ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ, ପ୍ରଥମେ ସ୍ବାମୀ ଓ ପରେ ସ୍ତ୍ରୀଙ୍କୁ ମଧ୍ୟ ନୃଶଂସ ଭାବେ ହତ୍ୟା କଲେ ଦୁର୍ବୃତ୍ତ
 

Man and Wife Hacked To Death Over Sorcery Suspicion In Gajapati Odisha
ପ୍ରଥମେ ସ୍ବାମୀ ଓ ପରେ ସ୍ତ୍ରୀଙ୍କୁ ମଧ୍ୟ ନୃଶଂସ ଭାବେ ହତ୍ୟା କଲେ ଦୁର୍ବୃତ୍ତ
 

ଓଡ଼ିଆ ଗସିପ୍ ବ୍ୟୁରୋ: ଗଜପତି ଜିଲ୍ଲା ମୋହନାରେ ଘଟିଛି ଏକ ଅଭାବନୀୟ ଘଟଣା ଯାହା ଆଖପାଖ ଅଂଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ସୂଚନା ଅନୁଯାୟୀ ଅଡବା ଥାନା ଘୋଡାପଙ୍କା ଗାଁରେ ଡବଲ ମର୍ଡର ହୋଇଥିବା ଘଟଣା ସାମ୍ନାକୁ ଆସିଛି। ଘରେ ପଶି ଜଣେ ଯୁବକଙ୍କୁ ନୃଶଂସ ଭାବେ ହତ୍ୟା କରିବା ପରେ ତାଙ୍କ ସ୍ତ୍ରୀଙ୍କୁ ମଧ୍ୟ ହତ୍ୟା କଲେ ଦୁର୍ବୃତ୍ତ।

ଅଧିକ ପଢ଼ନ୍ତୁ: କାହିଁକି ହୁଏ ବ୍ଳଡ୍‌ କ୍ୟାନସର, ଏହା କେତେ ପ୍ରକାର ? ଜାଣନ୍ତୁ ଏହି ରୋଗର ଲକ୍ଷଣ କଣ... 

ସୂଚନା ମୁତାବକ ମୃତକ ହେଲେ କପିଳେନ୍ଦ୍ର ମଲ୍ଲିକ ଓ ସ୍ତ୍ରୀ ସସ୍ମିତା ମଲ୍ଲିକ। ଗତକାଲି ରାତିରେ କେତେକ ଦୁର୍ବୃତ୍ତ ଅଡବା ଥାନା ଘୋଡାପଙ୍କା ଗାଁରେ କପିଳେନ୍ଦ୍ର ମଲ୍ଲିକଙ୍କ ଘରେ ପଶି ଧାରୁଆ ଅସ୍ତ୍ରରେ ଆକ୍ରମଣ କରି ତାଙ୍କୁ ହତ୍ୟା କରିଥିଲେ। ସ୍ୱାମୀଙ୍କ ମୃତ୍ୟୁ ଖବର ଶୁଣି ସ୍ତ୍ରୀ ସସ୍ମିତା ଆସୁଥିବା ବେଳେ ବାଟରେ  ଦୁର୍ବୃତ୍ତମାନେ ତାଙ୍କୁ ବି ହତ୍ୟା କରିଥିଲେ, ଯାହାକୁ ନେଇ ପୁରା ଇଲାକାରେ ହଇଚଇ ସୃଷ୍ଟି ହୋଇଛି।

ଅଧିକ ପଢ଼ନ୍ତୁ: ଲିଭର ସୁସ୍ଥ ରହିଲେ ମିଳିବ ଅନେକ ରୋଗରୁ ରକ୍ଷା, ଜାଣନ୍ତୁ ଲିଭରକୁ ସଫା କରିବାର ୭ଟି ଉପାୟ

ଏତେ ବଡ ଘଟଣା କାହିଁକି ଘଟିଲା ତେବେ ଏନେଇ ହତ୍ୟାକାଣ୍ଡର କାରଣ ଏଯାଏ ବି ଅସ୍ପଷ୍ଟ ରହିଥିବା ଜଣା ପଡିଛି। ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି। ଏହି ଘଟଣାରେ ଗାଁର କିଛି ଯୁବକଙ୍କୁ ପୁଲିସ ଉଠାଇ ନେଇଥିବାର ସୂଚନା ମିଳିଛି। ସୂଚନାଯୋଗ୍ୟ, ଗତ କିଛି ମାସ ତଳେ କିଛି ଦୁର୍ବୃତ୍ତ କପିଳେନ୍ଦ୍ରଙ୍କ ଉପରକୁ ଗୁଳିମାଡ଼ କରିଥିଲେ।

ଅଧିକ ପଢ଼ନ୍ତୁ: ସେକ୍ସ ଟାଇମିଂକୁ ନେଇ କନଫ୍ୟୁଜ୍ କି? ପାର୍ଟନରଙ୍କ ଶୀଘ୍ର ପତନ ପାଇଁ ଚିନ୍ତିତ ? ଜାଣନ୍ତୁ କଣ କରିବେ
 

Share this story