ମୋତେ ମାରିଦେବେ, ସତକୁ ସତ ଭଉଣୀ ଥାନାରେ ଗୁହାରୀ କରିବାର ୨ ଦିନ ପରେ ହତ୍ୟା କଲା ଭାଇ, ଖାଲି ସେତିକି ନୁହେଁ...

sister stabbed to death by brother for this reason

ଓଡ଼ିଆ ଗସିପ ବ୍ୟୁରୋ: ଜୀବନ ବିକଳରେ ଥାନାରେ ପହଞ୍ଚିଥିଲେ ଯୁବତୀ । ପରିବାର ଲୋକେ ମାରିଦେବେ ଜାଣିବା ପରେ ପୋଲିସ ବାବୁଙ୍କ ନିକଟରେ ଗୁହାରୀ ଜଣାଇଥିଲେ । ହେଲେ ଅଭିଯୋଗ କରିବା ପରେ ମଧ୍ୟ ତାଙ୍କ କଥାକୁ କେହି ଗୁରୁତ୍ୱ ଦେଇନଥିଲେ କି କୌଣସି ପ୍ରକାର ସହଯୋଗ କରିନଥିଲେ ।

ଆଉ ଏହି ଘଟଣାର ଦୁଇ ଦିନ ପରେ ହିଁ ଯୁବତୀଙ୍କୁ ହତ୍ୟା କରାଯାଇଛି । ଯୁବତୀଙ୍କୁ ତାଙ୍କ ପରିବାର ଲୋକ ହିଁ ମାରି ଦେଇଥିବା ଜଣାପଡ଼ିଛି । ଉତ୍ତରପ୍ରଦେଶ ହାପୁଡ଼ରେ ଏପରି ଏକ ଘଟଣା ଘଟିଛି ।

ଆହୁରି ପଢ଼ନ୍ତୁ : ପାୱାରଚାନେଲର ଗଭୀର ଜଳରୁ ମିଳିଲା ଚିନ୍ମୟୀଙ୍କ ମୃତଦେହ, ବେକ ଓ ଶରୀରରେ ଦାଗ ତଣ୍ଟିଚିପି ହତ୍ୟା ସନ୍ଦେହ!

ସୂଚନା ଅନୁଯାୟୀ, ଯୁବତୀ ଜଣକ ଗାଁର ଜଣେ ଯୁବକଙ୍କୁ ପ୍ରେମ କରୁଥିଲେ । ଆଉ ଉଭୟଙ୍କ ପ୍ରେମ ବିଷୟରେ ପରିବାର ଲୋକଙ୍କ ପାଖରେ ଖବର ପହଞ୍ଚିଯାଇଥିଲା । ଭଉଣୀର ପ୍ରେମ କାହାଣୀ ଜାଣିବା ପରେ ଯୁବତୀଙ୍କୁ ତାଙ୍କ ଭାଇ ହିଁ ହତ୍ୟା କରିଛନ୍ତି ।

ଆଉ ହତ୍ୟା ପରେ କେହି ଯେପରି କିଛି ଜାଣିପାରିବେ ନାହିଁ, ସେଥିପାଇଁ ରାତାରାତି ଗାଁ ମଶାଣୀରେ ଚୁପଚାପ୍‌ ଶବଦାଦ କରିଦେଇଥିଲେ । ଗାଁ ଲୋକମାନେ ଅନ୍ତିମ ସଂସ୍କାର ବିଷୟରେ ଜାଣିବା ପରେ ସଙ୍ଗେ ସଙ୍ଗେ ପୋଲିସକୁ ଜଣାଇଥିଲେ । ଖବର ପାଇବା ପରେ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ମାମଲା ଛାନଭିନ୍‌ ଆରମ୍ଭ କରିଥିଲା ପୋଲିସ୍‌ ।

ଆହୁରି ପଢ଼ନ୍ତୁ : ମୃତ୍ୟୁ ପର୍ଯ୍ୟନ୍ତ ବି ନିଜ ପ୍ରଥମ ପ୍ରେମିକାକୁ ଝୁରୁଥିଲେ ପିଣ୍ଟୁ ନନ୍ଦ, ପିଣ୍ଟୁଙ୍କ ପ୍ରଥମ ପ୍ରେମ କାହାଣୀ ଥିଲା କିଛି ଏମିତି...

ତେବେ ସବୁଠାରୁ ଦୁଃଖର କଥା ହେଲା ନିଜ ମୃତ୍ୟୁ ସମ୍ପର୍କରେ ଜାଣି ଯୁବତୀ ଜଣକ ଥାନାରେ ସାହାଯ୍ୟ ପାଇଁ ଗୁହାରୀ କରିଥିଲେ । ପୋଲିସ୍‌ ତାଙ୍କ କଥାକୁ ଟିକିଏ ବି ଗୁରୁତର ସହ ନେଇଥିଲେ ଆଜି ତାଙ୍କର ଜୀବନ ବଞ୍ଚି ଯାଇଥାଆନ୍ତା ।

ଏନେଇ ହାପୁଡ଼ ଏଏସ୍‌ପି ମୁକେଶ ଚନ୍ଦ୍ରା କହିଛନ୍ତି, ମୀନାକ୍ଷୀ ନାମକ ଯୁବତୀଙ୍କୁ ହତ୍ୟା କରିଛନ୍ତି ତାଙ୍କ ଭାଇ । ଏହି ମାମଲାରେ ୪  ହତ୍ୟା ଓ ପ୍ରମାଣ ଲୁଚାଇଥିବା ଅଭିଯୋଗରେ ୪ ଜଣଙ୍କ ବିରୋଧରେ ମାମଲା ରୁଜୁ ହୋଇଛି । ଏବେ ସୁଦ୍ଧା ଦୁଇ ଜଣଙ୍କୁ ଗିରଫ କରାଯାଇଛି ।

Share this story

World Odia Language Conferene