କେମିତି ଜେଲ ଝରକାରେ ଆତ୍ମହତ୍ୟା କଲା ଶିକ୍ଷୟତ୍ରୀ ମମିତା ମେହର ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁ? ଉଠୁଛି ସୁପାରୀ କିଲର୍ ର ସମ୍ପୃକ୍ତି...

relatives of prime accused Govinda Sahu suspect supari killer role behind his suspicious death

ଓଡ଼ିଆ ଗସିପ୍ ବ୍ୟୁରୋ: ମମିତା ହତ୍ୟାର ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ କାହିଁକି କଲା ଆତ୍ମହତ୍ୟା ? କଏଦୀଙ୍କ ପାଇଁ ସୁରକ୍ଷିତ ଜେଲ୍ ଭିତରେ ଓ ଜେଲ୍ କର୍ମଚାରୀଙ୍କ ଉପସ୍ଥିତିରେ କେମିତି କଲା ସୁଇସାଇଡ୍ ? ଫଟୋର ପାରିପାର୍ଶ୍ୱିକ ସ୍ଥିତିକୁ ଦେଖିଲେ ନାନା ପ୍ରଶ୍ନ ସୃଷ୍ଟି ହୋଇଥିବା ବେଳେ ୬୦ ଘଣ୍ଟା ପରେ ବି କ୍ରାଇମବ୍ରାଞ୍ଚ ଚୁପ୍ ।

ଦୁଇ ଦିନ ତଳେ କଣ୍ଟାବାଞ୍ଜି ଜେଲରେ ତନାଘନା କରିଛନ୍ତି କ୍ରାଇମବ୍ରାଞ୍ଚ ଆଇଜି । ଏସବୁ ଭିତରେ ୩ ଦିନ ହେଲା ଜେଲ୍ ରେ ମୁଲାକାତ ବ୍ୟବସ୍ଥା ବନ୍ଦକୁ ନେଇ ପ୍ରଶ୍ନ ଉଠାଇଛନ୍ତି ଅନ୍ତେବାସୀଙ୍କ ସଂପର୍କୀୟ ।

ଏକ ଝରକାରେ ଗାମୁଛା ୨ଟିକୁ ବ୍ୟବହାର କରି ଗୋବିନ୍ଦ କୁଆଡ଼େ ଆତ୍ମହତ୍ୟା କରିଛି । ତଳେ ପଡିଛି ପ୍ରାୟ ୨ ଫୁଟର ଏକ କାଠଗଣ୍ଡି । ଜେଲରେ ରୋଷେଇ ପାଇଁ ଆସୁଥିବା ମାଂସକୁ ଏଇଠି କଟାଯାଇଥାଏ । ଯାହା ଉପରେ ଚଢ଼ି ଆତ୍ମହତ୍ୟା କରିଥାଇପାରେ ଗୋବିନ୍ଦ ।

ଏଠି କ୍ଲିକ କରି ଅଧିକ ପଢ଼ନ୍ତୁ : କରୋନା ପାଇଁ ରାଜ୍ୟ ସରକାର ଲାଗୁ କଲେ ନୂଆ ଗାଇଡ଼ଲାଇନ, ଜାଣନ୍ତୁ କଣ କରିବେ କଣ ନାହିଁ...

ଏକଥା ଯଦି ସତ, ତେବେ ଏହି କାଠଗଣ୍ଡିକୁ ଆଣିବାବେଳେ କାହା ନଜରରେ କେମିତି ପଡ଼ିଲାନି ? ଦୁଇ ଦୁଇଟି ଗାମୁଛାକୁ ବାନ୍ଧିବା ଓ କାଠଗଣ୍ଡିକୁ ଆଣି ପକାଇଲା ବେଳେ କେହି କଣ ଦେଖିପାରିଲେନି ? ସେତେବେଳେ କଣ ରୋଷେଇ ଘରେ କେହି ନଥିଲେ ? ଜେଲରେ ୭୦ରୁ ଅଧିକ ଅନ୍ତେବାସୀଙ୍କ ମଧ୍ୟରୁ ଜଣଙ୍କ ଆଖିରେ ବି କେମିତି ପଡ଼ିଲାନି ଏହି ଦୃଶ୍ୟ ?

ଫଟୋକୁ ନେଇ ଏଭଳି ନାନା ପ୍ରଶ୍ନ ଉଠାଇ ଗୋବିନ୍ଦକୁ ସୁପାରୀ କିଲର୍ ଲଗାଇ କଣ୍ଟାବାଞ୍ଜି ଜେଲ୍ ଭିତରେ ହତ୍ୟା କରାଯାଇଥିବା ଅଭିଯୋଗ ଆଣିଛନ୍ତି ସଂପର୍କୀୟ । କହିଛନ୍ତି, ହାଇପ୍ରୋଫାଇଲ୍ ମାମଲା ହୋଇଥିବାରୁ ଜାଣିଶୁଣି ଗୋବିନ୍ଦକୁ ରାସ୍ତାରୁ ହଟାଇ ଦିଆଯାଇଛି । କ୍ରାଇମବ୍ରାଞ୍ଚ ନୁହେଁ, ବରଂ ତଦନ୍ତ ଭାର ସିବିଆଇକୁ ଦେବାକୁ ଦାବି କରିଛନ୍ତି ଗୋବିନ୍ଦର ସଂପର୍କୀୟ ।

ତେଣେ କ୍ରାଇମବ୍ରାଞ୍ଚ ଡିଏସପି ବିଜୟ ମଲ୍ଲିକଙ୍କ ନେତୃତ୍ୱରେ ଚାଲିଥିବା ଖୋଳତାଡ଼ ଭିତରେ ଏବେ ଏଣ୍ଟ୍ରି ମାରିଛନ୍ତି କ୍ରାଇମବ୍ରାଞ୍ଚ ଆଇଜି ଅମିତେନ୍ଦ୍ରନାଥ ସିହ୍ନା । କୁହାଯାଉଛି, ସେ କଣ୍ଟାବାଞ୍ଜି ଜେଲର ରେଜିଷ୍ଟର ଚେକ୍ କରିଛନ୍ତି । ଗୋବିନ୍ଦ ମୃତ୍ୟୁର ପୂର୍ବ ଦିନ ଗୁଡ଼ିକରେ କିଏ କିଏ ଭେଟିବାକୁ ଆସିଥିଲେ ? କେଉଁମାନେ ମୁଲାକାତ ରେଜିଷ୍ଟ୍ରରରେ ଦସ୍ତଖତ କରିଛନ୍ତି ? ସେସବୁର ଯାଞ୍ଚ ସହ ଜେଲ୍ କର୍ମଚାରୀ ଓ ଅନ୍ତେବାସୀଙ୍କଠୁ ତଥ୍ୟ ଆଦାୟ କରିଛନ୍ତି କ୍ରାଇମବ୍ରାଞ୍ଚ ଆଇଜି ।

ଏଠି କ୍ଲିକ କରି ଅଧିକ ପଢ଼ନ୍ତୁ : ଓଲଟିଲା ଟୁର ବସ୍‌ , ଚାଲିଗଲା ୧୬ ଛାତ୍ରଙ୍କ ଜୀବନ...

ଏସବୁ ଭିତରେ ସାମ୍ନାକୁ ଆସିଛି ଏକ ଅଜବ ଘଟଣା । ଗୋବିନ୍ଦର ମୃତ୍ୟୁ ପରଠୁ ଗତ ୩ଦିନ ହେଲା କଣ୍ଟାବାଞ୍ଜି ଜେଲରେ ଅନ୍ତେବାସୀଙ୍କ ସହ ସଂପର୍କିୟଙ୍କ ସାକ୍ଷାତ କାର୍ଯ୍ୟକ୍ରମକୁ ସ୍ଥଗିତ ରଖାଯାଇଛି । ତେବେ ପ୍ରଶ୍ନ, ହଠାତ୍ ଏଭଳି ପଦକ୍ଷେପ କାହିଁକି ? ଜେଲ୍ ଭିତରର କଥା କାଳେ ବାହାରେ ପ୍ରଘଟ ହୋଇଯିବ, ସେହି ଆଶଙ୍କା ଘାରିଛି କି ଜେଲ୍ କର୍ତ୍ତପକ୍ଷଙ୍କୁ ? କେଉଁ କଥା ପ୍ରଘଟ ହେଲେ ଅଡୁଆ ହେବ ବୋଲି ଆଶଙ୍କା କରାଯାଉଛି?

ଗୋବିନ୍ଦର ଆାତ୍ମହତ୍ୟାର ଖୋଳତାଡ଼ ଭିତରେ ମମିତା ମେହେରଙ୍କ ଜନ୍ମଦିନ ପାଳନ କରିଛନ୍ତି ପରିବାର ଓ ସଂପର୍କୀୟ । ସଂକୀର୍ତ୍ତନ ସହ ସାମୂହିକ ଦୀପ ପ୍ରଜ୍ୱଳନ କରି ଆତ୍ମାର ସଦଗତି କାମନା କରିଛନ୍ତି ସମସ୍ତେ ।

ସେପଟେ ଜେଲ୍ ଭିତରେ ମୃତ୍ୟୁ ପୂର୍ବରୁ ଝିଅକୁ ଚିଠି ଲେଖିଥିଲେ ଗୋବିନ୍ଦ ସାହୁ । ମୃତଦେହରୁ ମିଳିଥିବା ଏନଭଲପରେ ଥିବା ଲେଖା ଝିଅ ଉଦ୍ଦେଶ୍ୟରେ ଥିବା ସୂଚନା ମିଳିଛି । ଗୋବିନ୍ଦଙ୍କ ଜ୍ୟାକେଟର ଭିତର ପଟ ପକେଟରୁ ଏକ ମାଟିଆ ରଂଗର ଏନଭଲପ୍ ମିଳିଥିଲା ।

ଏନଭଲପ୍ ଭିତରେ ୨ଟି ପୃଷ୍ଠା ସମ୍ବଳିତ ଚିଠି ଥିବା କୁହାଯାଉଥିଲା । ଏନଭଲପ୍ ଉପରେ ଲିପିକା ସାହୁ ମାର୍ଫତ ସୁଷମା ସାହୁ ଲେଖାଯାଇଥିବା ଜଣାପଡ଼ିଛି । ବର୍ତ୍ତମାନ ସୁଦ୍ଧା ମଧ୍ୟ ଗୋବିନ୍ଦଙ୍କ ବଡ଼ ଝିଅ ଲିପିକାକୁ ଏହି ଚିଠି ମିଳିନାହିଁ ।

ତେବେ ଚିଠିରେ କ’ଣ ଲେଖା ହୋଇଛି ସେ ସମ୍ପର୍କରେ କିଛି ସ୍ପଷ୍ଟ ହୋଇନି । ଏଇଠି ପ୍ରଶ୍ନ ଉଠୁଛି ମୃତ୍ୟୁ ପୂର୍ବରୁ ହିଁ କାହିଁକି ଚିଠି ଲେଖିଥିଲେ ଗୋବିନ୍ଦ ? କିଛି ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଛାଡ଼ି ଯାଇଛନ୍ତି କି ? ଏପରି ଅନେକ ପ୍ରଶ୍ନ ଉଠୁଥିବା ବେଳେ କଣ୍ଟାବାଞ୍ଜି ପୋଲିସ ଏନଭଲପ୍ ଜବତ ପରେ ସିଲ୍ କରି କ୍ରାଇମବ୍ରାଞ୍ଚକୁ ହସ୍ତାନ୍ତର କରିଛି । ତେବେ ଏହି ଚିଠିରେ ଏମିତି କଣ ଲେଖା ଥିଲା ଯାହାକୁ ନେଇ ସାଧାରଣରେ ସନ୍ଦେହ ଘନୀଭୂତ ହେଉଛି ।

ଯଦି ଚିଠି ଟି ତାଙ୍କ ବଡ ଝିଅ ଉଦେଶ୍ୟରେ ଲେଖା ରହିଛି ତାହାଲେ ପୋଲିସ ଝିଅକୁ ଏଯାଏଁ ଏହି ଚିଠି ହସ୍ତାନ୍ତର କରିନାହିଁ କାହିଁକି ? ଏଠି କଣ ରହସ୍ୟ ଲୁଚି ରହିଛି କି ପୋଲିସ ଏହାକୁ ସାର୍ବଜନୀନ କରୁନାହିଁ ।

Share this story