ବଳପୂର୍ବକ ଘରେ ପଶି ମହିଳା ସରକାରୀ ଅଧିକାରୀଙ୍କୁ ଛୁରୀରେ ଗଳା କାଟି ହତ୍ୟା କଲେ ଦୁର୍ବୃତ୍ତ
 

Woman government employee stabbed to death at her residence in Bengaluru
ଘରେ ପଶି ମହିଳାଙ୍କୁ ଛୁରୀରେ ଗଳା କାଟି ହତ୍ୟା 
 

ଓଡ଼ିଆ ଗସିପ୍ ବ୍ୟୁରୋ:  ବେଙ୍ଗାଲୁରୁରେ ଏକ ଅଭାବନୀୟ ଘଟଣା ଦେଖିବକୁ ମିଳିଛି । କର୍ଣ୍ଣାଟକ ସରକାରଙ୍କ ଅଧୀନରେ ଖଣି ଓ ଭୂତତ୍ତ୍ବବିତ୍‌ ଭାବେ କାର୍ଯ୍ୟ କରୁଥିବା ଜଣେ ମହିଳାଙ୍କୁ ତାଙ୍କ ବାସଭବନରେ ଛୁରି ଭୁସି ହତ୍ୟା ଅଭିଯୋଗ ହୋଇଛି।  ୩୭ ବର୍ଷୀୟ ପ୍ରତିମା ନାମ୍ନୀ ଯିଏ ନିଜ ସ୍ଵାମୀ ସହ ବେଙ୍ଗାଲୁରୁ ଶୁଭ୍ରମଣ୍ୟପୂରା ଦୋଦକଲାସନ୍ଦ୍ରା ନିକଟସ୍ଥ ନିଜ ବାସଭବନରେ ରହୁଥିଲେ, ଯାହା ପୋଲିସ କହିଛି।

ଅଧିକ ପଢନ୍ତୁ : ଆଜିଠୁ ଆରମ୍ଭ ହେଲା ଗୃହ ଲକ୍ଷ୍ମୀ ଯୋଗ, ଏହି ୩ ରାଶିଙ୍କ ବଦଳିବ ଭାଗ୍ୟ, ବର୍ଷିବ ଧନ!

ପୋଲିସ କହିବା ଅନୁଯାୟୀ, ପ୍ରତିମା ନାମ୍ନୀଙ୍କ ଘର ଭିତରକୁ ଦୁର୍ବୃତ୍ତମାନେ ବଳପୂର୍ବକ ପ୍ରବେଶ କରି ଭୀଷଣ ଛୁରାମାଡ଼ କରିଥିଲେ। ଗତକାଲି ତାଙ୍କ ସ୍ଵାମୀ ନିଜ ଗ୍ରାମ ତେରଥାହାଲି ଯାଇଥିଲେ । ଏହାର ସୁଯୋଗ ନେଇ ଆକ୍ରମଣ କାରୀ ମାନେ ଘରେ ପସି ଛୁରୀରେ ଗଳା କାଟି ହତ୍ୟା କରିଥିଲେ ।

ଅଧିକ ପଢନ୍ତୁ : ଚର୍ଚ୍ଚାରେ ୩ ରାଜ୍ୟରେ ୩ଜଣ ପ୍ରଭାବଶାଳୀ ତାମିଲ୍‍ ଅଧିକାରୀ, ଚାକିରି ଛାଡ଼ି ରାଜନୀତିକ ଅଧ୍ୟାୟରେ ରଖିଛନ୍ତି ପାଦ 

ରାତିରେ ପ୍ରତିମାଙ୍କ ଭାଇ ଫୋନ୍‌ କରିଥିଲେ। କିନ୍ତୁ, ‌ପ୍ରତିମାଙ୍କଠାରୁ ଫୋନ୍‌ କଲ୍‌ ନ ପାଇ ଘଟଣା କ’ଣ ବୋଲି ସକାଳେ ଭାଇ ଆସି ଦେଖିଲା ବେଳକୁ ସେ ମରିଯାଇଛନ୍ତି। ମାମଲା ରୁଜୁ କରିବା ପରେ ପୋଲିସ କହିଛି ଯେ, ଆକ୍ରମଣକାରୀଙ୍କ ସନ୍ଧାନ ନେବା ପାଇଁ ଉଦ୍ୟମ ଚାଲିଛି। 

ଅଧିକ ପଢନ୍ତୁ : ୨୦୨୪ ରେ ଏହି ୫ ରାଶିର ଲୋକଙ୍କ ବଦଳିବ ଭାଗ୍ୟ, ବର୍ଷ ସାରା ଖାଲି ଟଙ୍କା ହିଁ ଟଙ୍କା!

ପ୍ରତିମାଙ୍କ ସହିତ ପରିଚୟ ଥିବା ଲୋକମାନେ ଏହି ହତ୍ୟାକାଣ୍ଡରେ ସମ୍ପୃକ୍ତ ଥିବା କଥା ସନ୍ଦେହ କରାଯାଉଛି। ଅନ୍ୟପଟେ ଏଠାରେ ଚର୍ଚ୍ଚା ହେଉଛି ଯେ କୌଣସି ଶତ୍ରୁତା କାରଣ କିମ୍ବା ପ୍ରତିମା କୌଣସି କାର୍ଯ୍ୟରେ ପ୍ରବନ୍ଧକ ପାଲଟି ଥିବା ଯୋଗୁ ତାଙ୍କୁ ହତ୍ୟା କରାଯାଇ ଥାଇପାରେ ବୋଲି ଅନୁମାନ କରାଯାଉଛି ।

ଅଧିକ ପଢନ୍ତୁ : ୨୩୭ ଦିନ ପର୍ଯ୍ୟନ୍ତ ରୁହନ୍ତୁ ସାବଧାନ! ଶନି ଚଳନ ଫଳରେ ଏହି ୫ ରାଶି ଉପରେ ଶନିଙ୍କ କୋପଦୃଷ୍ଟି...
 

Share this story