କରୋନା ପାଇଁ ରାଜ୍ୟ ସରକାର ଲାଗୁ କଲେ ନୂଆ ଗାଇଡ଼ଲାଇନ, ଜାଣନ୍ତୁ କଣ କରିବେ କଣ ନାହିଁ...

Odisha Government brings new Covid advisories in State

ଓଡ଼ିଆ ଗସିପ୍ ବ୍ୟୁରୋ: ଚୀନ୍‌ରେ ହୁ ହୁ ହୋଇ କରୋନା ସଂକ୍ରମଣ ବଢିବା ପରେ ଏବେ ଭାରତରେ କରୋନାକୁ ନେଇ ଭୟ ପଶିଛି । କରୋନା ଭୂତାଣୁର ବିଏଫ.୭ ପ୍ରଜାତି ଚୀନ୍‌ରେ ସଂକ୍ରମଣ ବଢାଇବାରେ ଲାଗିଛି । ସେପଟେ ବିଦେଶରେ (ଜାପାନ, କୋରିଆ, ଆମେରିକା, ଫ୍ରାନ୍ସ, ବ୍ରାଜିଲ୍‌, ଜର୍ମାନି ଓ ଚୀନ୍‌) କରୋନା ଓମିକ୍ରନ୍‌ର ନୂଆ ଭାରିଆଣ୍ଟ ଖୁବ୍‌ ଶୀଘ୍ର ବ୍ୟାପୁଥିବା ‌ବେଳ ରାଜ୍ୟ ସରକାର ଏ ସଂପର୍କରେ ଅବଗତ ହୋଇ ଜନସାଧାରଣଙ୍କ ପାଇଁ ଗାଇଡ୍‌ଲାଇନ୍‌ ଜାରି କରିଛନ୍ତି । କରୋନା ନିୟମ ପାଳନ କରିବାକୁ ରାଜ୍ୟ ସରକାର ପରାମର୍ଶ ଲୋଡିଛନ୍ତି ।

ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର କମିସନର ତଥା ସଚିବ ଶାଳିନୀ ପଣ୍ଡିତଙ୍କ ଅଧ୍ୟକ୍ଷତାରେ ଆଜି ଲୋକସେବା ଭବନରେ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ରାଜ୍ୟ ସରକାର ଜନସାଧାରଣଙ୍କୁ ମାସ୍କ ପିନ୍ଧିବା, ହାତ ଧୋଇବା, ଲକ୍ଷଣ ଦେଖାଗଲେ ଗୃହରେ ଅନ୍ୟମାନଙ୍କ ଠାରୁ ଅଲଗା ରହିବା ଏବଂ ସର୍ବସାଧାରଣସ୍ଥଳରେ ଛେପ ନ ପକାଇବା ପାଇଁ ପରାମର୍ଶ ‌ଦେଇଛନ୍ତି ।

ଏଠି କ୍ଲିକ କରି ଅଧିକ ପଢ଼ନ୍ତୁ : ନୂଆ ବାହା ହୋଇଥିବା ବୋହୂ କାହିଁକି ଉଠି ପାରନ୍ତିନି ସକାଳୁ? କାରଣ ଜାଣି ଆପଣ ମଧ୍ୟ ମୁଣ୍ଡରେ ହାତ ଦେବେ 

କୋଭିଡ଼ ମୁକାବିଲା ନେଇ ରାଜ୍ୟ ସରକାରଙ୍କ ସମୀକ୍ଷା ବୈଠକରେ ଚାଲିଥିବା ଟେଷ୍ଟିଂ ଚାଲୁ ରଖିବାକୁ ନିଷ୍ପତ୍ତି ହୋଇଛି । ଏବେ ରାଜ୍ୟରେ ଦିନକୁ ୧୫ କେସ୍, ହସ୍ପିଟାଲରେ ୫୪ ରୋଗୀ ରହିଛନ୍ତି ।

ଏବେ ୩ ପ୍ରମୁଖ ମେଡିକାଲ କଲେଜରେ ୨୦ ଲେଖାଏଁ ବେଡ୍ ପ୍ରସ୍ତୁତ ରହିଛି । ପରିସ୍ଥିତି ଉପରେ ନଜର ରଖି ପରେ ବେଡ୍ ସଂଖ୍ୟା ଆଉ ୨୦ ବୃଦ୍ଧି ହେବ । ସବୁ ଜିଲ୍ଲା ହସ୍ପିଟାଲ ସହ ପ୍ରମୁଖ ହସ୍ପିଟାଲରେ ୨୭ରେ ହେବ ମକ୍ ଡ୍ରିଲ୍ । ରୋଗୀ ସଂଖ୍ୟା ବଢ଼ିଲେ କିଭଳି ଚିକିତ୍ସା ବ୍ୟବସ୍ଥା ହେବ, ମକଡ୍ରିଲ୍ କରାଯିବ ।

ଓମିକ୍ରନ୍‌ର ନୂଆ ଭାରିଆଣ୍ଟ ସେତେ ଭୟଙ୍କର ନୁହେଁ । ‌କିନ୍ତୁ ସମସ୍ତଙ୍କୁ ସତର୍କ ରହିବାର ଆବଶ୍ୟକତା ରହିଛି । କରୋନାର ନୂତନ ଲହରକୁ ନେଇ ଚିନ୍ତିତ ହେବାର ଆବଶ୍ୟକତା ନାହିଁ । ରାଜ୍ୟ ସରକାର କୋଭିଡ ଟେଷ୍ଟିଂକୁ ଗୁରୁତ୍ବ ଦେଉଛନ୍ତି । ଏଥିପାଇଁ ରାଜ୍ୟର ବିଭିନ୍ନ ଡାକ୍ତରଖାନାରେ ଟେଷ୍ଟିଂ ଜାରି ରହିଛି ।

ଏଠି କ୍ଲିକ କରି ଅଧିକ ପଢ଼ନ୍ତୁ : ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ପ୍ରାଣ ହରାଇଲେ ୧୬ ଯବାନ, ୪ ଗୁରୁତର

ଜାତୀୟ ହାର ତୁଳନାରେ ଓଡ଼ିଶାରେ ଦୈନିକ ଅଧିକ ଟେଷ୍ଟିଂ କରାଯାଉଛି । ବର୍ତ୍ତମାନ ଓଡ଼ିଶାରେ ଦୈନିକ ୧୫୫୨ ଟେଷ୍ଟିଂ କରାଯାଉଥିବା ବେଳେ ଜାତୀୟ ହାର ହେଉଛି ୫୮୯ । ସେହିପରି ନୂଆ ଭାଇରସ୍‌ ପାଇଁ ଭୁବନେଶ୍ବରର ଆଇଏଲ୍‌ଏସ୍‌ ଓ ଆରଏମ୍‌ଆରସି ଏବଂ ଏସ୍‌ସିବିରେ ଜିନୋମ ସିକ୍ବେନ୍ସିଂ କରାଯାଉଛି ।

ହକି ବିଶ୍ୱକପ୍ ପାଇଁ ୩ଟି ସହରରେ ଅଧିକ ଟେଷ୍ଟିଂ ବ୍ୟବସ୍ଥା ରହିବ । ଭୁବନେଶ୍ୱର, ରାଉରକେଲା ଏବଂ କଟକ ପାଇଁ ଅଧିକ ୩ଟି ଗାଡ଼ି ରହିବ । ୩ ସହର ପାଇଁ ଆବଶ୍ୟକ ହେଲେ ଅତିରିକ୍ତ ଷ୍ଟାଫ୍ ରଖିବାକୁ ପରାମର୍ଶ ଦିଆଯାଇଛି । ଭୁବନେଶ୍ବରସ୍ଥିତ କ୍ୟାପିଟାଲ୍‌ ହସ୍‌ପିଟାଲ, ରାଉରକେଲା ସରକାରୀ ହସ୍‌ପିଟାଲ ସମେତ ସମସ୍ତ ଜିଲ୍ଲା ମୁଖ୍ୟାଳୟରେ ଥିବା ଡାକ୍ତରଖାନାଗୁଡ଼ିକରେ ୨୦୨୨ ଡିସେମ୍ବର ୨୭ ତାରିଖ ସୁଦ୍ଧା ମକ୍‌ଡ୍ରିଲ୍‌ କରାଯିବ ।

Share this story

World Odia Language Conferene