ମୁଣ୍ଡ ଖରାପ କରିବାରୁ ଗୋଡ଼େଇ ଗୋଡ଼େଇ ସ୍ତ୍ରୀ-ଶାଶୁ ଓ ଶ୍ୱଶୁରଙ୍କୁ ହାଣିଦେଲା ଯୁବକ, ତା ପରେ ?

manisha jebe rakhyas hue sebe emiti ghatana ghate

ଓଡ଼ିଆ ଗସିପ୍ ବ୍ୟୁରୋ: ପାରିବାରିକ କଳହର କରୁଣ ପରିଣତି । ପ୍ରଥମେ ପତ୍ନୀଙ୍କୁ ହତ୍ୟା କଲେ । ତାପରେ ଶାଶୁ ଶ୍ୱଶୁରଙ୍କ ଜୀବନ ନେଲେ । ଶେଷରେ ପୋଲିସ ନିକଟରେ ନିଜକୁ ସରେଣ୍ଡର କଲେ । ଏମିତି ଏକ ଘଟଣା ଘଟିଛି ଆସାମ୍‌ ଗୋଲାଘାଟ ଜିଲ୍ଲାରେ ।

ଅଧିକ ପଢ଼ନ୍ତୁ : ଚର୍ଚ୍ଚାରେ ଦରିଆପାରି ପ୍ରେମ: ଦେହର ସୁଖ ପାଇଁ ପଡ଼ୋଶୀକୁ ଧାଉଁଛନ୍ତି ପ୍ରେମୀଯୁଗଳ

ଘର କଳି ଏକ ସାଧାରଣ କଥା । ପ୍ରତ୍ୟେକ ଘରେ କିଛି ନା କିଛି ସମସ୍ୟା ଥାଏ । ଆଉ ସେହି ସମସ୍ୟାକୁ ନେଇ ଘରେ କଳି ହୁଏ । କଥା କଟାକଟି ହୁଏ । ମୁହଁ ଫୁଲାଫୁଲି ହୁଏ । ହେଲେ କିଛି ସମୟ ପରେ ତାହା ପୁଣି ଠିକ୍‌ ହୋଇଯାଏ । କିନ୍ତୁ ବେଳେବେଳେ ସେହି ଛୋଟ ଛୋଟ ସମସ୍ୟା ଉଗ୍ର ରୂପ ନେଇଯାଏ । ଆଉ ସେମିତି ଏକ ଘଟଣା ଆଜି ଆମ ସାମ୍ନାକୁ ଆସିଛି । ଯାହା ଶୁଣିଲେ ଆପଣଙ୍କ ଛାତି ଥରି ଉଠିବ ।

ଅଧିକ ପଢ଼ନ୍ତୁ : ଶୋଇଥିବା ଗୋରୁପଲ ଉପରେ ଚଢିଗଲା ଟ୍ରକ୍: ୧୦ରୁ ଉର୍ଦ୍ଧ୍ବ ଗୋରୁ ମୃତ, ୫ ଗୁରୁତର

ସାମାନ୍ୟ କ୍ରୋଧରୁ ପୁରା ପରିବାର ଛାରଖାର ହୋଇଗଲା । ସେଥିପାଇଁ କୁହାଯାଏ ମଣିଷର ସବୁଠାରୁ ବଡ଼ ଶତ୍ରୁ ହେଲା କ୍ରୋଧ । ଆସାମ ଗୋଲଘାଟ ପୋଲିସ ଅଧିକାରୀଙ୍କ କହିବାନୁଯାୟୀ, ଜଣେ ବ୍ୟକ୍ତି ପାରିବାରିକ କଳହ କାରଣରୁ ନିଜ ପତ୍ନୀଙ୍କୁ ହତ୍ୟା କରିବା ସହ ଶାଶୁ ଶ୍ୱଶୁରଙ୍କୁ ବି ହତ୍ୟା କରିଛି । ଆଉ ହତ୍ୟା କରିବା ପରେ ସେ ନିଜକୁ ପୋଲିସରେ ସରେଣ୍ଡର କରିଛି । ଏବେ ଉକ୍ତ ବ୍ୟକ୍ତିଙ୍କୁ ଗିରଫ କରି ପଚରାଉଚରା କରାଯାଉଛି । ଏହି ପୁରା ଘଟଣା ଗତକାଲି ଅର୍ଥାତ୍ ସୋମବାର ଘଟିଛି ।

ବ୍ୟକ୍ତି ଜଣକ କାହିଁକି ଏଭଳି କାଣ୍ଡ ଭିଆଇଲେ ? ଣ ଥିଲା ତାଙ୍କର ଉଦେଶ୍ୟ ? ଘରେ କେଉଁ କାରଣ ପାଇଁ ହୋଇଥିଲା କଳି ? ସେସବୁ ବିଷୟରେ ଜାଣିବା ପାଇଁ ପୋଲିସ ପଚରାଉଚରା କରିବା ସହ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ମଧ୍ୟ ଚଳାଇଛି । ଆଖ ପାଖ ପଡ଼ୋଶୀଙ୍କୁ ମଧ୍ୟ ଉକ୍ତ ପରିବାର ବିଷୟରେ ପଚାରି ବୁଝୁଛି ପୋଲିସ ।

ଅଧିକ ପଢ଼ନ୍ତୁ : ଫେସୁବକରୁ ପ୍ରେମ: ସ୍ୱାମୀକୁ ଛାଡି ପ୍ରେମିକ ପାଇଁ ସୀମା ପାର ହୋଇ ପାକିସ୍ତାନରେ ଭାରତର ଅଞ୍ଜୁ , ଶ୍ୱଶୂର ଘର ଲୋକଙ୍କ ମୁଣ୍ଡ ଟିଣ...

ତେବେ ପ୍ରାଥମିକ ତଦନ୍ତରୁ ମିଳିଥିବା ରିପୋର୍ଟ ଅନୁଯାୟୀ ଉକ୍ତ ବ୍ୟକ୍ତି ଜଣକ ଶ୍ୱଶୁର ଘରକୁ ଯାଇଥିଲେ । ଯାହାଙ୍କର ଘର ଗୋଲାଘାଟ ସହର ହିନ୍ଦି ସ୍କୁଲ ରୋଡ୍‌ରେ ଅବସ୍ଥିତ । ବ୍ୟକ୍ତି ଜଣକ ପୂର୍ବରୁ ପତ୍ନୀଙ୍କୁ ନିର୍ଯାତନା ଦେବା ଅଭିଯୋଗରେ ଜେଲ୍‌ ଦଣ୍ଡ ମଧ୍ୟ ଭୋଗି ସାରିଛନ୍ତି । ଜେଲ୍‌ରେ ଥିବା ବେଳେ ନିଜ ଭୁଲ ବୁଝି ପାରିଥିବାରୁ ତାଙ୍କୁ ଜେଲ୍‌ରୁ ବାହାର କରି ଅଣାଯାଇଥିଲା । ହେଲେ ଘୁସୁରି ପ୍ରକୃତି ପଙ୍କରେ ଲୁଟିବା ଭଳି, ସେ ପୁଣି ଥରେ ପତ୍ନୀଙ୍କୁ ମାର ପିଟ୍ କରିବା ସହ ନାନା ପ୍ରକାର ନିର୍ଯାତନା ଦେବା ଆରମ୍ଭ କରିଥିଲେ ।

ଅଧିକ ପଢ଼ନ୍ତୁ: ଦିଅର ପ୍ରେମରେ ଭାଉଜ ପଡ଼ିଲେ; କୂଅ ଦେଖି ଡେଇଁ ପଡ଼ିଲେ ବାୟା ଦିଅର

ତେବେ ଏମିତି କିଛି ଝଗଡ଼ା ମଧ୍ୟରେ ସୋମବାର ସେ ୩ ଜଣଙ୍କୁ ହତ୍ୟା କରିବା ପରେ ନିଜର ୯ ବର୍ଷର ପୁଅ ସହ ଗୋଲାଘାଟ ଥାନାରେ ପହଞ୍ଚି ଆତ୍ମସମର୍ପଣ କରିଥିଲେ । ମୃତ ପତ୍ନୀଙ୍କ ନାଁ ସଂଘମିତ୍ରା ଘୋଷ ଏବଂ ତାଙ୍କ ପିତା ମାତା ହେଲେ ସଞ୍ଜିବ ଘୋଷ ଓ ଜୁନୁ ଘୋଷ ।

Share this story