ତିର୍ତ୍ତୋଲ ବିଧାୟକ ବିରୋଧରେ ଅଭିଯୋଗ; ରଫା ଦଫା କରିବାକୁ ସୋମାଲିକାଙ୍କୁ ଆସୁଛି ଅଜଣା କଲ, କ୍ଲିକ କରି ଶୁଣନ୍ତୁ...

unknown people threaten Somalika Dash for levelling allegation against Tirtol MLA

ଓଡ଼ିଆ ଗସିପ ବ୍ୟୁରୋ: ତିର୍ତ୍ତୋଲ ବିଧାୟକ ବିଜୟ ଶଙ୍କର ଦାସଙ୍କ ବିରୋଧରେ ଅଭିଯୋଗ ଆଣି ଚର୍ଚ୍ଚାରେ ଥିବା ତାଙ୍କ ବାନ୍ଧବୀ ସୋମାଲିକା ଦାସଙ୍କୁ ଧମକ ଅଭିଯୋଗ । ତାଙ୍କୁ ଫୋନ୍ ଯୋଗେ କେହି ଜଣେ ଅଜଣା ବ୍ୟକ୍ତି ଘଟଣାର ସମାଧାନ କରିବାକୁ କହୁଥିବା ନେଇ ଅଭିଯୋଗ କରିଛନ୍ତି ସୋମାଲିକା ।

ସଂପୃକ୍ତ ବ୍ୟକ୍ତିଙ୍କ ଫୋନ କଲକୁ ରେକର୍ଡ କରି ଗଣମାଧ୍ୟମକୁ ଦେଇଛନ୍ତି । ଏ ସମ୍ପର୍କରେ ସେ ପୋଲିସ ନିକଟରେ ଅଭିଯୋଗ କରିବେ ବୋଲି କହିଛନ୍ତି । ତେବେ ତାଙ୍କୁ ଫୋନ୍ ଯୋଗେ ପରାମର୍ଶ ଦେଉଥିବା ବ୍ୟକ୍ତି ଜଣକ କିଏ ସେନେଇ ତାଙ୍କ ନିକଟରେ କିଛି ସୂଚନା ନଥିବା ସୋମାଲିକା କହିଛନ୍ତି ।

ଆହୁରି ପଢ଼ନ୍ତୁ : ପୁଣି ରାଜନୀତି ମୈଦାନଙ୍କୁ ଫେରିବେ ସିଦ୍ଧାନ୍ତ, ସବୁଦିନ ପାଇଁ ବିଦା ହେବେ ଅନୁଭବ, ଦେଖନ୍ତୁ ଭିଡିଓ...

ଦୁଇ ଦିନ ପୂର୍ବେ ବିରୋଧୀ ଦଳ ନେତାଙ୍କୁ ଭେଟିଥିଲେ ସୋମାଲିକା ଦାସ । ଜୟ ନାରାୟଣ ମିଶ୍ରଙ୍କୁ ସେ ଭେଟିବା ସହ ତାଙ୍କ ଅଭିଯୋଗର ତଦନ୍ତ ଠିକ ବାଟରେ ହେଉନାହିଁ ବୋଲି ସୋମାଲିକା କହିଥିଲେ ।

ସବୁ ପ୍ରମାଣ ଥିବା ସତ୍ତ୍ୱେ ବିଧାୟକ ବିଜୟ ଶଙ୍କର ଶାସକ ଦଳର ହୋଇଥିବାରୁ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଉ ନାହିଁ ବୋଲି କହିଥିଲେ ସୋମାଲିକା ।

ଦେଖନ୍ତୁ ଭିଡ଼ିଓ :

ତାହା ସହ ସେ ଆହୁରି କହିଥିଲେ ଯେ, ମତେ କେବଳ କୋର୍ଟ ଓ ପୋଲିସର ଚକ୍କର କାଟିବାକୁ ପଡୁଛି । ଏହି ପ୍ରସଙ୍ଗକୁ ନେଇ ବିଧାନସଭାରେ ଉଠାଇବାକୁ ବିରୋଧୀ ଦଳ ନେତା ଜୟ ନାରାୟଣ ମିଶ୍ରଙ୍କୁ ସୋମାଲିକା ଅନୁରୋଧ କରିଛନ୍ତି ।

Share this story

World Odia Language Conferene