ସତୀଶ କୌଶିକଙ୍କ ମୃତ୍ୟୁ ସହ ରହିଛି ଦାଉଦ ପୁଅର ସମ୍ପର୍କ? ପାର୍ଟି (Party) ଖୋଲିବ ରାଜ୍

Satish Kaushik death case get more sensational as it has link with Dawood Ibrahims son

ଓଡ଼ିଆ ଗସିପ ବ୍ୟୁରୋ: ବଲିଉଡର ଜଣାଶୁଣା ଅଭିନେତା ତଥା ନିର୍ଦ୍ଦେଶ ସତୀଶ କୌଶିକଙ୍କ ମୃତ୍ୟୁକୁ ଏବେ ଏକ ସପ୍ତାହ ମଧ୍ୟ ପୂରିନି । କିନ୍ତୁ ଏହା ପୂର୍ବରୁ ପ୍ରତିଦିନ ନୂଆ ନୂଆ ଖୁଲାସା ହେଉଛି । ପ୍ରଥମେ ହୃଦ୍‌ଘାତରେ ତାଙ୍କ ମୃତ୍ୟୁ ହୋଇଥିବା କୁହାଯାଉଥିବା ବେଳେ ଏବେ ତାଙ୍କୁ ଷଡ଼ଯନ୍ତ୍ର କରି ମାରି ଦିଆଯାଇଥିବା କଥା ସାମ୍ନାକୁ ଆସିଛି ।

ଏହାରି ଭିତରେ ଆଉ ଏକ ଚାଞ୍ଚଲ୍ୟକର କଥା ସାମ୍ନାକୁ ଆସିଛି । ସତୀଶଙ୍କ ମୃତ୍ୟୁ ସହ ଦାଉଦର ପୁଅର ସମ୍ପର୍କ ଥିବା ସନ୍ଦେହ କରାଯାଉଛି । ଏନେଇ ଏକ ଫଟୋ ମଧ୍ୟ ସାମ୍ନାକୁ ଆସିଛି, ଯାହା ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

କୁହାଯାଉଛି ଯେ ଗତବର୍ଷ ଅଗଷ୍ଟ ୨୩ରେ ସତୀଶଙ୍କ ବନ୍ଧୁ ବିକାଶ ମାଲୁଙ୍କ ପୁଅର ଜନ୍ମଦିନ ପାର୍ଟି ଦୁବାଇରେ ହୋଇଥିଲା । ସେଠାକୁ ଆତଙ୍କବାଦୀ ଦାଉଦ ଇବ୍ରାହିମର ପୁଅ ଅନସ ଆସିଥିଲା । ଏକଥା ବିକାଶ ତାଙ୍କୁ କହିଥିଲେ ବୋଲି ପତ୍ନୀ ସାନଭୀ ପୁଲିସ ଆଗରେ କହିଛନ୍ତି ।

ଆହୁରି ପଢ଼ନ୍ତୁ : ବାସ୍ତୁ ଟିପ୍ସ : ଘରେ ଭଗବାନ ଶିବଙ୍କ ଫଟୋ ବା ମୂର୍ତ୍ତି କିପରି ରଖିବେ, ଆଜି ହିଁ ଦୂର କରନ୍ତୁ ନକାରାତ୍ମକ ଶକ୍ତି...

ସାନଭୀ ପୁଲିସକୁ ଦେଇଥିବା ବୟାନ ମୁତାବକ, ଏହି ପାର୍ଟିରେ ସତୀଶ କୌଶିକ ମଧ୍ୟ ଯୋଗ ଦେଇଥିଲେ । ତେବେ ଏହି ପାର୍ଟି ପୂର୍ବରୁ ସତୀଶ ବିକାଶଙ୍କ ଘରକୁ ଯାଇଥିଲେ । ସେଠାରେ ୧୫ କୋଟି ଟଙ୍କାକୁ ନେଇ ଉଭୟଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା ବୋଲି ସାନଭୀ ଦାବି କରିଛନ୍ତି । ଏବେ ପାର୍ଟିର ଫଟୋ ଭାଇରାଲ ହେଉଥିବା ବେଳେ ସତୀଶଙ୍କ ମୃତ୍ୟୁ ସହ ଦାଉଦ ପୁଅର ସମ୍ପର୍କ ଥାଇପାରେ ବୋଲି ଚର୍ଚ୍ଚା ହେଉଛି ।

ପ୍ରକୃତରେ ସତୀଶ କୌଶିକଙ୍କ ମୃତ୍ୟୁ ମାମଲାରେ ବିକାଶ ମାଲୁଙ୍କ ଦ୍ୱିତୀୟ ପତ୍ନୀ ସାନଭୀଙ୍କ ଅଭିଯୋଗ ପରେ ଏହା ନୂୂଆ ମୋଡ ନେଇଛି । ସତୀଶଙ୍କ ମୃତ୍ୟୁକୁ ନେଇ ନିଜ ସ୍ୱାମୀଙ୍କ ନାଁରେ ସାନଭୀ ଅଭିଯୋଗ ମଧ୍ୟ ଦାଖଲ କରିଛନ୍ତି । ତାଙ୍କ ସ୍ୱାମୀ ହିଁ ସତୀଶଙ୍କୁ ଷଡ଼ଯନ୍ତ୍ର କରି ମାରିଥିବା ସେ ଚିଠି ଲେଖି ଅଭିଯୋଗ ଆଣିବା ପରେ ପୁଲିସ ସବୁ ଦିଗକୁ ନେଇ ତଦନ୍ତ କରୁଥିବା କହିଛି । ସାନଭୀଙ୍କ ଚିଠି ସତୀଶଙ୍କ ମୃତ୍ୟୁ ରହସ୍ୟକୁ ଆହୁରି ବଢ଼ାଇଥିବା ବେଳେ ପ୍ରକୃତ ସତ ଖୋଜିବାରେ ଲାଗିପଡ଼ିଛି ପୁଲିସ ।

ସତୀଶ କୌଶିକ ୪ ଦଶନ୍ଧିରୁ ଅଧିକ ସମୟ ଧରି ଇଣ୍ଡଷ୍ଟ୍ରିରେ ରହିଆସିଛନ୍ତି, ତେଣୁ ଏମିତି କେହି ନାହିଁ, ଯିଏ ତାଙ୍କୁ ଜାଣନ୍ତି ନାହିଁ । ସତୀଶ ଏକାଧାରାରେ ଜଣେ ଅଭିନେତା, ନିର୍ଦ୍ଦେଶକ ଓ ପ୍ରଯୋଜକ ଥିଲେ । ଫିଲ୍ମ ମିଷ୍ଟର ଇଣ୍ଡିଆର ‘କ୍ୟାଲେଣ୍ଡର’ ହେଉ କି ଦିୱାନା ମସ୍ତାନାର ପପୁ ପେଜର ସତିଶଙ୍କୁ ଦେଇଛି ଭିନ୍ନ ପରିଚୟ । ସେହିପରି ଫିଲ୍ମର ରାମଲଖନରେ ‘ କାଶୀରାମ’ ଚରିତ୍ର ସବୁବେଳେ ଲୋକଙ୍କ ମନରେ ରହିବେ ।

ଆହୁରି ପଢ଼ନ୍ତୁ : ଆସନ୍ତା ୩ ଦିନରେ ତାଣ୍ଡବ ରଚିବ କାଳବୈଶାଖୀ, ୧୨ ରାଜ୍ୟରେ ୩ ଦିନ ପ୍ରବଳ ବର୍ଷା ଆଶଙ୍କା, ଓଡ଼ିଶାର ୮ ଜିଲ୍ଲାକୁ ୟଲୋ ଆଲର୍ଟ

ନିଜର ଅଭିନୟ କ୍ୟାରିୟରରେ ସତିଶ ଭିନ୍ନ ଭିନ୍ନ ପ୍ରକାରର ଚରିତ୍ରରେ ଅଭିନୟ କରିଛନ୍ତି । ଆଉ ତାଙ୍କର ସବୁ ଅଭିନୟ ଜୀବନ୍ତ ଥିବାବେଳେ ଫ୍ୟାନ୍ସଙ୍କ ମନକୁ ଛୁଇଁଥାଏ । ତାଙ୍କର ଏହି ଚମତ୍କାର ଅଭିନୟ ସବୁବେଳେ ଫ୍ୟାନ୍ସଙ୍କ ମନରେ ଜୀବନ୍ତ ରହିବ । ସତୀଶ ୧୦ରୁ ଉର୍ଦ୍ଧ୍ୱ ଫିଲ୍ମର ନିର୍ଦ୍ଦେଶନା ସହ ଶତାଧିକ ଫିଲ୍ମରେ ଅଭିନୟର ଛାପ ଛାଡି ଯାଇଛନ୍ତି ।

୧୯୫୬ ମସିହାରେ ହରିୟାଣାରେ ସତୀଶ ଜନ୍ମଗ୍ରହଣ କରିଥିଲେ। ୧୯୮୨ ମସିହାରେ ଫିଲ୍ମ ‘ମାସୁମ୍’ ଜରିଆରେ ସତୀଶ ତାଙ୍କର ଫିଲ୍ମ କ୍ୟାରିୟର ଆରମ୍ଭ କରିଥିଲେ । ସେ ଦିଲ୍ଲୀର ନ୍ୟାସନାଲ ସ୍କୁଲ ଅଫ୍ ଡ୍ରାମାର ଛାତ୍ର ଥିଲେ ।

Share this story