ଗୁଳିମାଡ଼ର ପୂର୍ବଦିନ ସୁନା ମୁଦି ବିକି ଭାଇକୁ ଟଙ୍କା ଦେଇଥିଲା ଗୋପାଳ; ତଦନ୍ତକାରୀ ସଂସ୍ଥା ହାତରେ ଲାଗିଛି ଯୋଜନାବଦ୍ଧ ଭାବେ ହତ୍ୟାର ତଥ୍ୟ

new facts are emerging in Naba Das murder case

ଓଡ଼ିଆ ଗସିପ ବ୍ୟୁରୋ: ମନ୍ତ୍ରୀ ନବ ଦାସ ହତ୍ୟା ମାମଲାରେ ମାନସିକ ରୋଗୀ ଦର୍ଶାଇ ଖସିପାରିବନି ଅଭିଯୁକ୍ତ ଗୋପାଳ ଦାସ । ପ୍ରମାଣ ଯୋଗାଡ଼ କରିବା ପାଇଁ କସରତ ଚଳାଇଛି କ୍ରାଇମବ୍ରାଞ୍ଚ । ଏବେ ଗୋପାଳକୁ ନେଇ ଏକ ନୂଆ ତଥ୍ୟ ସାମ୍ନାକୁ ଆସୁଛି । ନବ ଦାସଙ୍କୁ ଗୋପାଳ କିପରିି ଯୋଜନାବଦ୍ଧ ଭାବେ ହତ୍ୟା କରିଥିଲା ତାର ତଥ୍ୟ କ୍ରାଇମବ୍ରାଞ୍ଚ ହାତରେ ଲାଗିଛି ।

ହତ୍ୟା କରିବା ପୂର୍ବରୁ ବଡ଼ ଭାଇକୁ ଝାରସୁଗୁଡ଼ାରୁ ପଠାଇ ଦେଇଥିଲା ଗୋପାଳ । ଏଥିପାଇଁ ହତ୍ୟାକାଣ୍ଡ ପୂର୍ବଦିନ ଏକ ସୁନା ମୁଦି ବିକ୍ରି କରିଥିଲା । ୮ହଜାର ୫୦୦ ଟଙ୍କାରେ ଝାରସୁଗୁଡ଼ାରେ ସୁନା ମୁଦି ବିକ୍ରି କରି ବଡ଼ ଭାଇକୁ ୬ହଜାର ଟଙ୍କା ଦେଇଥିଲା ଏବଂ ୨୯ ତାରିଖ ସକାଳେ ଷ୍ଟେସନରେ ଛାଡ଼ି ଦେଇଥିଲା ।

ଆହୁରି ପଢ଼ନ୍ତୁ : ତିର୍ତୋଲ ବିଧାୟକଙ୍କ ବିରୋଧରେ ଦୁଷ୍କର୍ମ ମାମଲା; ସୁଖ ସରିଗଲା ପରେ ତୁ କିଏ ନା ମୁଁ କିଏ? ଏବେ କଣ କରିବେ ସୋମଲିକା

ଏହା ସହ ୫ ଶହ ଟଙ୍କାରେ ଏକ ରୂପା ମୁଦି କିଣିଥିଲା ଗୋପାଳ । ଜଣେ ମାନସିକ ରୋଗୀ ମୁଲଚାଲ କରି ମୁଦି ବିକିବା ଓ ପଇସା ଆଣି ହିସାବ କରି ଭାଇକୁ ଦେବା କାମ ଠିକରେ କରିପାରିବ ନାହିଁ । ତେଣୁ ଗୋପାଳ ସୁସ୍ଥ ମସ୍ତିଷ୍କରେ ଗୁଳି କରିଥିବା କୋର୍ଟରେ ଦାବି କରିବ କ୍ରାଇମବ୍ରାଞ୍ଚ ।

ଖସିପାରିବନି ଗୋପାଳ, କ୍ରାଇମବ୍ରାଞ୍ଚର ତନାଘନା ଜାରି...

– ମନ୍ତ୍ରୀ ନବ ଦାସ ହତ୍ୟା ମାମଲାରେ ଖସି ପାରିବନି ଗୋପାଳ ଦାସ । ପ୍ରମାଣ ଯୋଗାଡ଼ ପାଇଁ କସରତ ଚଳାଇଛି କ୍ରାଇମବ୍ରାଞ୍ଚ । ନବ ଦାସ ହତ୍ୟାର ପୂର୍ବଦିନ ଗୋପାଳ ବିକି ଥିଲା ସୁନା ମୁଦି ।  ୮ହଜାର ୫୦୦ ଟଙ୍କାରେ ସୁନା ମୁଦି ବିକ୍ରି କରିଥିଲା ଗୋପାଳ । ୫୦୦ ଟଙ୍କାର ଗୋପାଳ ରୁପା ମୁଦି କିଣିଥିଲା । ହତ୍ୟାକାଣ୍ଡ ଦିନ ସକାଳେ ଭାଇକୁ ଝାରସୁଗୁଡ଼ାରୁ ପଠାଇଦେଇଥିଲା ।

ଆହୁରି ପଢ଼ନ୍ତୁ : ପୁଣି ରାଜନୀତି ମୈଦାନଙ୍କୁ ଫେରିବେ ସିଦ୍ଧାନ୍ତ, ସବୁଦିନ ପାଇଁ ବିଦା ହେବେ ଅନୁଭବ, ଦେଖନ୍ତୁ ଭିଡିଓ...

ଖାଲି ଏତିକି ନୁହେଁ, – କିଛି ସମୟ ବିଶ୍ରାମ କରିବା ପରେ ଫାଣ୍ଡିକୁ ବାହାରି ଯାଇଥିଲା ଗୋପାଳ । ମନ୍ତ୍ରୀଙ୍କୁ ହତ୍ୟା କରିବାର ଘଂଟାଏ ପୂର୍ବରୁ ବନ୍ଧୁକ ଲୋଡ୍ କରିଥିଲା । ଅତି ନିକଟରୁ ମନ୍ତ୍ରୀଙ୍କ ଛାତିକୁ ଗୁଳି କରିଥିଲା ଗୋପାଳ । କ୍ରାଇମବ୍ରାଞ୍ଚ ପାଖରେ ରହିଛି ଗୋପାଳ ଦାସର ହାତ ଲେଖା ଚିଠି । ପାଇଖାନାରୁ ଜବତ କରାଯାଇଥିଲା ହାତ ଲେଖା କାଗଜ ଟୁକୁଡା ।

Share this story

World Odia Language Conferene