ଭୁବନେଶ୍ୱରରେ ସ୍କୁଲ ଛାତ୍ରୀ ଉପରେ ଚଢାଇଦେଲା 'ମୋ ବସ', ଏହା ଅନ୍ୟମନସ୍କ ନା ବେଖାତିର ଗାଡି ଚାଳନା... 

school girl had narrow escape after Mo bus dashed her in Bhubaneswar

ଓଡ଼ିଆ ଗସିପ୍ ବ୍ୟୁରୋ: ଆଜି ରାଜଧାନୀ ଭୁବନେଶ୍ୱରରେ ଏକ ଦୁଃଖଦାୟକ ଘଟଣା ଘଟିଯାଇଥିବା ଦେଖିବାକୁ ମିଳିଛି କାହିଁକି ନା ଦିନ ଦିପହରରେ ଏକ ବସ ଜଣେ ସ୍କୁଲ ଛାତ୍ରୀ ଉପରେ ଚଢାଇଦେଇଛନ୍ତି । ତାହା ପୁଣି ସରକାରୀ 'ମୋ ବସ' । ଯାହାକୁ ଲୋକେ ଦେଖି ଅସମ୍ଭାଳ ହେବ ସହ ଏହା ଗାଡିଚାଳକର ଅନ୍ୟମନସ୍କତା ନା ବେଖାତିର ଗାଡି ଚାଳନା ବୋଲି ପ୍ରଶ୍ନ କରିଛନ୍ତି ।

ଦୁର୍ଘଟଣାଟି ଖଣ୍ଡଗିରି ଜାଗମରା ଛକ ନିକଟରେ ଘଟିଛି । ଛାତ୍ରୀଙ୍କୁ ମୃତ୍ୟୁ ମୁଖରୁ ବଞ୍ଚାଇଲେ ପ୍ରଦୀପ ସେବା ଟ୍ରଷ୍ଟର ମୁଖ୍ୟ । ଗୁରୁତର ଅବସ୍ଥାରେ ଉଦ୍ଧାର କରି ଏମ୍ସରେ ଭର୍ତ୍ତି କଲେ ।

ଏଠି କ୍ଲିକ କରି ଅଧିକ ପଢ଼ନ୍ତୁ : କେମିତି ଜେଲ ଝରକାରେ ଆତ୍ମହତ୍ୟା କଲା ଶିକ୍ଷୟତ୍ରୀ ମମିତା ମେହର ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁ? ଉଠୁଛି ସୁପାରୀ କିଲର୍ ର ସମ୍ପୃକ୍ତି...

ଦୁର୍ଘଟଣାକୁ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଉତ୍ତେଜନା ଦେଖାଦେଇଥିଲା । ଘଟଣାସ୍ଥଳରେ ଖଣ୍ଡଗିରି ପୋଲିସର ବୁଝାଶୁଝା ପରେ ଉତ୍ୟକ୍ତ ଲୋକେ ରାସ୍ତା ଛାଡିଥିଲେ ।

ଗୁର୍ଘଟଣାଟି ଘଟିବା ମାତ୍ରେ ଲୋକେ ପୁରା ଗାଡିଚାଳକ ଉପରେ ରାଗି ଯାଇଥିଲେ । ତୁରନ୍ତ ବସ ଅଟକାଇ ଡ୍ରାଇଭର କୁ ଗାଳିଗୁଲଜ କରିଥିଲେ । ଖବର ପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିଥିଲା । ଛାତ୍ରୀ ଜଣଙ୍କ ଏବେ ସୁସ୍ଥ ଥିବା ସୂଚନା ମିଳୁଛି ।

Share this story