ପଡ଼ୋଶୀ ନାଳୁଆ ଗୁଣ: ଅପହରଣ ପରେ ଯୁବତୀଙ୍କୁ ଦୁଷ୍କର୍ମ, ଚିତ୍କାର କରିବାରୁ ବିଷ ଦେଇଦେଲେ...

ଓଡ଼ିଆ ଗସିପ ବ୍ୟୁରୋ: ପ୍ରଥମେ ଅପହରଣ ଆଉ ତାପରେ ଯୁବତୀଙ୍କ ଇଜ୍ଜତ ସହ ଖେଳ । ସମାଜରେ ଏମିତି ନାଳୁଆ ପ୍ରକୃତିର ଲୋକେ ଏତେ ବଢି ଗଲେଣି ଯେ ଏମାନଙ୍କୁ କଡା ସଜ୍ଜା ହିଁ ଉଚିତ ଦଣ୍ଡ ଦେଇ ହବ । ଅପହରଣ ପରେ ଦୁଷ୍କର୍ମ କୁ ବିରୋଧ କରିବାରୁ ଯୁବତୀଙ୍କୁ ମାଡ଼ ମାରିବା ସହ ବିଷ ଦେଇଦେଲେ ପଡ଼ୋଶୀ ।
ଉତ୍ତରପ୍ରଦେଶର ଜେହାନାବାଦ ଥାନା ଅଞ୍ଚଳରେ ଏଭଳି ନୃଶଂସ କାଣ୍ଡ ଘଟିଛି । ୧୮ ବର୍ଷୀୟ ଯୁବତୀଙ୍କୁ ଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି । ବର୍ତ୍ତମାନ ସମ୍ପୃକ୍ତ ଯୁବତୀଙ୍କ ସ୍ୱାସ୍ଥ୍ୟାବସ୍ଥା ସଙ୍କଟାପନ୍ନ ଥିବା ଜଣାପଡ଼ିଛି । ଏକ ଘରୋଇ ହସ୍ପିଟାଲ୍ରେ ତାଙ୍କର ଚିକିତ୍ସା ଚାଲିଛି ।
ଏଠି କ୍ଲିକ କରି ଅଧିକ ପଢନ୍ତୁ: ଡାକ୍ତର ଶୁଭଶ୍ରୀ କର ମୃତ୍ୟୁ ମାମଲାରେ ମୁହଁ ଖୋଲିଲେ ତାଙ୍କର ଜଣେ ସହକର୍ମୀ, କହିଲେ ମୃତ୍ୟୁ ପଛର...
ମିଳିଥିବା ସୂଚନା ଅନୁସାରେ, ଜାନୁଆରୀ ୧ ଅର୍ଥାତ୍ ନୂଆବର୍ଷ ଦିନ ଭୋର ସମୟରେ ଏହି ଅମାନବୀୟ ଘଟଣା ଘଟିଛି । ଯୁବତୀଙ୍କ ଜଣେ ପଡ଼ୋଶୀ ବଳପୂର୍ବକ ଭାବେ ପାଟି ବନ୍ଦ କରି ତାଙ୍କୁ ଘର ଭିତରକୁ ନେଇ ଯାଇଥିଲେ । ଏହାପରେ ତାଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି ।
ଖାଲି ଏତିକି ନୁହେଁ ଯୁବତୀ ଜଣକ ଏହାକୁ ବିରୋଧ କରି ଚିତ୍କାର କରିବାରୁ ଅଭିଯୁକ୍ତ ତାଙ୍କୁ ମାଡ଼ ମାରିବା ସହ ବିଷ ପିଆଇ ଦେଇଥିଲେ । ଯୁବତୀଙ୍କ ପରିବାର ଲୋକ ଅଭିଯୁକ୍ତର ଘରେ ପହଞ୍ଚି ବିରୋଧ କରିବାରୁ ସେମାନେ ମଧ୍ୟ ଆକ୍ରମଣର ଶିକାର ହୋଇଥିଲେ ।
ଏଠି କ୍ଲିକ କରି ଅଧିକ ପଢନ୍ତୁ: ହାଇଓ୍ୱା ସହ ଧକ୍କା ହୋଇ ରାସ୍ତାତଳକୁ ଓଲଟିଲା ଭୁବନେଶ୍ବର ଆସୁଥିବା ଯାତ୍ରୀବାହୀ ବସ୍, ୪୦ରୁ ଅଧିକ ଯାତ୍ରୀ ଆହତ
ଅଭିଯୁକ୍ତ ସେମାନଙ୍କୁ ମାଡ଼ ମାରିବା ଥିବା ଅଭିଯୋଗ ହୋଇଛି । ଯୁବତୀଙ୍କ ସ୍ୱାସ୍ଥ୍ୟାବସ୍ଥା ସଙ୍କଟାପନ୍ନ ଥିବା ତାଙ୍କ ମା’ ଅଭିଯୋଗରେ ଉଲ୍ଲେଖ କରିଛନ୍ତି । ପିଲିଭିଟ୍ ସ୍ଥିତ ଏକ ଘରୋଇ ହସ୍ପିଟାଲ୍ରେ ତାଙ୍କର ଚିକିତ୍ସା ଚାଲିଛି ।
ଅନ୍ୟପକ୍ଷେ, ଯୁବତୀଙ୍କ ପରିବାର ଲୋକଙ୍କ ଅଭିଯୋଗ ଆଧାରରେ ପୋଲିସ୍ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଛି । ହେଲେ ଘଟଣା ପରଠୁ ଅଭିଯୁକ୍ତ ଘର ଲକ୍ କରି ଫେରାର ହୋଇଯାଇଛି । ତାକୁ ଧରିବା ଲାଗି ପୋଲିସ୍ ଛାନ୍ଭିନ୍ ଚଳାଇଛି ।