ମହିଳାଙ୍କୁ ମାରି ତା’ର ହାର୍ଟକୁ କାଟି ଆଳୁ ପକେଇ ରାନ୍ଧିଲା, ଘର ଲୋକଙ୍କୁ ଖାଇବାକୁ ଦେଇ ପୁଣି ଦୁଇ ଜଣଙ୍କୁ ହତ୍ୟା କଲା ନୃଶସ୍ ହତ୍ୟାକାରୀ

ଓଡ଼ିଆ ଗସିପ୍ ବ୍ୟୁରୋ: ମହିଳାଙ୍କୁ ହତ୍ୟା ପରେ ତାଙ୍କ ହାର୍ଟକୁ କାଟି ଆଳୁ ପକାଇ ରାନ୍ଧିଲା ଓ ଏହାକୁ ପରିବାର ଲୋକଙ୍କୁ ଖାଇବାକୁ ଦେଲା । ଖାଲି ଏତିକି ନୁହେଁ ସେମାନଙ୍କୁ ହତ୍ୟା ମଧ୍ୟ କଲା । ଆମେରିକାର ଓକ୍ଲାହୋମା ଷ୍ଟେଟ୍ରେ ଏହି ଜଘନ୍ୟ ହତ୍ୟାକାଣ୍ଡ ଘଟିଛି ।
ବ୍ୟକ୍ତି ଜଣକ ପ୍ରଥମେ ଜଣେ ମହିଳାଙ୍କୁ ହତ୍ୟା ପରେ ତାଙ୍କ ହାର୍ଟକୁ କାଟିଥିଲା ଓ ଏହାପରେ ଆଉ ୨ ଜଣଙ୍କୁ ଛୁରୀ ଭୁସି ହତ୍ୟା କରିଥିଲା । ଏହି ଭୟଙ୍କର ଘଟଣା ଏବେ ସଂପୃକ୍ତ ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି ।
ଆହୁରି ପଢ଼ନ୍ତୁ : ଶିକ୍ଷକଙ୍କ ଲଜ୍ଜାଜନକ କାରନାମା, ଛାତ୍ରୀଙ୍କ ଅଶ୍ଲୀଳ ଭିଡିଓ କରି ଫେସ୍ବୁକ୍ରେ ଛାଡ଼ିଲେ, ଆଉ ତାପରେ...
The Independent ର ରିପୋର୍ଟ ଅନୁସାରେ, ୨୦୨୧ ମସିହାରେ ୪୪ ବର୍ଷୀୟ ଲରେନ୍ସ ପଲ୍ ଆଣ୍ଡର୍ସନ୍ ଏହି ଜଘନ୍ୟ ହତ୍ୟାକାଣ୍ଡ ଘଟାଇଥିଲା । ଜେଲ୍ରୁ ମୁକୁଳିବାର ମାତ୍ର ୧ ମାସ ଭିତରେ ସେ ଏହି ହତ୍ୟା କରିଥିଲା ।
ଜେଲ୍ରୁ ମୁକୁଳିବାର କିଛି ସପ୍ତାହ ପରେ ଲରେନ୍ସ, ଆଣ୍ଡ୍ରିଆ ବ୍ଲାଙ୍କେନ୍ଶିପ୍ଙ୍କୁ ହତ୍ୟା କରି ତାଙ୍କ ହାର୍ଟକୁ କାଟି ଥିଲା । ଏହା ପରେ ଏହାକୁ ସେ ନିଜ ମାମୁଙ୍କ ଘରକୁ ନେଇକି ଯାଇଥିଲା । ସେଠାରେ ଲରେନ୍ସ ଆଳୁ ପକାଇ ହାର୍ଟକୁ ରାନ୍ଧିଥିଲା ।
ଆହୁରି ପଢ଼ନ୍ତୁ : ଫ୍ଲାଟ୍ ଭିତରୁ ମିଳିଲା ୩ ମୃତଦେହ: ସ୍ତ୍ରୀ, ୮ ବର୍ଷର ଛୁଆକୁ ମାରି ନିଜେ ଆତ୍ମହତ୍ୟା କଲେ ଇଞ୍ଜିନିୟର...
ABC News ରିପୋର୍ଟ ଅନୁସାରେ, ଏହାକୁ ସେ ମାମୁ ଲିଅନ୍ ପାଏ (୬୭) ଓ ତାଙ୍କର ୪ ବର୍ଷୀୟ ନାତୁଣୀ କାଇଓସ୍ ୟାଟେସ୍କୁ ଖାଇବାକୁ ଦେବା ପାଇଁ ଚେଷ୍ଟା କରିଥିଲା । ଶେଷରେ ଲେରେନ୍ସ ଉଭୟ ଲିଅନ ଓ ତାଙ୍କ ନାତୁଣୀଙ୍କୁ ହତ୍ୟା କରିଥିଲା । ଲରେନ୍ସ ନିଜ ମାଇଁଙ୍କ ଉପରକୁ ମଧ୍ୟ ଆକ୍ରମଣ କରିଥିଲା ।
ସୂଚନାଥାଉ କି, ଡ୍ରଗ୍ସ ମାମଲାରେ ଲରେନ୍ସ କାରାଦଣ୍ଡାଦେଶ ଭୋଗିଥିଲା । ଏହାପରେ ତାକୁ ରିଲିଜ୍ କରାଯାଇଥିଲା । ହତ୍ୟା, ଆକ୍ରମଣ ଅଭିଯୋଗରେ ଲରେନ୍ସକୁ କ୍ରମାଗତ ୫ଥର ଆଜୀବନ କାରାଦଣ୍ଡାଦେଶ ମିଳିଥିଲା ।