କେବଳ ଶୁକ୍ରବାର ହିଁ କାହିଁକି? ଭାରତୀୟ ରେଳକୁ ଶନି ଦଶା; ଅଧାବାଟରେ ହଲିଗଲା ଚଳନ୍ତା ଟ୍ରେନ୍

Falaknama train accident

ଓଡ଼ିଆ ଗସିପ ବ୍ୟୁରୋ: ବାହାନଗା ଟ୍ରେନ୍ ଟ୍ରାଜେଡି ମନରୁ ନ ଲିଭିନି । ଆଉ ଏବେ ଏମିତି ଏକ ଟ୍ରେନ୍ ଅଘଟଣ ର ଖବର ଦେଶବ୍ୟାପୀ ଆଲୋଡନ ସୃଷ୍ଟି କରିଛି । ପୁଣି ଥରେ ଦେଶରେ ଟ୍ରେନ୍ ସୁରକ୍ଷା ଏବଂ ଯାତ୍ରୀଙ୍କ ସୁଖଦ ଯାତ୍ରା ନେଇ ସଙ୍କା ସୃଷ୍ଟି କରିଛି । ଏହା ସହ ପ୍ରଶ୍ନ ଯେ କେବଳ ଶୁକ୍ରବାର ହିଁ କାହିଁକି ଘଟୁଛି ବିରାଟ ବଡ଼ ଦୁର୍ଘଟଣା ।

ଅଧିକ ପଢ଼ନ୍ତୁ: ଭୟଙ୍କର ଗ୍ୟାସ ଲିକ ନେଲାଣି ୧୬ ଜୀବନ, ଅନେକ ଗୁରୁତର



ଏହି ସବୁ ଏଥିପାଇଁ ମନରେ ଉଙ୍କି ମାରୁଛି କାହିଁକି ନା ଆଜି ଏମିତି ଏକ ଅଘଟଣ ଘଟିଛି । ଫାଲକନୁମା ଏକ୍ସପ୍ରେସରେ ଘଟି ଯାଇଛି ଅଗ୍ନିକାଣ୍ଡ । ହାୱଡ଼ା-ସିକନ୍ଦରାବାଦ ଫଲକନୁମା ଏକ୍ସପ୍ରେସରେ ଅଗ୍ନିକାଣ୍ଡ ଘଟିିଛି। ହାୱଡ଼ାରୁ ସିକନ୍ଦରାବାଦ ଆସୁଥିବା ବେଳେ ଲାଗିଛି ନିଆଁ । ପାଗିଡ଼ିପାଲି-ବୋମାଇପାଲି ମଧ୍ୟରେ ନିଆଁ ଲାଗିଥିବା ସୂଚନା ।  ତେବେ ଏହି ଅଗ୍ନିକାଣ୍ଡ ସର୍ଟ ସର୍କିଟରୁ ହୋଇଥିବା ସୂଚନା।

ଅଧିକ ପଢ଼ନ୍ତୁ: ସବୁ ସୀମା ଟପିଗଲେ ନିଶାଡ଼ିଙ୍କ ' ନିଶା ' ; ରିପୋର୍ଟରଙ୍କୁ ଦୋ ଅକ୍ଷରି କହି ସୋଧିଲେ, ଭିଡିଓ ଭାଇରାଲ



ନିଆଁ ଲାଗିବା ଦେଖି ଯାତ୍ରୀମାନେ ଓହ୍ଲାଇ ପଡ଼ିଛନ୍ତି। ଟ୍ରେନର ଏକାଧିକ ବଗିରେ ନିଆଁ ଲାଗିଥିବା ଜଣାପଡ଼ିଛି। ତେବେ ଖବର ଅନୁଯାୟୀ ସମସ୍ତ ଯାତ୍ରୀଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି। କେହି ମୃତାହାତ ହୋଇ ନାହାନ୍ତି।ନିଆଁ ଲାଗିଥିବା ବଗିଗୁଡ଼ିକୁ ଟ୍ରେନଠାରୁ ଅଲଗା କରିଦିଆଯାଇଛି। ଯାତ୍ରୀଙ୍କୁ ଉଦ୍ଧାର କରାଯାଇ ଗନ୍ତବ୍ୟ ସ୍ଥଳକୁ ବସ ଯୋଗେ ପଠାଯାଉଛି।

 ଅଧିକ ପଢ଼ନ୍ତୁ: ଦେବଦୂତ ସୁନାପୁଅ ସିନ୍ଧାନ୍ତ; ମରଣ ମୁହଁରୁ ଫେରାଇ ଆଣିଲେ ଓକିଲଙ୍କ ଜୀବନ

Share this story