପରିଶେଷରେ ସନ୍ଦେହ ନେଲା ଜୀବନ। ଅନୈତିକ ସମ୍ପର୍କ ଥିବା ସନ୍ଦେହ କରି ମହିଳାଙ୍କ ମୁଣ୍ଡ କାଟିଲେ ବାପ-ପୁଅ। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ଉତ୍ତରପ୍ରଦେଶର ବାନ୍ଦା ଜିଲ୍ଲାରେ । ଖବର ମୁତାବକ କିଛି ଦିନ ତଳେ ଜଣେ ମହିଳାଙ୍କ ମୁଣ୍ଡ କାଟି ଦିଆଯାଇଥିଲା ଏବଂ ତାଙ୍କ ଆଙ୍ଗୁଠି କାଟି ଧାନ ବିଲରେ ଫିଙ୍ଗି ଦିଆଯାଇଥିଲା।
ଅଧିକ ପଢ଼ନ୍ତୁ: ସିଧାସଳଖ ଆପଣଙ୍କ ପକେଟ୍ ଉପରେ ପଡିବ ପ୍ରଭାବ, ଅକ୍ଟୋବର ୧ରୁ ବଦଳୁଛି ବ୍ୟାଙ୍କର ଏହି ୭ ନିୟମ
ଘଟଣାର ପ୍ରଥମେ କେହି ବାହାର ଲୋକ ମହିଳାଙ୍କୁ ଏଭଳି ନିର୍ମମ ଭାବେ ହତ୍ୟା କରିଥିବା ବିଷୟରେ ପୁଲିସ ଚିନ୍ତା କରୁଥିବା ବେଳେ ୨୪ଘଣ୍ଟା ମଧ୍ୟରେ ପୁଲିସ ପ୍ରକୃତ ଅଭିଯୁକ୍ତଙ୍କ ନିକଟରେ ପହଞ୍ଚିପାରିଛି। ତଦନ୍ତ ପରେ ଜଣାପଡ଼ିଛି ଯେ, ମହିଳାଙ୍କ ସ୍ୱାମୀ ଏବଂ ପୁଅ ହିଁ ଏହି ହୃଦୟଥରା ଅପରାଧ କରିଛନ୍ତି।
ଅଧିକ ପଢ଼ନ୍ତୁ: ବ୍ରେନକୁ ଭିତରୁ ଦୁର୍ବଳ କରୁଛି ଏହି ୫ଟି ଖରାପ ଅଭ୍ୟାସ, ଆଜି ହି ଛାଡ଼ନ୍ତୁ, ନଚେତ୍ ହେବ ଏହି ଗମ୍ଭୀର ରୋଗ
ଖବର ମୁତାବକ ପୁଲିସର କହିବା ଅନୁଯାୟୀ, କିଛି ଦିନ ତଳେ ଜଣେ ମହିଳାଙ୍କ ମୃତଦେହ ମିଳିଥିଲା। ଶରୀରରୁ ମୁଣ୍ଡ ଓ ଆଙ୍ଗୁଠିକୁ କାଟି ଅଲଗା କରାଯାଇଥିବା ବେଳେ ମୃତଦେହ ପଡ଼ିଥିବା ସ୍ଥାନଠାରୁ ୫୦ମିଟର ଦୂରରେ ମହିଳାଙ୍କ କଟା ମୁଣ୍ଡ ମଧ୍ୟ ମିଳିଥିଲା। ଶବ ବ୍ୟବଚ୍ଛେଦ କରାଇବା ପରେ ମହିଳାଙ୍କ ପରିଚୟ ମିଳିଥିଲା। ସେ ମଧ୍ୟପ୍ରଦେଶର ଛତରପୁର ଜିଲ୍ଲାରେ ଥିବା ପହରା ଗାଁର ବାସିନ୍ଦା ଥିଲେ।
ଅଧିକ ପଢ଼ନ୍ତୁ: ହୃତ୍ପିଣ୍ଡକୁ ସୁସ୍ଥ ରଖିବା ପାଇଁ ଖାଆନ୍ତୁ ଏସବୁ ଖାଦ୍ୟ, କମିବ ହୃଦ୍ଘାତ ହେବାର ଆଶଙ୍କା
ମହିଳାଙ୍କ ଅନୈତିକ ସମ୍ପର୍କ ଥିବା ସନ୍ଦେହ କରି ତାଙ୍କ ସ୍ବାମୀ ହତ୍ୟା କରିବାକୁ ଯୋଜନା କରିଥିଲେ ଏବଂ ଏଥିପାଇଁ ଘଟଣା ଦିନ ତାଙ୍କୁ ତାଙ୍କ ସ୍ବାମୀ ଓ ୨ପୁଅ ଏକ ଜନଶୂନ୍ୟ ସ୍ଥାନକୁ ନେଇ ନିର୍ମମ ଭାବେ ହତ୍ୟା କରିଥିଲେ। ଏହା ସହ ପରିଚୟ ଲୁଚାଇବା ପାଇଁ କୁରାଢ଼ୀରେ ବେକ କାଟି ଫିଙ୍ଗି ଦେଇଥିଲେ। ଏବେ ୩ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିବା ଗଣ ମାଧ୍ୟମରେ ସୂଚନା ମିଳିଛି।
ଅଧିକ ପଢ଼ନ୍ତୁ: ଜାଣିବାକୁ ଚାହୁଁଛନ୍ତି କି କେମିତି କଟିବ ଆପଣଙ୍କ ଏହି ସପ୍ତାହ, ପଢନ୍ତୁ ଏ ସପ୍ତାହର ରାଶିଫଳ…