ସନ୍ଦେହ ନେଲା ପ୍ରେମିକା ଜୀବନ, ଲେଫ୍ରିପଡ଼ାର ବନ୍ଦଲିକାନି ଗାଁରେ ହେଲା ପ୍ରତିମାଙ୍କ ଶେଷକୃତ୍ୟ

ଓଡ଼ିଆ ଗସିପ୍ ବ୍ୟୁରୋ: ମୁମ୍ବାଇରେ ସୁଟକେଶରୁ ଯୁବତୀଙ୍କ ମୃତଦେହ ଉଦ୍ଧାର ଘଟଣା। ସୁନ୍ଦରଗଡ ଜିଲ୍ଲା ଲେଫ୍ରିପଡା ବନ୍ଦିଲିକାନି ଗାଁରେ ହେଲା ପ୍ରତିମାଙ୍କ ଶେଷକୃତ୍ୟ। ଶୋକାକୂଳ ପରିବେଶରେ ଗାଁ ମଶାଣିରେ ପ୍ରତିମାଙ୍କ ଶେଷକୃତ୍ୟ କରାଯାଇଛି ।
ଅଧିକ ପଢନ୍ତୁ : ବଙ୍ଗୋପସାଗରରେ ଆସୁଛି ଆଉ ଏକ ବାତ୍ୟା! ଓଡିଶାରେ ପ୍ରଭାବ ନେଇ ଜାଣନ୍ତୁ କଣ କହୁଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର
ପ୍ରତିମାଙ୍କ ବଡ଼ ଭାଇ, ଭିଣୋଇ ଓ ଦୁଇ ଜଣ ସଂପର୍କୀୟ ମୁମ୍ବାଇ ଯାଇ ମୃତଦେହ ଆଣିଥିଲେ । ଗତ ୧୯ ତାରିଖରେ ପ୍ରେମିକ ଅସ୍କାର ମନୋଜ ବାର୍ଲା ପ୍ରତିମାଙ୍କୁ ହତ୍ୟା କରି ସୁଟକେଶରେ ଭର୍ତ୍ତି କରି ମୁମ୍ବାଇ କୁର୍ଲା ନିକଟରେ ଫୋପାଡି ଦେଇଥଲା।
ଅଧିକ ପଢନ୍ତୁ : ନଭେମ୍ବର ୨୭ ରେ ବୁଧ ଗୋଚର ଫଳରେ ବଦଳିଯିବ ଏହି ୨ଟି ରାଶି ଲୋକଙ୍କ ଭାଗ୍ୟ !
ପୋଲିସ ସୂଚନା ଅନୁସାରେ, ପ୍ରତିମା ଦୁଇ ବର୍ଷ ତଳୁ ମୁମ୍ବାଇ ଯାଇଥିଲେ କାମ କରିବା ପାଇଁ। ସେଠାରେ ସୁନ୍ଦରଗଡ଼ କିଞ୍ଜିର୍କେଲା ଥାନା ସାହେବଡେରା ଗାଁର ଯୁବକ ଓସ୍କାର ମନୋଜ ବାରଲାଙ୍କ ସହିତ ଲିଭ୍ ଇନରେ ରହୁଥିଲେ। ଉଭୟ ଏକ ମାସ ପୂର୍ବେ ମୁମ୍ବାଇର ଧାରାବି ଅଞ୍ଚଳରେ ଏକ ଭଡ଼ା ଘରେ ରହୁଥିଲେ। ହେଲେ ଅନ୍ୟ ଜଣେ ଯୁବକଙ୍କ ସହ ପ୍ରେମ ସମ୍ପର୍କ ଥିବା ସନ୍ଦେହ କରି ପ୍ରେମିକା ପ୍ରତିମାଙ୍କ ତଣ୍ଟି ଚିପି ହତ୍ୟା କରିଥିଲା ମନୋଜ।
ଅଧିକ ପଢନ୍ତୁ :ଡିସେମ୍ବରରେ ଏହି ୪ଟି ବଡ଼ ଗ୍ରହର ଚଳନ, ଫଳରେ ଏହି ରାଶି ଲୋକଙ୍କ ଜୀବନରେ ହେବ ବଡ଼ ପରିବର୍ତ୍ତନ
ହତ୍ୟା କରିବା ପରେ ଏକ ସୁଟକେଶରେ ଭର୍ତ୍ତି କରି ସାନ୍ତାକ୍ରୁଜ – କୁର୍ଲା ରାସ୍ତାରେ ନିର୍ମାଣାଧୀନ ମେଟ୍ରୋ ପ୍ରକଳ୍ପ ନିକଟରେ ଫୋଫାଡ଼ି ଦେଇ ଫେରାର ହେବା ପାଇଁ ଚେଷ୍ଟା କରୁଥିବା ବେଳେ ଥାନେ ଷ୍ଟେସନରୁ ମନୋଜକୁ ଗିରଫ କରିଥିଲା କୁର୍ଲା ପୋଲିସ।
ଅଧିକ ପଢନ୍ତୁ :ଜଙ୍ଗଲରେ ଉଲଗ୍ନ ଅବସ୍ଥାରେ ବିଧବା ମହିଳାଙ୍କୁ ପଥରରେ ଛେଚି ବୀଭତ୍ସ ହତ୍ୟା