ଡାକ୍ତର ଶୁଭଶ୍ରୀ କର ମୃତ୍ୟୁ ମାମଲାରେ ମୁହଁ ଖୋଲିଲେ ତାଙ୍କର ଜଣେ ସହକର୍ମୀ, କହିଲେ ମୃତ୍ୟୁ ପଛର...

Doctor Subhashree Kar friend reveals the New Year eve happening

ଓଡ଼ିଆ ଗସିପ ବ୍ୟୁରୋ: ଡାକ୍ତର ଶୁଭଶ୍ରୀ କର ମୃତ୍ୟୁ ମାମଲାରେ ତାଙ୍କ ମୃତ୍ୟୁ ନେଇ ମୁହଁ ଖୋଲିଛନ୍ତି ତାଙ୍କର ଜଣେ ସହକର୍ମୀ । ବର୍ଷ ୨୦୨୨ର ଶେଷ ଦିନର ଶେଷ ସମୟର ପ୍ରତିଟି ମୁହୁର୍ତ୍ତକୁ ଝୁମି ଝୁମି ବିତାଇଥିଲେ ଶୁଭଶ୍ରୀ । ସହକର୍ମୀମାନଙ୍କ ସହ ଜିରୋ ନାଇଟ ପାଳନରେ ମସଗୁଲ ଥିଲେ ।

ମୃତ୍ୟୁ ପୂର୍ବରୁ ସହକର୍ମୀମାନଙ୍କ ସହ ଜିରୋନାଇଟ୍ ସେଲିବ୍ରେସନ କରିଥିଲେ ଡାକ୍ତର ଶୁଭଶ୍ରୀ କର । ନା ମନରେ ଥିଲା କିଛି ଅବଶୋଷ, ନା କୌଣସି ଦୁଃଖ ।  ବେଶ ହସ ଖୁସିରେ ଜିରୋନାଇଟ୍ ସେଲିବ୍ରେସନ କରିଥିଲେ ।

ତା ପରେ କେକ୍ କାଟି ଆନନ୍ଦ ଉଲ୍ଲାସର ସହିତ ନୂଆବର୍ଷ ପାଳନ କରିଥିଲେ । ସହକର୍ମୀଙ୍କ ଗହଣରେ ବିଳମ୍ବିତ ସମୟ ପର୍ଯ୍ୟନ୍ତ ପାର୍ଟି ଚାଲିଥିଲା । କେକ୍ କଟାଯାଇ ଧୁମ୍ ସେଲିବ୍ରେସନ କରାଯାଇଥିଲା । ତାଙ୍କ ସହକର୍ମୀ ଜଣକ ପାର୍ଟି ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ରହିଥିଲେ ।

ଏଠି କ୍ଲିକ କରି ଅଧିକ ପଢନ୍ତୁ: କେମିତି ଥିଲା ଦିଲ୍ଲୀରେ କାର ତଳେ ୧୨ କିଲୋମିଟର ଘୋଷାଡ଼ି ହୋଇ ମାରିଥିବା ସେ ଭୟଙ୍କର ରାତି ? ବୟାନ କଲେ ଅଞ୍ଜଳିଙ୍କ ସାଙ୍ଗ, କହିଲେ ଚିତ୍କାର କରୁଥିଲା ଅଞ୍ଜଳି ହେଲେ...

ରାତି ପ୍ରାୟ ୧ଟା ୩୦ ପର୍ଯ୍ୟନ୍ତ ପାର୍ଟି ଚାଲିଥିଲା । ପାର୍ଟିରେ ଶୁଭଶ୍ରୀ ବେଶ ଖୁସିଥିବା ବେଳେ ସମସ୍ତଙ୍କ ସହ ଧୁମ ନାଚିଥିଲେ । ପାର୍ଟି ସରିବା ପର୍ଯ୍ୟନ୍ତ ସବୁ କିଛି ଠିକଠାକ୍ ଥିଲା । ଏପରିକି ସମସ୍ତେ ରାତିରେ ଫେରିବା ପରେ ବି ସମସ୍ତଙ୍କୁ ନୂଆବର୍ଷର ଶୁଭେଚ୍ଛା ଜଣାଇଥିଲେ ।

ସେଦିନ ବହୁତ ଖୁସି ଜଣାପଡୁଥିବ। ବେଳେ ଆତ୍ମହତ୍ୟା ନେଇ ତାଙ୍କ ପାଖରେ କୌଣସି ଅଭାସ ନଥିବା କହିଛନ୍ତି ଶୁଭଶ୍ରୀଙ୍କ ସହକର୍ମୀ । ସେପଟେ ଶୁଭଶ୍ରୀଙ୍କ ବୟଫ୍ରେଣ୍ଡ ଡାକ୍ତର ଦିବ୍ୟରଞ୍ଜନଙ୍କ ପତା ମିଳୁନି । ଦିବ୍ୟରଞ୍ଜନଙ୍କୁ ଖୋଜିବା ପାଇଁ ସ୍ୱତନ୍ତ୍ର ଟିମ୍ ଗଠନ କରି ଛାନଭିନ୍ ଚଳାଇଛି ପୋଲିସ । ଏସବୁ ଭିତରେ ଦିବ୍ୟରଞ୍ଜନଙ୍କ ଉପରେ ପୋଲିସର ସନ୍ଦେହ ବଢିବାରେ ଲାଗିଛି ।

ସେପଟେ ପୋଷ୍ଟମର୍ଟମ ରିପୋର୍ଟରେ ବିଷକ୍ରିୟାରୁ ଡାକ୍ତର ଶୁଭଶ୍ରୀ କରଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଗତକାଲି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଡାକ୍ତରଙ୍କ ଶବ ବ୍ୟବଛେଦ କରାଯାଇଥିଲା । ଘଟଣାସ୍ଥଳରୁ ଜବତ ବିଷ ବୋତଲ ଏବଂ ଭିସେରା ଭୁବନେଶ୍ୱରସ୍ଥିତ ଫୋରେନସିକ୍ ଲ୍ୟାବ୍‌କୁ ପଠାଯିବ ।

ଏଠି କ୍ଲିକ କରି ଅଧିକ ପଢନ୍ତୁ: ଭୁବନେଶ୍ୱରରେ ପୁଣି ଆତଙ୍କରାଜ, ୟୁନିଫର୍ମରେ ଥିବା ମହିଳା ସବ୍-ଇନ୍ସପେକ୍ଟରଙ୍କୁ ମାରଣାସ୍ତ୍ର ଧରି ଗୋଡ଼ାଇଲେ ଦୁର୍ବୃତ୍ତ...

ସେଠାରୁ ରିପୋର୍ଟ ଆସିବାପରେ ମୃତ୍ୟୁର କାରଣ ସ୍ପଷ୍ଟ ଜଣାପଡିବ । ସନ୍ଦେହଜନକ ଅବସ୍ଥାରେ ଘରୁ ତାଙ୍କ ମୃତଦେହ ମିଳିଥିଲା । ବିଳମ୍ବିତ ରାତି ଯାଏଁ ଡ୍ୟାନ୍ସ, ସହକର୍ମୀଙ୍କ ସହିତ ଭୋଜିଭାତ ପରେ ହଠାତ୍ କିଭଳି ହେଲା ଏହି ୨୫ ବର୍ଷିୟା ଡାକ୍ତରାଣୀଙ୍କ ମୃତ୍ୟୁ, ସେ ସବୁ ପ୍ରଶ୍ନର ଉତ୍ତର ଖୋଜୁଛି ପୋଲିସ୍ ।

ସେପଟେ ସନ୍ଦେହ ଭିତରକୁ ଆସିଥିବା ତାଙ୍କ ପୁରୁଷ ବନ୍ଧୁ ଡାକ୍ତର ଦିବ୍ୟରଞ୍ଜନ ମାଝୀ ଇସ୍ତଫା ଦେଇ ସାରିଥିବା ସୂଚନା ମିଳିଛି । ଗତ ଡିସେମ୍ବର ୧ରେ ସେ ଇସ୍ତଫାପତ୍ର ଲେଖିଛନ୍ତି । ତେବେ ଏହାକୁ ସେ ୨୦ ତାରିଖରେ ପଠାଇଥିବା ସୂଚନା ମିଳିଛି । ଗୁଆଲି ନୂଆଗାଁ JSW ଫାଷ୍ଟଏଡ୍ ସେଣ୍ଟରରୁ ସେ ଇସ୍ତଫା ଦେଇଛନ୍ତି । ଇସ୍ତଫା ପତ୍ରରେ ବିବାହ ପାଇଁ ଭୁବନେଶ୍ୱର ଯାଉଥିବା ଉଲ୍ଲେଖ କରିଛନ୍ତି ।

ଡାକ୍ତର ଦିବ୍ୟରଂଜନ ମାଝୀଙ୍କ ନାଁରେ ଡିସେମ୍ବର ୨୦ ତାରିଖରେ ଏତଲା ଦେଇଥିଲେ ଶୁଭଶ୍ରୀ । ଏଥିରେ ସେ ଉଲ୍ଲେଖ କରିଥିଲେ, ଉଭୟଙ୍କ ମଧ୍ୟରେ କିଛି ବର୍ଷ ହେଲା ସଂପର୍କ ଥିଲା । ବିବାହର ପ୍ରତିଶ୍ରୁତି ଦେଇ ଦିବ୍ୟରଂଜନ ଶାରୀରିକ ସଂପର୍କ ରଖିବା ପରେ ବାହା ହେବାକୁ ମନା କରୁଛନ୍ତି । ତେବେ ଦିବ୍ୟରଞ୍ଜନଙ୍କ ସଂପର୍କରେ ପୋଲିସ ପାଖରେ ସୂଚନା ନାହିଁ ।

Share this story

World Odia Language Conferene