ଜେଲ୍ରୁ ହସ୍ପିଟାଲ୍ ଯିବା ବେଳକୁ ବଞ୍ଚିଥିଲା ଶିକ୍ଷୟତ୍ରୀ ମମିତା ମେହେର ମୃତ୍ୟୁ ଘଟଣାର ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁ!, ମୃତ୍ୟୁକୁ ନେଇ ବଢୁଛି ସସ୍ପେନ୍ସ ...

ଓଡ଼ିଆ ଗସିପ୍ ବ୍ୟୁରୋ: ଶିକ୍ଷୟତ୍ରୀ ମମିତା ମେହେର ମୃତ୍ୟୁ ଘଟଣାର ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁ ମୃତ୍ୟୁ ମାମଲାରେ ଆଉ ଏକ ବଡ଼ ସୂଚନା ମିଳିଛି । ଜେଲ୍ରୁ ହସ୍ପିଟାଲ୍ ଯିବା ବେଳକୁ ବଞ୍ଚିଥିଲା ଗୋବିନ୍ଦ । ଏକ ଗଣମାଧ୍ୟମକୁ ଗୋବିନ୍ଦର ଓକିଲ ଦୁର୍ଗାମୋହନ ପାଢ଼ୀ ଏହି ସୂଚନା ଦେଇଛନ୍ତି ।
ରଶି ନା ଗାମୁଛା ? ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁ ଜେଲ୍ରେ କେମିତି କରିଛି ଆତ୍ମହତ୍ୟା ? ଏନେଇ କ୍ରାଇମ୍ବ୍ରାଞ୍ଚ ଘଟଣାର ଖୋଳତାଡ଼ କରୁଥିଲା ବେଳେ ଜେଲ୍ ଭିତରେ ଥିବା ରୋଷେଇ ଘର ପଛ ପାଖ ଝରକାରେ ଦୁଇଟି ଗାମୁଛା ଯୋଡ଼ି, ମାଂସ କଟା କାଠ ଗଣ୍ଡିରେ ଛିଡ଼ା ହୋଇ ଗୋବିନ୍ଦ ଆତ୍ମହତ୍ୟା କରିଥିବାର ଫଟୋ ପୂର୍ବରୁ ସାମ୍ନାକୁ ଆସିଛି ।
କ୍ରାଇମ୍ବ୍ରାଞ୍ଚ ଗୋବିନ୍ଦ ଆତ୍ମହତ୍ୟାର ସିନ୍ ରିକ୍ରିଏସନ୍ ମଧ୍ୟ କରିସାରିଛି । କିନ୍ତୁ ଏବେ ଗୋବିନ୍ଦର ମୃତଦେହ ପଞ୍ଚନାମା ସମୟର ଯେଉଁ ଫଟୋଚିତ୍ର ସାମ୍ନାକୁ ଆସିଛି, ତାହା କିଛି ଭିନ୍ନ କଥା ଦର୍ଶାଉଛି ।
ଏଠି କ୍ଲିକ କରି ଅଧିକ ପଢ଼ନ୍ତୁ : ଭୁବନେଶ୍ୱରରେ ସ୍କୁଲ ଛାତ୍ରୀ ଉପରେ ଚଢାଇଦେଲା 'ମୋ ବସ', ଏହା ଅନ୍ୟମନସ୍କ ନା ବେଖାତିର ଗାଡି ଚାଳନା...
ଏହି ଫଟୋ ଚିତ୍ରରୁ ଗୋବିନ୍ଦ ବେକରେ ଏକ ଗାଢ଼ ସରୁ ଦାଗ ଥିବା ଜଣାପଡ଼ିଛି । ଯାହା କି କେବଳ ରଶି ଦ୍ୱାରା ହିଁ ସମ୍ଭବ ବୋଲି କୁହାଯାଉଛି । ତେଣୁ ଏଭଳି ସ୍ଥିତିରେ ଗୋବିନ୍ଦ ଗାମୁଛାରେ ଆତ୍ମହତ୍ୟା କରିଥିବାର ଥିଓରିକୁ ନେଇ ସନ୍ଦେହ ଉପୁଜିଛି ।
ଏସବୁ ଭିତରେ ଗୋବିନ୍ଦ ମୃତ୍ୟୁ ମାମଲାରେ ଆଉ ଏକ ବଡ଼ ସୂଚନା ମିଳିଛି । ଜେଲ୍ରୁ ହସ୍ପିଟାଲ୍ ଯିବା ବେଳକୁ ବଞ୍ଚିଥିଲା ଗୋବିନ୍ଦ । ଗୋବିନ୍ଦର ଓକିଲ ଦୁର୍ଗାମୋହନ ପାଢ଼ୀ ଏହି ସୂଚନା ଦେଇଛନ୍ତି । ସେ କହିଛନ୍ତି, ଘଟଣା ଦିନ ଆମେ କୋର୍ଟରେ ଥିବା ସମୟରେ ଗୋବିନ୍ଦ ସାହୁର ମିସ୍ ହାପ୍ ସମ୍ପର୍କରେ ଖବର ପାଇ ତୁରନ୍ତ ଜେଲ୍କୁ ଆସିଥିଲୁ ।
ଜେଲ୍ରେ ପହଞ୍ଚିବା ବେଳେ ତାଙ୍କୁ ହସ୍ପିଟାଲ୍ ନିଆଯିବାର ବ୍ୟବସ୍ଥା ହେଉଥିଲା ଏବଂ ସେତେବେଳକୁ ତାଙ୍କର ନିଶ୍ୱାସ-ପ୍ରଶ୍ୱାସ ଚାଲିଥିଲା । ତେବେ ଯେଉଁ ପରିବେଶ ଓ ପରିସ୍ଥିତିରେ ଏହି ଘଟଣା ଘଟିଛି, ତାହା ଆତ୍ମହତ୍ୟା ବୋଲି ଆଦୌ ବିଶ୍ୱାସ ହେଉ ନାହିଁ ବୋଲି ଗୋବିନ୍ଦର ଓକିଲ କହିଛନ୍ତି ।
ଏଠି କ୍ଲିକ କରି ଅଧିକ ପଢ଼ନ୍ତୁ : କରୋନା ପାଇଁ ରାଜ୍ୟ ସରକାର ଲାଗୁ କଲେ ନୂଆ ଗାଇଡ଼ଲାଇନ, ଜାଣନ୍ତୁ କଣ କରିବେ କଣ ନାହିଁ...
ଅନ୍ୟପକ୍ଷେ, କଳାହାଣ୍ଡି ମହାଲିଙ୍ଗ କଲେଜରେ ପହଞ୍ଚିଛି କ୍ରାଇମ୍ବ୍ରାଞ୍ଚ । ଗୋବିନ୍ଦ ସାହୁ ମୃତ୍ୟୁର ତଦନ୍ତ ପାଇଁ ମହାଲିଙ୍ଗ ଆଞ୍ଚଳିକ କଲେଜରେ କ୍ରାଇମବ୍ରାଞ୍ଚର ଟିମ୍ ପହଞ୍ଚିଛି । ଏବେ ବି ଗୋବିନ୍ଦର ମୃତ୍ୟୁକୁ ନେଇ ସସ୍ପେନ୍ସ ଲାଗି ରହିଛି ।
ସେପଟେ ପରିବାର ଲୋକେ ଆତ୍ମହତ୍ୟା ଥିଓରିକୁ ଗ୍ରହଣ କରିପାରୁ ନାହାନ୍ତି । ତାଙ୍କୁ ହତ୍ୟା କରାଯାଇଛି ବୋଲି ପରିବାର ଲୋକ ସନ୍ଦେହ କରୁଛନ୍ତି । ଏହାର ପୁଙ୍ଖାନୁପୁଙ୍ଖ ତଦନ୍ତ ପାଇଁ କ୍ରାଇମ୍ବ୍ରାଞ୍ଚକୁ ଦାୟିତ୍ୱ ଦିଆଯାଇଛି । ଏହି କ୍ରମରେ ବିଭିନ୍ନ ପ୍ରଶ୍ନର ଉତ୍ତର ପାଇଁ ମହାଲିଙ୍ଗ କଲେଜରେ କ୍ରାଇମ୍ବ୍ରାଞ୍ଚ ପହଞ୍ଚିଛି ।