ବାପା ମାଆ ସାବଧାନ ! ମୋବାଇଲ ମାୟାରେ ବାୟା କି ଆପଣଙ୍କ ପିଲା ? ଏହି ଖବର ଆପଣଙ୍କ ପାଇଁ
ଓଡ଼ିଆ ଗସିପ୍ ବ୍ୟୁରୋ: ଜୀବନ ନେଇଗଲା ଅନଲାଇନ୍ ଗେମ୍ । ଅନଲାଇନ୍ ଗେମରେ ଲକ୍ଷାଧିକ ଟଙ୍କା ହରାଇ ଶେଷରେ ଛାତ୍ର ଜଣକ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି । ଘଟଣା ବାଲେଶ୍ୱର ଜିଲ୍ଲା ସୋର ଥାନା ଗୁଡ଼ ଅଞ୍ଚଳର । ଯୁକ୍ତ ତିନି ଦ୍ୱିତୀୟ ବର୍ଷ ଛାତ୍ର ଉଦୟ କୁମାର ବେହେରା ବେକରେ ରଶି ଲଗାଇ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି।
ଅଧିକ ପଢ଼ନ୍ତୁ : କାହିଁକି କାର କିମ୍ବା ବାଇକ୍ ପଛରେ ଗୋଡ଼ାନ୍ତି କୁକୁର? ବିଶେଷଜ୍ଞ କହିଲେ ଏହା ପଛର କାରଣ ଆଉ ଏଥିରେ କେମିତି ବଞ୍ଚିବେ...
ଉଦୟଙ୍କ ସମ୍ପର୍କୀୟଙ୍କ ସୂଚନା ଅନୁସାରେ, ଅନେକ ଦିନ ହେଲା ସେ ଅନଲାଇନ ଗେମ ଖେଳି ସେଥିରେ ଲକ୍ଷାଧିକ ଟଙ୍କା ହରାଇଥିଲେ । ବାସୁଦେବପୁରର ଏକ ଘରୋଇ ହଷ୍ଟେଲରେ ରହି ପାଠ ପଢୁଥିବା ଉଦୟ ଦୁଇଦିନ ତଳେ ଘରକୁ ଆସିଥିଲେ । ଘରେ ଥିବାବେଳେ ମଧ୍ୟ ସେ ଅନଲାଇନ ଗେମରେ ବ୍ୟସ୍ତ ରହୁଥିଲେ, ଯାହାକୁ ନେଇ ତାଙ୍କ ମା ତାଙ୍କୁ ଅନେକ ବାର ବାରଣ ମଧ୍ୟ କରିଥିଲେ l କିନ୍ତୁ ଉଦୟ କାହା କଥା ନମାନି ଗେମ ଖେଳିବାରେ ବ୍ୟସ୍ତ ରହୁଥିଲେ l
ଅଧିକ ପଢ଼ନ୍ତୁ : କିଏ ଦେଲା ପ୍ରଶାନ୍ତ ଜଗଦ୍ଦେବଙ୍କୁ ପେଟ୍ରୋଲ ପମ୍ପ, ଦେଖନ୍ତୁ ବିଜେପି ସହ ଡିଲ ବେଳର ସାଙ୍ଘାତିକ ଭିଡିଓ...
ତେବେ ଏଥିପାଇଁ ମାନସିକ ଚାପରେ ରହିବା ସହ କାହା ସହ କଥାବାର୍ତ୍ତା କରୁନଥିଲେ । ୨୬ ତାରିଖ ଦିନ ରାତିରେ ଖାଇପିଇ ସମସ୍ତେ ଶୋଇବାକୁ ଯାଇଥିବା ବେଳେ ଗତକାଲି ସକାଳେ ଫ୍ୟାନରେ ଗାମୁଛାରେ ରଶି ଲଗାଇଥିବା ତାଙ୍କ ମାଆ ଦେଖିଥିଲେ l
ଗ୍ରାମବାସୀ ଓ ସମ୍ପର୍କୀୟଙ୍କ ସହାୟତାରେ ଉଦୟଙ୍କୁ ଉଦ୍ଧାର କରି ସୋର ଡାକ୍ତରଖାନାକୁ ଆଣାଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ସୋର ପୁଲିସ ଶବ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି ।
ଅଧିକ ପଢ଼ନ୍ତୁ : ରାଶିଚକ୍ର: ମିଥୁନ ସମେତ ଏହି ରାଶିର ବ୍ୟକ୍ତିଙ୍କ ପାଇଁ ରହିଛି ଘାତ ବାର: ହାତରୁ ଖସିଯିବ ଧନ
ଅନଲାଇନ ଗେମ ପ୍ରଭାବରେ ଯୁବପିଢି ଆସି ଏହି ଭଳି ଭାବେ ଅର୍ଥ ହରାଇବା ସହିତ ମାନସିକ ଚାପରେ ପଡି ଜୀବନ ହାରୁଛନ୍ତି l ତେବେ ଏହା ପ୍ରଥର ଘଟଣା ନୁହେଁ, ପୂର୍ବରୁ ଏହି ଗାଁ ସମେତ ରାଜ୍ୟର ଅନେକ ଅଞ୍ଚଳର ପିଲାମାନେ ଅନଲାଇନ ଗେମ ଖେଳି ଅର୍ଥ ହରାଇବା ସହିତ ଭୁଲ ନିଷ୍ପତ୍ତି ନେଇଛନ୍ତି l