ପାୱାରଚାନେଲର ଗଭୀର ଜଳରୁ ମିଳିଲା ଚିନ୍ମୟୀଙ୍କ ମୃତଦେହ, ବେକ ଓ ଶରୀରରେ ଦାଗ ତଣ୍ଟିଚିପି ହତ୍ୟା ସନ୍ଦେହ!

VSSUT student Chinmayee Priyadarshini Sahoo murder case follow up

ଓଡ଼ିଆ ଗସିପ ବ୍ୟୁରୋ: ସମାବର୍ତ୍ତନ ଉତ୍ସବକୁ ଯାଇ ଚିନ୍ମୟୀ କେମିତି ହୋଇଗଲେ ଶବ ? ଷଡ଼ଯନ୍ତ୍ର ରଚି ଚିନ୍ମୟୀଙ୍କୁ ହତ୍ୟା କରାଯାଇଛି ନା ଆତ୍ମହତ୍ୟା କରିଛନ୍ତି ସେ ? ଚିନ୍ମୟୀଙ୍କୁ ତଣ୍ଟି ଚିପି ହତ୍ୟା କରିବା ପରେ ପାଣିରେ ଫିଙ୍ଗି ଦିଆଯାଇନି ତ ? ନାନା ପ୍ରଶ୍ନ, ନାନା ଆଶଙ୍କା । ହେଲେ ମୃତ୍ୟୁକୁ ୨ଦିନ ହୋଇଯାଇଥିଲେ ବି ସାମ୍ନାକୁ ଆସୁନି ସତ ।

ଏପଟେ ଝିଅକୁ ଝୁରି ହେଉଛନ୍ତି ବାପା । ମା’ର ଆଖିରୁ ଶୁଖୁନି ଲୁହ । ଝିଅକୁ ମାରି ଦୁର୍ଘଟଣାର ରୂପ ଦିଆଯାଉଥିବାର ସଂଗୀନ ଅଭିଯୋଗ ଆଣି ଭୋ ଭୋ ହୋଇ ଦିନରାତି କାନ୍ଦୁଛନ୍ତି ଚିନ୍ମୟୀଙ୍କ ମା’ । ଫେବୃୟାରୀ ୨୮ ତାରିଖ, ସଂଧ୍ୟା ୬ଟା ୪୭ ମିନିଟ୍ । ସମାବର୍ତ୍ତନ ଉତ୍ସବ ପରେ ସଂଧ୍ୟାରେ ମା’ଙ୍କୁ ଏକ ହ୍ୱାଟ୍ସଆପ ମେସେଜ୍ କରିଥିଲେ ଚିନ୍ନୟୀ ।

ଏହାଥିଲା ମା’-ଝିଅଙ୍କ ମଧ୍ୟରେ ଶେଷ ହ୍ୱାଟ୍ସଆପ ଚାଟ୍ । ରାତି ୯ଟାରେ ଚିନ୍ମୟୀଙ୍କୁ ଯେତେବେଳେ କଲ୍ କରିଥିଲେ, ସେତିକିବେଳକୁ ଚିନ୍ମୟୀଙ୍କ ତଣ୍ଟି ଚିପା ସ୍ୱର ଶୁଭୁଥିଲା । ଯେତିକି ଥର କଲ୍ କରୁଥିଲେ, ସେତିକି ଥର ଅଜବ ଶୁଭୁଥିଲା ଚିନ୍ମୟଙ୍କର ସ୍ୱର । ତେଣୁ ବୁର୍ଲା ପାୱାରଚାନେଲ୍ ବ୍ରିଜ୍ ପାଖରେ ଷଡ଼ଯନ୍ତ୍ର ରଚି ହତ୍ୟା କରାଯାଇଛି ବୋଲି ଚିନ୍ମୟୀଙ୍କ ମା’ ଅଭିଯୋଗ କରିଛନ୍ତି ।

ଆହୁରି ପଢ଼ନ୍ତୁ : ମୃତ୍ୟୁ ପର୍ଯ୍ୟନ୍ତ ବି ନିଜ ପ୍ରଥମ ପ୍ରେମିକାକୁ ଝୁରୁଥିଲେ ପିଣ୍ଟୁ ନନ୍ଦ, ପିଣ୍ଟୁଙ୍କ ପ୍ରଥମ ପ୍ରେମ କାହାଣୀ ଥିଲା କିଛି ଏମିତି...

ଏହି ଅଭିଯୋଗ ଏବଂ ଆଶଙ୍କାକୁ ଦୁଇ ଗୁଣ କରିଛି ଚିନ୍ମୟୀଙ୍କ ମୃତଦେହରେ ଥିବା ଦାଗ । ତାଙ୍କ ଗଳାରେ ରହିଛି କ୍ଷତଚିହ୍ନ ସହ ଦାଗ । ସେପଟେ ଶେଷ ସମୟ ଯାଏଁ ଚିନ୍ମୟୀ ସହ ସାଙ୍ଗରେ ଥିବା ସହପାଠୀ ପ୍ରୀତିମାନଙ୍କ ବାପା ଗୃହ ବିଭାଗର ଯୁଗ୍ମ ସଚିବ ଥିବାରୁ ତଦନ୍ତକୁ ପ୍ରଭାବିତ କରୁଥିବା ଆଶଙ୍କା କରୁଛନ୍ତି ଚିନ୍ମୟୀଙ୍କ ବାପା ।

ଚିନ୍ମୟୀଙ୍କୁ ଯଦି ହତ୍ୟା କରାଗଲା ତେବେ କାହିଁକି ? କ’ଣ ଘଟିଲା ସମାବର୍ତ୍ତନ ଉତ୍ସବ ପରେ ? ବସରେ ଭୁବନେଶ୍ୱର ଫେରିବାକୁ ଯୋଜନା ରଖିଥିବା ଚିନ୍ମୟୀ, ପ୍ରୀତିମାନଙ୍କ ସହ ଏତେ ରାତିରେ କାହିଁକି ଗଲେ ପାୱାରଚାନେଲ ବ୍ରିଜ୍ ପାଖକୁ ? ଯଦି ପାଣିକୁ ଡେଇଁ ଆତ୍ମହତ୍ୟା କଲେ ଚିନ୍ମୟୀ, ତେବେ କ୍ଷତ ଚିହ୍ନ ଥିବା ଗଳାରେ ଏଭଳି ଦାଗ କାହିଁକି ?

ପ୍ରୀତିମାନଙ୍କ ପାଖରୁ ଚିନ୍ମୟୀଙ୍କ ମୋବାଇଲ୍ ମିଳିବା ପଛର ରହସ୍ୟ କ’ଣ ? ଏଭଳି ନାନା ପ୍ରଶ୍ନ ଭିତରେ ଆଜି ଚିନ୍ମୟୀଙ୍କ ଭୁବନେଶ୍ୱର ସ୍ଥିତ ଭଡ଼ାଘରୁ ଚିନ୍ମୟୀଙ୍କ ବ୍ୟାଗ ସହ ଲ୍ୟାପଟପ ଏବଂ କିଛି କାଗଜପତ୍ର ଜବତ କରିଛି ପୋଲିସ । ସହପାଠୀ ପ୍ରୀତିମାନଙ୍କ ସ୍କୁଲ ଶିକ୍ଷକ ତଥା ଜଣେ ପାରିବାରିକ ବନ୍ଧୁଙ୍କ ଏହି ଘରେ ଗତ ଅକଟୋବରରୁ ରହିଆସୁଥିଲେ ଚିନ୍ମୟୀ । ପ୍ରୀତିମାନଙ୍କ ମା’ କହିଛନ୍ତି, ଯାହା ବି ଘଟଣା ଘଟିଥାଉ, ସତ ସାମ୍ନାକୁ ଆସୁ ।

ଆହୁରି ପଢ଼ନ୍ତୁ : ଭାଇ ବୋହୂ ସହ ସମ୍ପର୍କ ନଥିଲା ହେଲେ ପ୍ରମାଣ ପାଇଁ ଯୁବକ ଦେଲେ ଅଗ୍ନିପରୀକ୍ଷା

ସେପଟେ ବୁର୍ଲା ଭୀମସାର ପକ୍ଷରୁ ଚିନ୍ମୟୀଙ୍କ ବ୍ୟବଛେଦ ରିପୋର୍ଟ ବୁର୍ଲା ପୋଲିସକୁ ପ୍ରଦାନ କରାଯାଇଛି । ତେବେ ରିପୋର୍ଟରେ କଣ ରହିଛି, ସେନେଇ ନା ପୋଲିସ ମୁହଁ ଖୋଲୁଛି ନା ରିପୋର୍ଟ ପ୍ରସ୍ତୁତ କରିଥିବା ବୁର୍ଲା ଭୀମସାର FMT ବିଭାଗ ସ୍ପଷ୍ଟ କରିଛି । ସେପଟେ ହତ୍ୟା ମାମଲା ରୁଜୁ ପରଠୁ ଚିନ୍ମୟୀଙ୍କ ପୁରୁଷବନ୍ଧୁ ପ୍ରୀତିମାନ ସମେତ ଆଉ ଜଣଙ୍କୁ ବୁର୍ଲା ପୋଲିସ ଅଟକ ରଖି ତଦନ୍ତ ଚଳାଇଛି । ଏଥିପାଇଁ ୩ଟି ଟିମ ଗଠନ କରାଯାଇଛି ।

Share this story

World Odia Language Conferene