ନବ ଦାସଙ୍କୁ ଗୁଳିମାଡ ଘଟଣା : ଅଭିଯୁକ୍ତ ପୋଲିସ ଏଏସଆଇ ଗୋପାଳଙ୍କୁ କ୍ରାଇମବ୍ରାଞ୍ଚର ରାତି ଅଧିଆ ଜେରା, ପଚରାଗଲା ୫୦ରୁ ଅଧିକ ପ୍ରଶ୍ନ

Odisha Crime Branch grills accused police ASI Gopal Das and asks these questions

ଓଡ଼ିଆ ଗସିପ ବ୍ୟୁରୋ: ନବ ଦାସଙ୍କୁ ଗୁଳିମାଡ ଘଟଣାର କାରଣ ଖାଜୁଛନ୍ତି କ୍ରାଇମବ୍ରାଞ୍ଚ । ଗତକାଲି ରାତିରେ ପାଖାପାଖି ୨ ଘଣ୍ଟା ଏଏସ୍ଆଇ ଗୋପାଳକୃଷ୍ଣ ଦାସଙ୍କୁ ଜେରା କରିଛି କ୍ରାଇମବ୍ରାଞ୍ଚ । ସୁନ୍ଦରଗଡ ରିଜର୍ଭ ଅଫିସରେ ପଚରାଉଚରା କରାଯାଇଛି ।

କ୍ରାଇମବ୍ରାଞ୍ଚର ସ୍ୱତନ୍ତ୍ର ଟିମ୍ ପଚରାଉଚରା କରୁଛନ୍ତି । ଏଡିଜି ଅରୁଣ ବୋଥ୍ରା ଗୋପାଳ ଦାସଙ୍କୁ ୫୦ରୁ ଅଧିକ ପ୍ରଶ୍ନ ପଚାରିଛନ୍ତି । ଏଥିସହ ଗୋପାଳଙ୍କ ହ୍ୟାଣ୍ଡ ସ୍ୱାବ ନିଆଯାଇଛି ।

ଏହା ସହ ସେ ପିନ୍ଧିଥିବା ପୋଲିସ ପୋଷାକକୁ ମଧ୍ୟ ନେଇଛି କ୍ରାଇମବ୍ରାଞ୍ଚ । ସେହିପରି ନବ ଦାସଙ୍କ ପୋଷାକକୁ ମଧ୍ୟ ନେଇଛି କ୍ରାଇମବ୍ରାଞ୍ଚ । କେବଳ ସେତିକି ନୁହେଁ ଗୋପାଳଙ୍କ ଫୋନକୁ କ୍ରାଇମବ୍ରାଞ୍ଚ ନେଇଛି । ଗୁଳି କରିବା ପୂର୍ବରୁ ସେ କାହାକୁ କଲ୍ କରିଥିଲେ କି ? କିମ୍ବା ହ୍ୱାଟ୍ସଆପରେ କାହା ସହ କଥା ହୋଇଛନ୍ତି ସେ ବିଷୟରେ ତଦନ୍ତ ଜାରି ରହିଛି ।

ଅଧିକ ପଢ଼ନ୍ତୁ : ନବ ଦାସଙ୍କୁ ଗୁଳିମାଡ ଘଟଣା : ଏଏସଆଇ ଗୋପାଳ ଦାସଙ୍କୁ ନେଇ ଆସିଲା ରୋଚକ ଖବର, ସେ 'ଗୁଡ୍' ଥିଲେ...

ନବ ଦାସଙ୍କୁ ଗୁଳିମାଡ଼ କାହିଁକି ? ଏମିତି ବହୁତ ପ୍ରଶ୍ନ ହୋଇଥିବା ସୂଚନା ମିଳିଛି । ଏହି ସବୁ ଦିଗ ଉପରେ ମଧ୍ୟ ପ୍ରଶ୍ନ ହୋଇଥିବା ଶୁଣିବାକୁ ମିଳିଛି ଯେମିତି କି - ପୂର୍ବରୁ ନବ ଦାସଙ୍କ ପିଏସ୍ଓ ଥିବା ଗୋପାଳ ଦାସ କାହିଁକି ମାରିଲେ ଗୁଳି ? ସର୍ବ ସମ୍ମୁଖରେ ହତ୍ୟା ପଛରେ କ’ଣ ରହିଛି କାରଣ ? ସ୍ଥାନୀୟ ପୋଲିସ ଓ ମନ୍ତ୍ରୀଙ୍କ ପରିବାର ଲୋକ ଚୁପ୍ କାହିଁକି ? ଗୁଳିମାଡ଼ ସମୟରେ ବ୍ୟକ୍ତିଗତ ସୁରକ୍ଷା ଅଧିକାରୀ କରୁଥିଲେ କ’ଣ ?

ଖାଲି ସେତିକି ନୁହେଁ ମନ୍ତ୍ରୀଙ୍କ ପିଏସ୍ଓ ଆବଶ୍ୟକ ଟ୍ରେନିଂପ୍ରାପ୍ତ ଥିଲେ କି ନାହିଁ ? କ’ଣ କରୁଥିଲେ ଘଟଣାସ୍ଥଳରେ ଉପସ୍ଥିତ ପୋଲିସ କର୍ମଚାରୀ ? କୁଆଡେ ଯାଇଥିଲେ ବ୍ରଜରାଜନଗର ଥାନା ଅଧିକାରୀ ? ନବ ଦାସଙ୍କୁ ହିଁ କାହିଁକି ଟାର୍ଗେଟ୍ କରିଥିଲେ ଗୋପାଳ ? ନବ ଦାସଙ୍କ ବ୍ୟକ୍ତିଗତ ସୁରକ୍ଷା ଅଧିକାରୀ ଦାୟିତ୍ୱରୁ କାହିଁକି ହଟାଯାଇଥିଲା ?

ଅଧିକ ପଢ଼ନ୍ତୁ : ନବ ଦାସଙ୍କୁ ଗୁଳିମାଡ଼ ଘଟଣାରେ ନୂଆ ମୋଡ: ଏତଲା ଦେଲେ ଥାନା ଅଧିକାରୀ (IIC), କହିଲେ- ‘ହତ୍ୟା ଉଦ୍ଦେଶ୍ୟରେ ଫାୟାରିଂ କରିଥିଲେ ASI’

ଏହି ସବୁ ଦିଗ ଉପରେ ମଧ୍ୟ ଚାଲିଛି ତଦନ୍ତ : କାହା ସୁପାରିଶରେ ବ୍ରଜରାଜନଗର ଫାଣ୍ଡି ଅଧିକାରୀ ଭାବେ ନିଯୁକ୍ତି ପାଇଥିଲେ ? ନବ ଦାସଙ୍କ ସହ ଗୋପାଳଙ୍କ କୌଣସି ବ୍ୟକ୍ତିଗତ ଶତ୍ରୁତା ଥିଲା କି ? ହତ୍ୟା ପଛରେ ସେଭଳି କୌଣସି ରାଜନୈତିକ କାରଣ ନାହିଁ ତ ? ହତ୍ୟା ପଛରେ ବ୍ୟବସାୟିକ ଭାଗିଦାରୀ ଥିବା ବ୍ୟକ୍ତିଙ୍କ ସମ୍ପୃକ୍ତି ନାହିଁ ତ ?

Share this story