ଦିଅର ପ୍ରେମରେ ଭାଉଜ ପଡ଼ିଲେକୂଅ ଦେଖି ଡେଇଁ ପଡ଼ିଲେ ବାୟା ଦିଅର

Bhauja khatare khatibe diara

ଓଡ଼ିଆ ଗସିପ୍ ବ୍ୟୁରୋ: ସ୍ୱାମୀଙ୍କ ସାମ୍ନାରେ ବାହା ହେଲେ ଦିଅର-ଭାଉଜ । ନା କୌଣସି ବେଦୀ ନା ବ୍ରାହ୍ମଣଙ୍କର ମନ୍ତ୍ରପାଠ, ଥାନାରେ ପରସ୍ପରକୁ ଫୁଲମାଳ ପିନ୍ଧାଇ ଥିଲେ ପ୍ରେମୀ ଯୁଗଳ । ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ୍‌ ଅନ୍ତର୍ଗତ ସୁବଳୟା ଥାନା ଅଞ୍ଚଳରେ ଏହି ଘଟଣା ଘଟିଛି । ଥାନା ଅଧିକାରୀ, ଅନ୍ୟ ପୋଲିସ କର୍ମଚାରୀ ଓ ପରିବାର ଲୋକଙ୍କ ଉପସ୍ଥିତିରେ ଫେରାର ପ୍ରେମୀ ଯୁଗଳ ବିବାହ କରିଥିଲେ । ଏମାନେ ସମ୍ପର୍କରେ ଦିଅର-ଭାଉଜ ବୋଲି ଜଣାପଡ଼ିଛି ।

ଅଧିକ ପଢ଼ନ୍ତୁ: ରାଜ୍ୟ କ୍ୟାବିନେଟ ବୈଠକରେ ୧୭ ପ୍ରସ୍ତାବକୁ ମୋହର, ମିଶନ ଶକ୍ତି ସ୍କୁଟର ଯାେଜନାକୁ ମିଳିଲା ଅନୁମୋଦନ

ସୂଚନା ଅନୁସାରେ, ଅନୁଗୁଳ ଜିଲ୍ଲା ସାମସିଙ୍ଗା ଗାଁର ଜଣେ ଯୁବତୀ ୩ ବର୍ଷ ପୂର୍ବେ ସୁବଳୟା ଥାନା ଅନ୍ତର୍ଗତ ସାନକିରାସିରା ଗାଁର ଜଣେ ଯୁବକଙ୍କୁ ବୈଦିକ ରୀତିନୀତିରେ ବିବାହ କରିଥିଲେ । ଏହାରି ଭିତରେ ଖଣ୍ଡହତା ପଞ୍ଚାୟତର ବରଘାଟ ଗାଁର ଅନ୍ୟ ଜଣେ ଯୁବକଙ୍କ ସହ ସମ୍ପୃକ୍ତ ମହିଳାଙ୍କ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା । ଯିଏକି ତାଙ୍କ ସ୍ୱାମୀଙ୍କ ମାଉସୀ ପୁଅ ଭାଇ । ଉଭୟଙ୍କ ମଧ୍ୟରେ କିଛି ମାସ ଧରି ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା ।

ଅଧିକ ପଢ଼ନ୍ତୁ : କଣ ଏହି ଖତରନାକ ଖପ୍ପର ଯୋଗ! ୩୦ ଦିନ ପର୍ଯ୍ୟନ୍ତ କାହିଁକି ରହିବେ ସାବଧାନ ଜାଣନ୍ତୁ

ସପ୍ତାହକ ତଳେ ଉଭୟ ଘରୁ ଫେରାର ହୋଇଯାଇଥିଲେ। ପରିବାର ଲୋକେ ଖୋଜାଖୋଜି ପରେ ନମିଳିବାରୁ ପରେ ସୁବଳୟା ଥାନାରେ ଜଣାଇଥିଲେ । ପୋଲିସ୍‌ ଛାନ୍‌ଭିନ୍‌ କରି ଉଭୟଙ୍କୁ ଗତ ଗୁରୁବାର ଉଦ୍ଧାର କରିଥିଲା । ତେବେ ଉଭୟ ଦିଅର-ଭାଉଜ ପରସ୍ପରକୁ ବିବାହ କରିବାକୁ ଥାନାରେ ଅଡ଼ି ବସିଥିଲେ । ଶେଷରେ ଥାନା ପରିସରରେ ଝିଅର ବାପ ଘର ଓ ଶ୍ୱଶୁର ଘର ସହ ପ୍ରେମିକଙ୍କ ପରିବାର ଲୋକଙ୍କ ଉପସ୍ଥିତିରେ ଉଭୟ ଦିଅର ଭାଉଜଙ୍କ ବିବାହ କରାଯାଇଥିଲା ।

ଅଧିକ ପଢ଼ନ୍ତୁ : ପାର୍ଟନର ନଥିଲେ ଟେନସନ ନାହିଁ; ସେକ୍ସର ଆନନ୍ଦ ଦେବ AI ସେକ୍ସ ରୋବଟ

 

Share this story