ତିର୍ତୋଲ ବିଧାୟକଙ୍କ ବିରୋଧରେ ଦୁଷ୍କର୍ମ ମାମଲା; ସୁଖ ସରିଗଲା ପରେ ତୁ କିଏ ନା ମୁଁ କିଏ? ଏବେ କଣ କରିବେ ସୋମଲିକା

Somalika Dash got angry over viral post in social media

ଓଡ଼ିଆ ଗସିପ ବ୍ୟୁରୋ: ବେଳ ଥିଲା ବଳ ଥିଲା କନ କନ ମନ ଥିଲା । ଦୁର୍ବଳ ମୁହୂର୍ତ୍ତରେ ହୋଇଥିଲା ମନ ଦିଆ ନିଆ । ସେଇ ନିବୁଜ କୋଠରୀରୁ ଯେଉଁ ଅଳ୍ପ ଅଳ୍ପ ସ୍ୱର୍ କାହାକୁ ସୁଭିବାର ଅବକାଶ ନଥିଲା ତାହା ଏବେ ଶତ ସିଂହ ଗର୍ଜନ ସମ ହୋଇଛି ।

ବାଟରେ ପଡ଼ି ହାଟରେ ତ କଥା ପ୍ରଘଟ ହେଲାଣି କିନ୍ତୁ ଯେଉଁ ସବୁ ନିଷ୍ଠୁର ସତ ସାମ୍ନାକୁ ଆସିଛି ତାକୁ ସମାଜ ଭିନ୍ନ ଅର୍ଥରେ ଗ୍ରହଣ କରୁଛି । କରିବନି ବା କାହିଁକି ଘଟଣା ଏବେ ଏତେ ଭାଇରସ ଭଳି ବ୍ୟାପି ଲାଣି ଯେ କହିଲେ କୁଳ କୁଟୁମ୍ବକୁ ଲାଜ ନ କହିଲେ କୁଳ ଭାସି ଯାଉଛି ।

ଆହୁରି ପଢ଼ନ୍ତୁ : ତିର୍ତ୍ତୋଲ ବିଧାୟକ ବିରୋଧରେ ଅଭିଯୋଗ; ରଫା ଦଫା କରିବାକୁ ସୋମାଲିକାଙ୍କୁ ଆସୁଛି ଅଜଣା କଲ, କ୍ଲିକ କରି ଶୁଣନ୍ତୁ...

ଆମେ କହୁଛୁ ତିର୍ତ୍ତୋଲ ବିଧାୟକ ବିଜୟ ଶଙ୍କର ଦାସ ଏବଂ ତାଙ୍କ ପ୍ରେମିକା ସୋମାଲିକା ଦାସଙ୍କ କଥା । ବିଧାୟିକାଙ୍କ ବିରୋଧରେ ଏବେ ସୋମାଲିକା ନୂଆ ଅଭିଯୋଗ ଆଣିଛନ୍ତି । କହିଛନ୍ତି ଯେ, ଏକ ଅଜଣା ଫୋନ ନମ୍ବରରୁ ବିଧାୟକଙ୍କ ଜଣେ ଅନୁଗତ ନିଜର ପରିଚୟ ଗୋପନ ରଖି ଧମକ ଦେଉଛନ୍ତି ।

ଏନେଇ ଗତକାଲି ସୋମାଲିକା ଜଗତସିଂହପୁର ଥାନାରେ ପହଞ୍ଚି ଅଭିଯୋଗ କରିଛନ୍ତି । ତାଙ୍କ ସହିତ ସାମାଜିକ କର୍ମୀ ସ୍ନିଗ୍ଧା ବିଶ୍ଵାଳଙ୍କୁ ଧମକ ଦେଉଥିବା ନେଇ ମଧ୍ୟ ଏକ ଅଭିଯୋଗ ହୋଇଛି । ଆଜି କିନ୍ତୁ ଏକ ନୂଆ ବିବାଦ ସାମ୍ନାକୁ ଆସିଛି ...

ଏକ ଫେସବୁକ୍ ପୋଷ୍ଟରେ ସୋମାଲିକା ଲେଖିଛନ୍ତି, ଈରେ ମଦୁଆ, ନାରୀ ପିପାସୁ ରେ ତୁମେ ତୁମ ଭାଇ କୁ ଖୁସି କରିବା ପାଇଁ ମୋ ନାଁରେ ମିଛ ପୋଷ୍ଟ କରିଲ...

ଆହୁରି ପଢ଼ନ୍ତୁ : ତିର୍ତ୍ତୋଲ ବିଧାୟକ ବିଜୟ ଶଙ୍କର ଦାସଙ୍କ ବିରୋଧରେ ଦୁଷ୍କର୍ମ ଅଭିଯୋଗ ମାମଲା; ଥାନାରେ କାନ୍ଦି ନ୍ୟାୟ ମାଗିଲେ ସୋମାଲିକା, ‘ମୁଁ ମରିଗଲେ ସମସ୍ତେ ଶାନ୍ତି ପାଇବେ’

ଯେଉଁ ଫଟୋ ପୋଷ୍ଟ କରିଲ ମୁଁ ଲୋକଲୋଚନ କୁ ଆଣୁଛି, ସେ ମୋ ସାଙ୍ଗ ଆଉ ୨୦୧୯ ମସିହା ରେ ବ୍ୟାଚ୍ ଫିଷ୍ଟ ର ଫଟୋ...

ତୁମର ଯଦି ଦମ୍ ଅଛି ତାହା ହେଲେ ତୁମେ ବି ଲୋକ ଲୋଚନଙ୍କୁ ଆଣ ତୁମ ଭାଇ ବାହୁରେ ସେ ଯେଉଁ ନୂଆ ଭାଉଜ ଝୁଲୁଛି ସେ କିଏ ତୁମର କହି ପାରିବୁ ରେ ମାଗଣା ଖିଆ...

ଆଉ କେତେ ଦିନ ରେ ନାରୀ ଆଖିର ଲୁହରେ ତୁମେ ସବୁ ଧ୍ଵଂସ ହୋଇଯିବ ରେ..... ବୋଲି ଏମିତି କହିଛନ୍ତି ସୋମାଲିକା ।

Share this story

World Odia Language Conferene