ଜଳେଶ୍ୱରରେ ଜଘନ୍ୟ କାଣ୍ଡ: ନାବାଳିକାକୁ ଟେକି ନେଇ ସବୁ ସାରିଦେଲେ, ପାପୀଙ୍କୁ ମିଳୁ ଶାସ୍ତି

rape case to minor

ଓଡ଼ିଆ ଗସିପ୍ ବ୍ୟୁରୋ: ବାଲେଶ୍ଵର ଜିଲ୍ଲା ଜଳେଶ୍ୱର ଥାନା ଅଧିନସ୍ଥ ଏକ ଅଞ୍ଚଳରେ ଜଣେ ନାବାଳକଙ୍କୁ ଦୁଷ୍କର୍ମ ହୋଇଥିବା ଅଭିଯୋଗ ହୋଇଛି। ଦୁଷ୍କର୍ମ ସମୟର ଭିଡିଓ ଏବେ ମୋବାଇଲରୁ ମୋବାଇଲକୁ ଘୁରି ବୁଲୁଛି। ଦୁଷ୍କର୍ମ ସମୟର ଭିଡିଓକୁ ଉତ୍ତୋଳନ କରାଯାଇ ସୋସିଆଲ ମିଡିଆରେ ଭାଇରାଲ କରାଯାଇଛି ବୋଲି ନାବାଳିକାଙ୍କ ମାଆ ପୁଲିସ ନିକଟରେ ଅଭିଯୋଗ କରିଛନ୍ତି।

ଅଧିକ ପଢ଼ନ୍ତୁ: ଓଡ଼ିଶାରେ ବଢିବ ବର୍ଷାର ପରିମାଣ: ବଙ୍ଗୋପସାଗରରେ ସୃଷ୍ଟି ହେବ ଘୂର୍ଣ୍ଣିବଳୟ

ମାଆଙ୍କ ଅଭିଯୋଗ ଅନୁଯାୟୀ, ତାଙ୍କର ଏହି ୧୫ ବର୍ଷର ନାବାଳିକା ଝିଅକୁ ଦେବକୁମାର ଗ୍ରାମର ମିଥୁନ ମାଝୀ ନାମକ ଜଣେ ଯୁବକ ଏକ ପରିତ୍ୟକ୍ତ ଘରକୁ ଟେକି ନେଇ ଦୁଷ୍କର୍ମ କରିଥିଲେ। ଦୁଷ୍କର୍ମ ସମୟର ଭିଡ଼ିଓ ଫେସବୁକ ଜରିଆରେ ଭାଇରାଲ କରିଥିଲେ। ଏସମ୍ପର୍କରେ ନାବାଳିକାଙ୍କ ମାଆ ଜାଣିବା ପରେ ମିଥୁନଙ୍କ ଘରକୁ ଯାଇ ଘଟଣା ସମ୍ପର୍କରେ ପଚାରିବା ପରେ ମିଥୁନ ଓ ତାଙ୍କ ବାପା ରବିନ୍ଦ୍ର ଜୀବନରୁ ମାରିଦେବା ଉଦ୍ଦେଶ୍ୟରେ ଏକ କାତି ଧରି ଗୋଡ଼ାଇଥିଲେ।

ଅଧିକ ପଢ଼ନ୍ତୁ: ମାମଲା ରଫାଦଫା ପାଇଁ ମାଡାମ୍ ଏଏସଆଇ ନେଇଥିଲେ ମାଲ୍: ଧରି ପକାଇଲା ଭିଜିଲାନ୍ସ

ଥାନାରେ ଅଭିଯୋଗ କଲେ ମାଆ।  ଝିଅକୁ ହତ୍ୟା କରିବାକୁ ଧମକ ଦେଇଥିଲେ। ଏହି ଘଟଣାକୁ ନେଇ ଜଳେଶ୍ୱର ଥାନାରେ ଏକ ଲିଖିତ ଅଭିଯୋଗ ହୋଇଛି।ପୁଲିସ ଅଭିଯୋଗ ପାଇ ପ୍ରାଥମିକ ତଦନ୍ତ ଆରମ୍ଭ କରିଛି।

ଅଧିକ ପଢ଼ନ୍ତୁ: ଟମାଟୋ ରାନ୍ଧିଥିବାରୁ ସ୍ବାମୀଙ୍କୁ ଛାଡ଼ି ଚାଲିଗଲେ ସ୍ତ୍ରୀ; ଥାନାରେ ଅଭିଯୋଗ କଲେ ସ୍ବାମୀ

Share this story