ନାବାଳିକା ପ୍ରେମିକାକୁ ଗର୍ଭବତୀ କରି ଫେରାର ପ୍ରେମିକ, ପୁରା କାହାଣୀ ଆପଣଙ୍କୁ ଚକିତ କରିବ

This youth makes pregnant to minor girl

ଓଡ଼ିଆ ଗସିପ ବ୍ୟୁରୋ: ମହାରାଷ୍ଟ୍ରର ଔରଙ୍ଗବାଦରୁ ସାମ୍ନାକୁ ଆସିଛି ଏକ ଅଜବ ଘଟଣା । ଜଣେ ନବମ ଶ୍ରେଣୀ ଛାତ୍ରୀ ଏକ ଛୁଆକୁ ଜନ୍ମ ଦେଇଛି । ବଡ଼ କଥା ହେଉଛି, ସେ ଗର୍ଭବତୀ ଥିବା ଜାଣି ପ୍ରେମିକ ଫେରାର ହୋଇଯାଇଛି । ହେଲେ ନିଜେ ଛୁଆକୁ ଜନ୍ମ ଦେବା ସହ ଏହାର ଲାଳପପାଳନ କରିବାକୁ ନିଷ୍ପତ୍ତି ନେଇଛି ନାବାଳିକା ।

କିଛି ଦିନ ପୂର୍ବରୁ ଔରଙ୍ଗାବାଦର ସଦର ହସ୍ପିଟାଲରେ ଏକ ସୁସ୍ଥ ସବଳ ଛୁଆକୁ ଜନ୍ମ ଦେଇଛି ଜଣେ ନାବାଳିକା । ଯିଏ କି ନବମ ଶ୍ରେଣୀର ଛାତ୍ରୀ । ପ୍ରେମିକ ଧୋକା ଦେଲେ ବି ପ୍ରେମିକା ତାକୁ ବଦନାମ କରିବାକୁ ଚାହୁଁନି ।

କେବଳ ସେତିକି ନୁହେଁ, ନିଜ ପିଲାକୁ ଦୁନିଆକୁ ଆଣିବାକୁ ନିଷ୍ପତ୍ତି ନେଇଥିଲା ସେହି ନାବାଳିକା । ଆଉ ତାହା କରି ମଧ୍ୟ ଦେଖାଇଛି । ସଦର ହସ୍ପିଟାଲରେ ବେଡ୍‌ର ପ୍ରସୂତି ୱାର୍ଡ଼ରେ ବର୍ତ୍ତମାନ ନବଜାତ ଶିଶୁ ସହ ଚିକିତ୍ସିତ ହେଉଛି ନାବାଳିକା ମାଆ ।

ଅଧିକ ପଢ଼ନ୍ତୁ : ମିଶନ ଶକ୍ତି ମହିଳା ସଦସ୍ୟଙ୍କୁ ବାରମ୍ବାର ଅପମାନିତ କରୁଛନ୍ତି ବିଜେପି ନେତା: ବିଜେଡି

ଛାତ୍ରୀଙ୍କ କହିବା କଥା, ବର୍ଷକ ପୂର୍ବରୁ ତା'ର ପ୍ରେମ ସମ୍ପର୍କ ଆରମ୍ଭ ହୋଇଥିଲା । ଧୀରେ ଧୀରେ ଏହା ଅତି ନିବିଡ଼ ହୋଇଯାଇଥିଲା। ହେଲେ ସେ ଗର୍ଭବତୀ ଥିବା କଥା ସେତେବେଳେ ଜଣାପଡ଼ିଥିଲା, ଯେତେବେଳେ ତା ପେଟ ଦରଜ ହୋଇଥିଲା । ଦରଜ ଅସହ୍ୟ ହେବାରୁ ସେ ଡାକ୍ତରଙ୍କ ପାଖକୁ ଯାଇଥିଲା । ପରୀକ୍ଷା ପରେ ଜଣାପଡ଼ିଲା ସେ ଗର୍ଭବତୀ ଅଛନ୍ତି । ଏହା ଶୁଣିବା ମାତ୍ରେ ସେ ଖୁସି ହୋଇଯାଇଥିଲେ, ଏବଂ ତୁରନ୍ତ ନିଜର ପ୍ରେମିକଙ୍କୁ ଏସମ୍ପର୍କରେ ମୋବାଇଲରେ ଖବର ଦେଇଥିଲେ ।

ପ୍ରେମିକା ଗର୍ଭବତୀ ଥିବା ଖବର ଶୁଣିବା ପରେ ପ୍ରେମିକ ଯାହା କଲା ତାହାକୁ କେବେ ସ୍ବପ୍ନରେ ଭାବି ନଥିଲେ ନାବାଳିକା । ଖୁସି ହେବା ତ ଦୂରର କଥା ତାକୁ ଚିହ୍ନି ନଥିବା କହି ଫେରାର ହୋଇଗଲା ପ୍ରେମିକ । ଏପରିକି ଫୋନ୍‌ର ସେହି ୨ ପଦ କଥା ଥିଲା, ପ୍ରେମିକ ସହ ଶେଷ ବାର୍ତ୍ତାଳାପ ।

ଅଧିକ ପଢ଼ନ୍ତୁ : ଅନୁଭବ ନୁହେଁ, କେନ୍ଦ୍ରାପଡା ରୁ ବିଜେଡି ଟିକେଟ ପାଇବେ ଜୟନ୍ତ ! ଦେଖନ୍ତୁ ଏହି ଭିଡିଓ

ହେଲେ ସବୁ ପରିସ୍ଥିତି ସତ୍ତ୍ବେ ୯ ମାସ ଧରି ପିଲାକୁ ନିଜ ଗର୍ଭରେ ରଖି, ଶେଷରେ ତାକୁ ଜନ୍ମ ଦେଲା ନାବାଳିକା । ଏହି ସମୟ ଭିତରେ ଅନେକ ସମୟରେ ତାଙ୍କୁ ବିଭିନ୍ନ ପ୍ରକାର କଥା ଶୁଣିବାକୁ ମିଳିଥିଲା । ସେ ଚାହିଁଥିଲେ ପ୍ରେମିକ ବିରୁଦ୍ଧରେ ସଂଘର୍ଷ ମଧ୍ୟ କରିପାରିଥାନ୍ତା, ହେଲ ଏସବୁ କିଛି ନକରି ନିଜେ ପିଲାର ଲାଳନପାଳନ କରିବାକୁ ନିଷ୍ପତ୍ତି ନେଇଛି ନାବାଳିକା ମାଆ ।

ଏହି କଷ୍ଟଦାୟକ ସମୟରେ ତାଙ୍କ ନିଜ ଲୋକ ମଧ୍ୟ ମୁହଁ ଫେରାଇ ନେଇଛନ୍ତି । ସମାଜରେ ଏହାକୁ ନେଇ ଭିନ୍ନ ଭିନ୍ନ ମତ ପ୍ରକାଶ ପାଉଛି । କେହି କେହି ନାବାଳିକାର ନିଷ୍ପତ୍ତିକୁ ସମାଲୋଚନା କରୁଛନ୍ତି ତ ପୁଣି ଅନେକ ତାର ସାହସକୁ ସଲାମ କରୁଛନ୍ତି । ଏପରିକି ଅନେକ ସହାୟତାର ହାତ ମଧ୍ୟ ବଢ଼ାଇଛନ୍ତି ।

Share this story