ଭିଜିଲାନ୍ସ ଜାଲରେ କୋଟିପତି ଯନ୍ତ୍ରୀ ଅଜୟ ସେନାପତି : ୩ କୋଟିରୁ ଅଧିକ ଟଙ୍କାର ସମ୍ପତ୍ତି ଠାବ, ଜାଣନ୍ତୁ ସମ୍ପତ୍ତି ତାଲିକାରେ କ'ଣ ସବୁ ରହିଛି...

crorepati engineer on vigilance net

ଓଡ଼ିଆ ଗସିପ ବ୍ୟୁରୋ: ଭିଜିଲାନ୍ସ ଜାଲରେ କୋଟିପତି ଯନ୍ତ୍ରୀ । ଆୟଠୁ ଅଧିକ ସମ୍ପତ୍ତି ଠୁଳ ଅଭିଯୋଗରେ ବାଲେଶ୍ୱର ପୂର୍ତ୍ତ ବିଭାଗର ସହକାରୀ ଯନ୍ତ୍ରୀ ଅଜୟ ସେନାପତିଙ୍କ ଘରେ ଚଢାଉ କରିଥିଲା ଭିଜିଲାନ୍ସ । ବାଲେଶ୍ୱର, ପୁରୀ, ଖୋର୍ଦ୍ଧାର ୭ଟି ସ୍ଥାନରେ ଏକକାଳୀନ ଚଢାଉ ହୋଇଥିଲା ।

ଚଢାଉ ବେଳେ କୋଟି କୋଟି ଟଙ୍କାର ସମ୍ପତ୍ତି ଜବତ କରିଛି ଭିଜିଲାନ୍ସ । ୩ କୋଟିରୁ ଅଧିକ ଟଙ୍କାର ସ୍ଥାବର, ଅସ୍ଥାବର ସମ୍ପତ୍ତି ଠାବ କରାଯାଇଛି । ସେଥିମଧ୍ୟରୁ ରହିଛି :

ଆହୁରି ପଢ଼ନ୍ତୁ : ମଡେଲ ସୌମ୍ୟ ପାଣିଗ୍ରାହୀ ମୃତ୍ୟୁ ମାମଲାର ହଟିବ ସସପେନ୍ସ, ଦ୍ୱିତୀୟ ଦିନରେ କ୍ରାଇମବ୍ରାଞ୍ଚ ଟିମ ଜୋର କଲା ତନାଘନା

– ପୁରୀ ହରଚଣ୍ଡି ସାହିରେ ରହିଛି ତିନି ମହଲା କୋଠା ।

– କୁଲାକୁଣ୍ଢେଇରେ ରହିଛି ଦୁଇ ମହଲା କୋଠା ।

– ପୁରୀ ଅନନ୍ୟା ବିଚ୍ ଆପାର୍ଟମେଣ୍ଟରେ ଗୋଟିଏ ଫ୍ଲାଟ୍ ।

– ଭୁବନେଶ୍ୱର, ପୁରୀ, ଚିଲିକାରେ ୧୧ଟି ପ୍ଲଟ ।

ଆହୁରି ପଢ଼ନ୍ତୁ : ବିଧାନସଭାର ଆଶ୍ଚର୍ଯ୍ୟଜନକ ଚିତ୍ର : ବିଜେପି ବିଧାୟକ ସୂରଜ ସୂର୍ଯ୍ୟବଂଶୀଙ୍କ ଭାଷଣ ଶୁଣି ପିଠି ଥାପୁଡେଇଲେ ପ୍ରଣବ ପ୍ରକାଶ ଦାସ

– ୩୨୩ ଗ୍ରାମ୍ ଓଜନର ସୁନା ଓ ନଗଦ ୧ ଲକ୍ଷ ୨୨ ହଜାର ୫୦୦ ଟଙ୍କା ।

– କୋଟିଏ ୯ ଲକ୍ଷ ଟଙ୍କାର ବ୍ୟାଙ୍କ, ଡାକ ଓ ବୀମା ଜମା ।

– ସାଢେ ୧୧ ଲକ୍ଷର ଗୋଟିଏ ଟାଟା ନେକ୍ସନ ଗାଡି ।

Share this story