ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଯୁବକ ସଂଘବଦ୍ଧ ଭାବେ ମହିଳାଙ୍କୁ ଘରେ ପଶି ଗଣଦୁଷ୍କର୍ମ କଲେ...

woman gang raped by youths over rivalry

ଓଡ଼ିଆ ଗସିପ ବ୍ୟୁରୋ: ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି କିଛି ଯୁବକ ସଂଘବଦ୍ଧ ଭାବେ ଘରେ ପଶି ଜଣେ ମହିଳାଙ୍କୁ ଗଣଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ଘଟଣାଟି ଘଟିଛି କନ୍ଧମାଳ ଜିଲ୍ଲା ସଦର ଥାନା ଅଞ୍ଚଳରେ । ଏନେଇ ମହିଳାଙ୍କ ସ୍ୱାମୀ ଥାନାରେ ଅଭିଯୋଗ କରିଛନ୍ତି । ମହିଳାଙ୍କ ଡାକ୍ତରୀମାଇନା ହୋଇଛି କି ନାହିଁ ସ୍ପଷ୍ଟ ହୋଇନାହିଁ ।

ଅଭିଯୋଗ ଅନୁସାରେ, ଗତକାଲି ସନ୍ଧ୍ୟା ପ୍ରାୟ ୬ ଘଣ୍ଟା ସମୟରେ କିଛି ଯୁବକ ସଂଘବଦ୍ଧ ଭାବେ ପୀଡ଼ିତାଙ୍କ ଘରେ ପଶି ତାଙ୍କ କାରକୁ ଭଙ୍ଗାରୁଜା କରିଥିଲେ । କାହିଁକି ଗାଡ଼ି ଭାଙ୍ଗୁଛ ବୋଲି ମହିଳା ଜଣଙ୍କ ଆସି ବିରୋଧ କରିଥିଲେ । ପରେ ଯୁବକମାନେ ମହିଳାଙ୍କୁ ଘର ଭିତରକୁ ଟାଣି ନେଇ ଗଣ ଦୁଷ୍କର୍ମ କରିଥିଲେ ।

ମହିଳାଙ୍କ ପାଟି ଶୁଣି ତାଙ୍କୁ ଦେଢ଼ ଶାଶୂ ଘଟଣାସ୍ଥଳରେ ପହଞ୍ଚି ବିରୋଧ କରିଥିଲେ । ଯୁବକମାନେ ତାଙ୍କୁ ଛାଡ଼ି ନଥିଲେ । ତାଙ୍କୁ ମଧ୍ୟ ମାରପିଟ୍‌ କରିଥିଲେ । ପରେ ଘଟଣାସ୍ଥଳରୁ ଚମ୍ପଟ ମାରିଥିଲେ । ଏହି ସମୟରେ ମହିଳାଙ୍କ ସ୍ୱାମୀ ଘରେ ନଥିଲେ ।

ଏହି ଲିଙ୍କରେ କ୍ଲିକ କରି ଅଧିକ ପଢ଼ନ୍ତୁ: Breaking News: ରାତିରେ ଭୁଶୁଡିଲା ୫ ମହଲା କୋଠା: ୩ ମୃତ, ଫସି ରହିଛନ୍ତି ୩୦ରୁ ଅଧିକ ଲୋକ

ଘଟଣାଟି ଘଟିଛି କନ୍ଧମାଳ ଜିଲ୍ଲା ସଦର ଥାନା ଅଞ୍ଚଳରେ । ଏନେଇ ମହିଳାଙ୍କ ସ୍ୱାମୀ ଥାନାରେ ଅଭିଯୋଗ କରିଛନ୍ତି । ମହିଳାଙ୍କ ଡାକ୍ତରୀମାଇନା ହୋଇଛି କି ନାହିଁ ସ୍ପଷ୍ଟ ହୋଇନାହିଁ ।

ଅଭିଯୋଗ ଅନୁସାରେ, ଗତକାଲି ସନ୍ଧ୍ୟା ପ୍ରାୟ ୬ ଘଣ୍ଟା ସମୟରେ କିଛି ଯୁବକ ସଂଘବଦ୍ଧ ଭାବେ ପୀଡ଼ିତାଙ୍କ ଘରେ ପଶି ତାଙ୍କ କାରକୁ ଭଙ୍ଗାରୁଜା କରିଥିଲେ । କାହିଁକି ଗାଡ଼ି ଭାଙ୍ଗୁଛ ବୋଲି ମହିଳା ଜଣଙ୍କ ଆସି ବିରୋଧ କରିଥିଲେ । ପରେ ଯୁବକମାନେ ମହିଳାଙ୍କୁ ଘର ଭିତରକୁ ଟାଣି ନେଇ ଗଣ ଦୁଷ୍କର୍ମ କରିଥିଲେ ।

ମହିଳାଙ୍କ ପାଟି ଶୁଣି ତାଙ୍କୁ ଦେଢ଼ ଶାଶୂ ଘଟଣାସ୍ଥଳରେ ପହଞ୍ଚି ବିରୋଧ କରିଥିଲେ । ଯୁବକମାନେ ତାଙ୍କୁ ଛାଡ଼ି ନଥିଲେ । ତାଙ୍କୁ ମଧ୍ୟ ମାରପିଟ୍‌ କରିଥିଲେ । ପରେ ଘଟଣାସ୍ଥଳରୁ ଚମ୍ପଟ ମାରିଥିଲେ । ଏହି ସମୟରେ ମହିଳାଙ୍କ ସ୍ୱାମୀ ଘରେ ନଥିଲେ ।

ଏହି ଲିଙ୍କରେ କ୍ଲିକ କରି ଅଧିକ ପଢ଼ନ୍ତୁ: ଖଣ୍ଡଗିରି ନାଚକୁ ନେଇ ବିବାଦୀୟ କୁଇନ୍ ରାଣୀ ପଣ୍ଡାଙ୍କୁ BMCର ଲକ୍ଷ୍ମଣ ରେଖା, ଲାଗିଲା ଏହି ସବୁ କଟକଣା...

ପୀଡ଼ିତାଙ୍କ ସ୍ଵାମୀ କହିଛନ୍ତି, ୨ ମାସ ପୂର୍ବେ ଜଣେ ବ୍ୟକ୍ତି ମଦ୍ୟପାନ କରି ମୋ ଘର ପାଖରେ ଖରାପ ଭାଷାରେ ଗାଳିଗୁଲଜ କରୁଥିଲା । ମୁଁ ତାକୁ ପ୍ରତିବାଦ କରିବାରୁ ତାଙ୍କ ସହିତ ମୋର ଝଗଡା ହୋଇଥିଲା । ସେ ମୋତେ ହାଣିବାକୁ ଗୋଡ଼ାଇଥିଲା ।

"ମୁଁ ଏନେଇ ସଦର ଥାନାରେ ଅଭିଯୋଗ କରିଥିଲି । ଥାନାରେ ଏନେଇ ବୁଝାମଣା ହୋଇଯାଇଥିଲା । ସେହି ରାଗ ସୁଝେଇବାକୁ ଯାଇ ସେହି ବ୍ୟକ୍ତିର ସହଯୋଗୀ ମାନେ ଏପରି କରିଛନ୍ତି । ମୁଁ ନ୍ୟାୟ ଚାହୁଁଛି । ଅଭିଯୁକ୍ତମାନଙ୍କୁ ତୁରନ୍ତ ଗିରଫ କରାଯାଉ । ସଦର ଥାନା ଆଇଆଇସି କହିଛନ୍ତି, ଘଟଣାର ତଦନ୍ତ ଚାଲିଛି । ଅଭିଯୁକ୍ତମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।

Share this story