ପରକିୟା ପ୍ରୀତିରୁ ନାରକୀୟ ହତ୍ୟାକାଣ୍ଡ: ପିଟିପିଟି ମାରି ପୋଡ଼ିଦେଲେ, ପୋଖରୀରେ ଫିଙ୍ଗିଦେଲେ ଶରୀରର ଏହି ଅଙ୍ଗ...

woman killed her lover with the help of husband in odisha

ଓଡ଼ିଆ ଗସିପ୍ ବ୍ୟୁରୋ: ଫୋନ୍‌ କରି ପ୍ରେମିକଙ୍କୁ ଡାକିଲେ, ହତ୍ୟା କରି ପୋଡ଼ିଦେଲେ । ଏପରି ବୀଭତ୍ସ ହତ୍ୟାକାଣ୍ଡ ନୟାଗଡ଼ ଜିଲ୍ଲାରେ ଘଟିଛି । ଏନେଇ ଅଭିଯୋଗ ହେବା ପରେ ପୁଲିସ୍‌ ଫୋନ୍‌ କଲ୍‌ ରେକର୍ଡ ଯାଞ୍ଚ କରି ଅଭିଯୁକ୍ତ ପ୍ରେମିକା ଓ ତାଙ୍କ ସାଥୀଙ୍କୁ ବାନ୍ଧିଛି । ହେଲେ ଅଭିଯୁକ୍ତ ପ୍ରେମିକାଙ୍କ ସ୍ୱାମୀ ଓ ଶ୍ୱଶୁର ଏବେ ଫେରାର ଅଛନ୍ତି ।

ନୟାଗଡ଼ ଜିଲ୍ଲା ନୂଆଗାଁ ଥାନା ମହୀପୁର ପଥରପାଟଣାଠାରେ ଘଟିଥିବା ନାରକୀୟ ହତ୍ୟାକାଣ୍ଡରେ ଅଟକ ଥିବା ଦୁଇ ଅଭିଯୁକ୍ତ ଆଜି ପୁଲିସକୁ ଡେମୋ ଦେଖାଇଛନ୍ତି । ମୁଖ୍ୟ ଅଭିଯୁକ୍ତ ଦିପୁ ସାହୁର ପତ୍ନୀ ସୁନିତା ସାହୁ ଏବଂ ସହଯୋଗୀ ସୁରେଶ ସାହୁକୁ ନେଇ ପୁଲିସ ସ୍କ୍ରିନ ରିକ୍ରିଏସନ୍ କରିଛି । ଏହି ସମୟରେ ଶୈଳେନ୍ଦ୍ରଙ୍କ ହାଡ଼ ଓ ପାଉଁଶ ଜବତ କରିଛି ।

ସୂଚନାନୁସାରେ, କଟକ ଜିଲ୍ଲା ଲାଲବାଗ ଥାନା ଅନ୍ତର୍ଗତ ସତୀଚଉରା ମହାନ୍ତିପଡ଼ା ଅଞ୍ଚଳରେ ରହୁଥିବା ଶୈଳେନ୍ଦ୍ର କୁମାର ଜେନା ଝାଞ୍ଜିରିମଙ୍ଗଳା ଅଞ୍ଚଳରେ ରହୁଥିବା ସମୟରେ ଦୀପୁ ସାହୁଙ୍କ ସହ ତାଙ୍କ ବନ୍ଧୁତା ହୋଇଥିଲା । ଶୈଳେନ୍ଦ୍ର କେନ୍ଦ୍ରାପଡ଼ା ଜିଲ୍ଲା ପାଟକୁରାର ଦୋଳଗୋବିନ୍ଦ ଜେନାଙ୍କ ପୁଅ ବୋଲି ଜଣାଯାଇଛି । ୧୦ ବର୍ଷ ତଳୁ ସୃଷ୍ଟି ହୋଇଥିବା ବନ୍ଧୁତା କାଳକ୍ରମେ ଶତୃତାରେ ପରିଣତ ହୋଇଥିଲା । ଶୈଳେନ୍ଦ୍ର ଜଣେ ୱେବ୍ ସାମ୍ବାଦିକ ହୋଇଥିବା ବେଳେ ଦିପୁଙ୍କ ପତ୍ନୀ ସୁନିତାଙ୍କ ସହ ତାଙ୍କର ପ୍ରେମ ସମ୍ପର୍କରୁ ବିବାଦ ଆରମ୍ଭ ହୋଇଥିଲା ।

ଏଠି କ୍ଲିକ କରି ଅଧିକ ପଢ଼ନ୍ତୁ : ଭୁବନେଶ୍ୱର ଇନଫୋସିଟି ଥାନାରେ ହଜାର ହେଲେ ହକି ତାରକା ବୀରେନ୍ଦ୍ର ଲାକ୍ରା, ଏହି କାରଣ ପାଇଁ ଫସିପାରନ୍ତି ଏହି ହକି ଷ୍ଟାର...

ଶୈଳେନ୍ଦ୍ର ଓ ସୁନିତା ବିବାହିତ ହୋଇଥିଲେ ମଧ୍ୟ ପ୍ରଥମ ଦେଖାରେ ପ୍ରେମରେ ପଡ଼ିଯାଇଥିଲେ । କଥାବାର୍ତ୍ତା ପରେ ଉଭୟ ନିକଟତର ହୋଇଥିଲେ । ଏପରିକି ଉଭୟଙ୍କ ଭିତରେ ଶାରୀରିକ ସମ୍ପର୍କ ଗଢ଼ି ଉଠିଥିବା ଅଭିଯୋଗ ହୋଇଛି । ସୁନିତାଙ୍କ ପ୍ରେମ ସମ୍ପର୍କରେ ଜାଣିବା ପରେ ଦୀପୁଙ୍କ ପରିବାରରେ ଝଡ଼ ସୃଷ୍ଟି ହୋଇଥିଲା ।

ଦୀପୁ ପ୍ରଥମେ ପତ୍ନୀଙ୍କୁ ବୁଝାଇଥିଲେ । ପରେ ଶୈଳେନ୍ଦ୍ରଙ୍କୁ ଗାଳି ଦେଇଥିଲେ ଦୀପୁ । ଯେଉଁଥିପାଇଁ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା । ତଥାପି ସୁନିତା ଆୟତ୍ତକୁ ଆସିନଥିଲେ । ଲୁଚାଛପା ଶୈଳେନ୍ଦ୍ରଙ୍କୁ ପ୍ରେମ କରୁଥିଲେ ସୁନିତା । ଶେଷରେ କିଛି ଉପାୟ ନପାଇ ଦଳିବରା ବେପାର ଛାଡ଼ି ପତ୍ନୀଙ୍କୁ ଧରି ଗାଁକୁ ଫେରିଲେ ଦୀପୁ ।

ଗାଁକୁ ଫେରିଥିଲେ ସୁଦ୍ଧା ପ୍ରେମରେ ଉବୁଟୁବୁ ହେଉଥିବା ସୁନିତା କିନ୍ତୁ ମନେମନେ ଶୈଳେନ୍ଦ୍ରଙ୍କୁ ଖୋଜୁଥିଲେ । ଏହି ବର୍ଷକ ମଧ୍ୟରେ ଶୈଳେନ୍ଦ୍ର ଅନେକ ଥର ଦିପୁଙ୍କ ଗାଁକୁ ଆସି ସୁନିତାଙ୍କ ସହ ସମ୍ପର୍କରେ ରହିଥିଲେ । ଯେଉଁଥିପାଇଁ ତାଙ୍କୁ ସବୁଦିନ ପାଇଁ ରାସ୍ତାରୁ ହଟେଇବାକୁ ଦିପୁ ତାଙ୍କ ବାପା ଭାବ ସାହୁଙ୍କ ସହ ମିଶି ଯୋଜନା କରିଥିଲେ । ପରେ ସୁନିତାଙ୍କ ମାଧ୍ୟମରେ ଫୋନ୍‌ କରି ଶୈଳେନ୍ଦ୍ରଙ୍କୁ ମହିଧରପୁର ପଥରପାଟଣା ଡାକିଥିଲେ ।

ଏଠି କ୍ଲିକ କରି ଅଧିକ ପଢ଼ନ୍ତୁ : ଅପହରଣ ନୁହେଁ କୂଅ ଭିତରୁ ମିଳିଲା ୪ ନିଖୋଜ ପରିବାର ବର୍ଗଙ୍କ ମୃତଦେହ, ଓଡ଼ିଶାରେ ଘଟିଯାଇଛି ଏହି ରୋଚକ କରିଦେଲା ଘଟଣା...

ଫୋନ୍‌ କଲ ପାଇବା ପରେ ଗତ ୩ ତାରିଖରେ ଶୈଳେନ୍ଦ୍ର, ମହିଧରପୁରରେ ପହଞ୍ଚିଥିଲେ । ଗତ ୩ ତାରିଖ ଦିନ ଶୈଳେନ୍ଦ୍ର ଜଣେ ବନ୍ଧୁଙ୍କ ସହ ପଥରପାଟଣା ଗ୍ରାମକୁ ଆସିଥିଲେ । ମାତ୍ର ଶୈଳେନ୍ଦ୍ର ସୁନିତାଙ୍କୁ ଦେଖା କରିବାକୁ ଏକା ଯିବା ପରେ ଆଉ ଫେରିନଥିଲେ । ଫଳରେ ସାଙ୍ଗରେ ଆସିଥିବା ବନ୍ଧୁ ମହୀପୁର ଡାକ୍ତରଖାନା ଛକରେ ଦୀର୍ଘ ସମୟ ଅପେକ୍ଷା କରି ବିଳମ୍ବିତ ରାତିରେ କଟକ ଫେରିଥିଲେ ।

ଏନେଇ ଶୈଳେନ୍ଦ୍ରଙ୍କ ପରିବାର ଲାଲବାଗ ଥାନାରେ ପ୍ରଥମେ ନିଖୋଜ ଏତଲା ଦେଇଥିବା ବେଳେ ପରେ ନୂଆଗାଁ ଥାନାରେ ତାଙ୍କୁ ଦିପୁ ସାହୁଙ୍କ ପରିବାର ହତ୍ୟା କରିଥିବା ଏତଲା ଦେଇଥିଲେ । ପୁଲିସ ଏକ ମାମଲା ରୁଜୁ କରି ଘଟଣା ଖୋଳତାଡ଼ କରିବା ପରେ ଆଜି ହତ୍ୟାକାଣ୍ଡର ରହସ୍ୟ ଖୋଲିଛି । ଦିପୁ, ତା ବାପା, ସହଯୋଗୀ ସୁରେଶ ମିଶି କରି ଶୈଳେନ୍ଦ୍ରଙ୍କୁ ପିଟିପିଟି ହତ୍ୟା କରିଥିବା ନୟାଗଡ଼ ଏସପି ଅଲେଖ ପହି ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ହତ୍ୟା କରିବା ପରେ ଏକ ନିଛାଟିଆ ସ୍ଥାନକୁ ନେଇ ପାଳ ପକାଇ ଶବକୁ ପୋଡ଼ି ଦେଇଛନ୍ତି । ପରେ ସେଠାରୁ ହାଡ଼ ଓ ପାଉଁଶକୁ ଏକାଠି କରି ପୋଖରୀରେ ଫିଙ୍ଗି ଦେଇଛନ୍ତି ।

ଏଠି କ୍ଲିକ କରି ଅଧିକ ପଢ଼ନ୍ତୁ : ୧୪ ବର୍ଷରୁ ଯଦି ଲିଙ୍ଗ ଉପରେ ନିୟନ୍ତ୍ରଣ ନ ରହିଲେ କଣ କରିବେ? ରିସର୍ଚ୍ଚ ରୁ ଆସିଲା ଏହି ରୋମାଞ୍ଚକର ତଥ୍ୟ...

ଆଜି ସାଇଣ୍ଟିଫିକ ଟିମ୍ ଏବଂ ପୁଲିସ ଘଟଣାର ଖୋଳତାଡ଼ କରି ନିଆଁ ଲଗାଯାଇଥିବା ସ୍ଥାନ ଏବଂ ପୋଖରୀରୁ ହାଡ଼ ଜବତ କରିଛି । ଏଥିସହିତ ଥାନାରେ ଅଟକ ଥିବା ସହଯୋଗୀ ସୁରେଶ ଏବଂ ଦିପର ôପତୀ ସୁନିତାକୁ ନେଇ ସ୍କ୍ରିନ ରିକ୍ରିଏସନ୍ କରାଇଛି । ନୟାଗଡ଼ ଏସପିଙ୍କ ସହିତ ଏସଡିପିଓ ଶତୃଘ୍ନ ସିହ୍ନା, ନୂଆଗାଁ ଥାନ ଆଇଆଇସି ପ୍ରମୂଖ ଅଭିଯୁକ୍ତକୁ ନେଇ ଘଟଣାସ୍ଥଳରେ ଛାନଭିନ୍ କରିଛନ୍ତି । ଅଭିଯୁକ୍ତ ଘଟଣା ଘଟାଇଥିବା ପ୍ରତ୍ୟେକ ସ୍ଥାନକୁ ଯାଞ୍ଚ କରାଯାଇଛି ।

ଦିପୁର ଘର, ବାରିପଟ, ନିଆଁ ଲଗାଯାଇଥିବା ସ୍ଥାନ ଓ ପୋଖରୀ କୂଳରେ ଅଭିଯୁକ୍ତଙ୍କୁ ନେଇ କିଭଳି ଏହି ନାରକୀୟ ହତ୍ୟାକାଣ୍ଡ ଘଟା ଯାଇଥିଲା, ତାହାର ଯାଞ୍ଚ କରିଛନ୍ତି । ଦିପୁ ସାହୁର ବାରିପଟ ଖଳାକୁ ଯାଇ ଯାଞ୍ଚ କରାଯାଇଛି । ଅନେକ କିଛି ପ୍ରମାଣ ପୁଲିସ ପାଇଥିବା ବେଳେ ଏହା ଏକ ଯୋଜନା ବଦ୍ଧ ହତ୍ୟାକାଣ୍ଡ ବୋଲି ଅନୁମାନ କରାଯାଉଛି । ଅଟକ ଥିବା ଦୁଇ ଅଭିଯୁକ୍ତଙ୍କୁ ଗିରଫ ପରେ କୋର୍ଟ ଚାଲାଣ କରାଯିବ ବୋଲି ସୂଚନା ମିଳିଥିବା ବେଳେ ଖୁବଶୀଘ୍ର ମୁଖ୍ୟ ଅଭିଯୁକ୍ତ ଦିପୁ ସାହୁ ଏବଂ ତାର ବାପା ଭାବ ସାହୁକୁ ଗିରଫ କରାଯିବ ବୋଲି ପୁଲିସ ପକ୍ଷରୁ ସୂଚନା ମିଳିଛି ।

Share this story