ଝିଅଙ୍କ ନାଁରେ ଫେକ୍ ଆକାଉଣ୍ଟ ଖୋଲି ପଠାଉଥିଲେ ନଗ୍ନ ଛବି, ଆଉ ତା'ପରେ ଯାହା ହେଲା ଆପଣଙ୍କୁ ଚକିତ କରିବ...

Stay away from social media cheaters

ଓଡ଼ିଆ ଗସିପ ବ୍ୟୁରୋ: ଅଜଣା ଲୋକଙ୍କ ଠାରୁ ଫ୍ରେଣ୍ଡ ରିକ୍ୱେଷ୍ଟ ଆକ୍ସେପ୍ଟ କରୁଛନ୍ତି କି ? ହୋଇଯାଆନ୍ତୁ ସାବଧାନ, ନଚେତ୍ ଅସୁବିଧାରେ ପଡ଼ିପାରନ୍ତି । ଆଜିକାଲି ସାଇବର କ୍ରାଇମ୍ ହୁ ହୁ ହୋଇ ବଢ଼ୁଥିବା ବେଳେ ଟିକିଏ ଅସାବଧାନତା ଆପଣଙ୍କୁ ହରଡ଼ଘଣାରେ ପକାଇପାରେ ।

ଏପରିକି ଆପଣଙ୍କ ସାମାଜିକ ସମ୍ମାନ ତଳିତଳାନ୍ତ ହୋଇଯାଇପାରେ । ମୁମ୍ବାଇରେ ଏମିତି ଏକ ଘଟଣା ଘଟିଛି, ଯେଉଁଠି ଜଣେ ମହିଳା ଆଉ ଜଣେ ଅଜଣା ଯୁବକଙ୍କ ଫ୍ରେଣ୍ଡ ରିକ୍ୱେଷ୍ଟକୁ  ଇନ୍‌ଷ୍ଟ୍ରାଗ୍ରାମରେ ଗ୍ରହଣ କରିବା ପରେ ଏବେ ପୋଲିସର ଆଶ୍ରୟ ନେଇଛନ୍ତି ।

ଅଧିକ ପଢ଼ନ୍ତୁ : ଭିନ୍ନକ୍ଷମଙ୍କ ପତ୍ନୀଙ୍କୁ ବି ଛାଡିଲେନି ମଣିଷ ରୂପୀ ରାକ୍ଷସ, ଦୁଷ୍କର୍ମ ପରେ ସ୍ୱାମୀଙ୍କୁ ଆକ୍ରମଣ କରିବାକୁ ପଛେଇଲେନି...

ଘଟଣାରୁ ପ୍ରକାଶଯେ, ଦୀପେଶ କୋଲି ନାମକ ଏହି ଯୁବକ ଇନ୍‌ଷ୍ଟ୍ରାଗ୍ରାମରେ ଏକ ଫେକ୍ ଆକାଉଣ୍ଟ ଖୋଲି ବିଭିନ୍ନ ମହିଳାଙ୍କୁ ଫ୍ରେଣ୍ଡ ରିକ୍ୱେଷ୍ଟ ପଠାଇଥିଲେ । ତେବେ ରୋଚକ କଥାଟି ହେଉଛି, ଦୀପେଶ ନିଜକୁ ଜଣେ ଯୁବତୀ ଭାବେ ଦର୍ଶାଇ ଏହି କାରବାର କରୁଥିଲା ।

ଫଳରେ ମୁମ୍ବାଇର ଏହି ମହିଳା ଫ୍ରେଣ୍ଡ ରିକ୍ୱେଷ୍ଟ ପାଇବା ପରେ ଆଉ ସନ୍ଦେହ ନକରି ଆକ୍ସେପ୍ଟ କରିଥିଲେ । ତା’ପରେ ଆରମ୍ଭ ହୋଇଥିଲା ଅସଲ ଖେଳ । ଏହି ମହିଳାଙ୍କ ବିଭିନ୍ନ ଫଟୋକୁ ଏଡିଟ୍ କରି ସେଥିରେ ନଗ୍ନ ଛବି ଯୋଡ଼ି ତାଙ୍କ ପାଖକୁ ପଠାଉଥିଲା ।

ଅଧିକ ପଢ଼ନ୍ତୁ : ରାଉରକେଲା ସାରନଗରୀ ଅଞ୍ଚଳରେ ଡ଼ବଲ ମର୍ଡର; ଜୀବନ ହାରିଲେ ଦୁଇ ଯୁବକ, କାରଣ ଖୋଜୁଛି ପୋଲିସ

ତେବେ ଏହି କାରବାର କୋଲି ପାଇଁ ନୂଆ ନୁହେଁ । ୩୧ ବର୍ଷିୟ ଏହି ଯୁବକ ଆଗରୁ ଏଭଳି ରିକ୍ୱେଷ୍ଟ ପଠାଇ ଅନେକ ମହିଳାଙ୍କୁ ବ୍ଲାକ୍‌ମେଲ୍ କରିଛି । ଏହି ମହିଳାଙ୍କ ଘଟଣାରେ ମଧ୍ୟ ସେଇ ଏକା କାମ କରିଥିବା ବେଳେ ମହିଳା ଜଣଙ୍କ ଏ ବାବଦରେ ପୋଲିସରେ ଖବର ଦେବା ପରେ ସବୁ କଥା ଖୁଲାସା ହୋଇଛି ।

ପୋଲିସ୍ ଦୀପେଶ କୋଲିର ଆକାଉଣ୍ଟ ଚେକ୍ କରିବା ପରେ ଏହା ଏକ ନକଲି ଆକାଉଣ୍ଟ ବୋଲି ଜଣାପଡ଼ିଥିଲା । ପରେ ଆଇପି ଆଡ୍ରେସ୍ ଚେକ୍ କରିବା ପରେ ସଂପୃକ୍ତ ଯୁବକକୁ ପୋଲିସ ଠାବ କରି ତା’ ମୋବାଇଲ୍ ଜବତ କରିଛି । ଅନ୍ୟ କେଉଁ ମହିଳାଙ୍କୁ ବ୍ଲାକ୍‌ମେଲ୍ କରାଯାଇଛି କି ନାଇଁ, ତାହା ଜାଣିବା ପାଇଁ ଫୋରେନସିକ୍ ଲ୍ୟାବ୍‌କୁ ଜବତ ମୋବାଇଲ୍‌ ପଠାଯାଇଛି ।

Share this story

World Odia Language Conferene