ଓଲଟିଲା ଟୁର ବସ୍‌ , ଚାଲିଗଲା ୧୬ ଛାତ୍ରଙ୍କ ଜୀବନ...

bus accident kills 16 students on spot

ଓଡ଼ିଆ ଗସିପ୍ ବ୍ୟୁରୋ: କିଏ ଜାଣିଥିଲା ଏପରି ଜୀବନ ଯିବ ବୋଲି ଚାହୁଁ ଚାହୁଁ ଚାଲିଗଲା ୧୫ ଛାତ୍ରଙ୍କ ଜୀବନ । ମଣିପୁରର ନୋନି ଜିଲ୍ଲାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି ।

ଟୁରରେ ଯାଉଥିବା ଏକ ବସଟି ଉଲଟି ପଡ଼ିଛି । ଫଳରେ ଏହି ଦୁର୍ଘଟଣାରେ ୧୫ ଜଣ ଛାତ୍ରଙ୍କ ମୃତ୍ଯୁ ଘଟିଥିବା ବେଳେ ଅନେକ ଛାତ୍ର ଗୁୁରୁତର ଆହତ ହୋଇଛନ୍ତି । ମୃତ୍ଯୁ ସଂଖ୍ୟା ବଢିବ ବୋଲି ଅନୁମାନ କରାଯାଉଛି ।

ଏଠି କ୍ଲିକ କରି ଅଧିକ ପଢ଼ନ୍ତୁ : ଭାରତରେ ପୋକ ମାଛି ଭଳି ଜୀବନ ନେବ କରୋନା ମହାମାରୀ ନୂଆ ଭ୍ୟାରିଆଣ୍ଟ!, ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ରାଜ୍ୟମାନଙ୍କୁ ଚିଠି...

ଖବର ମୁତାବକ, ଦୁର୍ଘଟଣା ଘଟିଥିବା ବସଟି ୟାରିପୋକର ଥମ୍ବଲନି ହାୟର ସେକେଣ୍ଡାରି ସ୍କୁଲର ବୋଲି ଜଣାପଡ଼ିଛି । ଏହି ବସଟି ଛାତ୍ରଙ୍କୁ ନେଇ ଏକ ଟୁରରେ ଯାଉଥିବା ବେଳେ ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା ।

ଦୁର୍ଘଟଣା ସ୍ଥଳରେ ୧୫ ଜଣ ଛାତ୍ରଙ୍କର ମୃତ୍ଯୁ ଘଟିଥିବା ବେଳେ ୨୨ ଛାତ୍ରଙ୍କୁ ଉଦ୍ଧାର କରାଯାଇ ଇମ୍ଫାଲର ମେଡିସିଟି ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଗୁରୁତରଙ୍କ ଉପରେ ନଜର ରଖିଛନ୍ତି ପ୍ରଶାସନ ।

Share this story

World Odia Language Conferene