ଭୋଟ ଦେବାକୁ ଆସିଥିବା ସ୍ତ୍ରୀ କୁ ବୁଥ୍ ସାମ୍ନାରେ ହିଁ ନିର୍ମମଭାବେ ହାଣିଲା ନୃଶଂସ ସ୍ବାମୀ
 

Man hacks wife to death in front of polling booth in Odishas bhadrak
ବୁଥ୍ ସାମ୍ନାରେ ହାଣିଲା ସ୍ୱାମୀ 
 

ଓଡ଼ିଆ ଗସିପ୍ ବ୍ୟୁରୋ: ପାରିବାରିକ କଳହର କରୁଣ ପରିଣତି। ବୁଥ ସାମ୍ନାରେ ସ୍ତ୍ରୀକୁ ହତ୍ୟାକଲା ନୃଶଂସ ସ୍ୱାମୀ । ଭଦ୍ରକ ଗ୍ରାମାଞ୍ଚଳ ଥାନା ଅଧିନ କାଉପୁର ପଂଚାୟତ ମୁକ୍ତାଡ଼ିହି ଗାଁ ୪ନମ୍ବର ବୁଥ ସାମ୍ନାରେ ଏମିତି ଅଭାବନୀୟ ଘଟଣା ଘଟିଛି । 

ମୃତ ମହିଳା ଜଣକ ହେଲେ ରଶ୍ମିରେଖା ବେହେରା । ଅଭିଯୁକ୍ତ ସ୍ବାମୀ ପ୍ରଭାକରଙ୍କୁ ଅଟକ ରଖି ତଦନ୍ତ ଆରମ୍ଭ କରିଛି ପୋଲିସ । ସୂଚନା ଅନୁଯାୟୀ ଭଦ୍ରକ ଗ୍ରାମାଞ୍ଚଳ ଥାନା ଅଧୀନ କାଉପୁର ପଞ୍ଚାୟତ ମୁକ୍ତାଡିହି ଗାଁର ପ୍ରଭାକର ରାଉତଙ୍କୁ ଗତ ୪-୫ ବର୍ଷ ପୂର୍ବେ ଜରାଗମ୍ଭୀରା ଗାଁର ରଶ୍ମିରେଖା ବିବାହ କରିଥିଲେ। ଉଭୟଙ୍କର ଏକ ୩ ବର୍ଷର ଶିଶୁପୁତ୍ର ମଧ୍ୟ ରହିଛି। 

ଅଧିକ ପଢନ୍ତୁ : ହୃଦଘାତର ସୂଚନା ଦିଏ ଶରୀରର ଏହି ସବୁ ଲକ୍ଷଣ! ଜାଣନ୍ତୁ ଏବଂ ସତର୍କ ହୋଇଯାଆନ୍ତୁ...

ରଶ୍ମିରେଖା ଓ ପ୍ରଭାକରଙ୍କ ମଧ୍ୟରେ କୌଣସି କଥାକୁ ନେଇ ଝଗଡ଼ା ହୋଇଥିଲା। ଯେଉଁଥିପାଇଁ ମହିଳା ଜଣକ ସ୍ୱାମୀଙ୍କ ସହ କଳହ ପରେ ବାପ ଘର ଜିରାଗମ୍ଭୀରରେ ରହୁଥିଲେ। ଆଜି ସେ ଭୋଟ ଦେବା ପାଇଁ ତାଙ୍କ ଦାଦାଙ୍କ ସହ ମୁକ୍ତାଡ଼ିହି ଗାଁର ୪ ନମ୍ବର ବୁଥକୁ ଆସିଥିଲେ। 

ମାତ୍ର ଏତିକିବେଳେ ସ୍ୱାମୀ ବୁଥ ସାମ୍ନାରେ ମାରଣାସ୍ତ୍ରରେ ଆକ୍ରମଣ କରିଥଲା । ଫଳରେ ରଶ୍ମିଙ୍କ ମୁହଁରେ ଗଭୀର କ୍ଷତ ହୋଇଥିଲା। ତାଙ୍କୁ ଗୁରୁତର ଅବସ୍ଥାରେ ଡାକ୍ତରଖାନା ନିଆଯାଇଥିଲା। ତେବେ ସେଠାରେ ତାଙ୍କୁ ମୃତ ଘୋଷଣା କରାଯାଇଥିଲା। 

ହତ୍ୟାକାଣ୍ଡ ପରେ ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଛି । ଗ୍ରାମାଞ୍ଚଳ ପୋଲିସ ପହଞ୍ଚି ସ୍ୱାମୀକୁ ଅଟକ ରଖିବା ସହ ତଦନ୍ତ ଆରମ୍ଭ କରିଛି । ପାରିବାରିକ କଳହରୁ ଏହି ହତ୍ୟାକାଣ୍ଡ ଘଟିଥିବା ଜଣାପଡ଼ିଛି।

ଅଧିକ ପଢନ୍ତୁ : ବୟସ ଅନୁସାରେ ଶରୀର ଓଜନ କେତେ ରହିବା ଦରକାର? ଜାଣି ନାହାନ୍ତି ଯଦି ନିଶ୍ଚୟ ଜାଣନ୍ତୁ..
 

Share this story