ବିଧାନସଭାର ଆଶ୍ଚର୍ଯ୍ୟଜନକ ଚିତ୍ର : ବିଜେପି ବିଧାୟକ ସୂରଜ ସୂର୍ଯ୍ୟବଂଶୀଙ୍କ ଭାଷଣ ଶୁଣି ପିଠି ଥାପୁଡେଇଲେ ପ୍ରଣବ ପ୍ରକାଶ ଦାସ

BJD MLA Pranab Prakash Das lauded BJP MLA Suraj Surjyabanshi for his extraordinary speech

ଓଡ଼ିଆ ଗସିପ ବ୍ୟୁରୋ: ବିଧାନସଭାରେ ଦେଖିବାକୁ ମିଳିଲା ଭିନ୍ନ ଚିତ୍ର । ରାଜ୍ୟପାଳଙ୍କ ଅଭିଭାଷଣ ଉପରେ ଗୃହରେ ଆଲୋଚନା ହୋଇଥିଲା । ଏହା ଉପରେ ପ୍ରଥମେ ଭାଷଣ ରଖିଥିଲେ ବିଜେପି ବିଧାୟକ ସୂରଜ ସୂର୍ଯ୍ୟବଂଶୀ । କଡ଼ା ଭାଷାରେ ରାଜ୍ୟସରକାରଙ୍କୁ ଟାର୍ଗେଟ୍ କରିଥିଲେ ସୂରଜ ସୂର୍ଯ୍ୟବଂଶୀ ।

ନୂଆକରି ବିଧାୟକ ହୋଇଥିବା ସୂରଜଙ୍କ କହିବା ଶୈଳୀକୁ ଦେଖି ଖୁସି ପ୍ରକାଶ କରିଥିଲେ ବିଜେଡି ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ । ସୂରଜ ଭାଷଣ ରଖିସାରିବା ପରେ ନିଜ ସିଟରୁ ଉଠି ଆସି ତାଙ୍କ ପିଠି ଥାପୁଡାଇଥିଲେ । ଏହା ବିଧାନସଭାରେ ବେଶ୍ ଚର୍ଚ୍ଚାର ବିଷୟ ହୋଇଥିଲା ।

ବିଧାୟକ ସୂରଜ ସୂର୍ଯ୍ୟବଂଶୀ ଏହା ଥିଲା ବିଧାନସଭାରେ ପ୍ରଥମ ଅଭିଭାଷଣ ଏବଂ ତାଙ୍କର ଏହି ଭାଷଣ ପାଇଁ ଶାସକ ଦଳ ଏବଂ ବିରୋଧୀ ଦଳ ନେତା ମଧ୍ୟ ତାଙ୍କୁ ଧନ୍ୟବାଦ ଦେବା ସହ ତାଙ୍କୁ ପ୍ରଶଂସାରେ ପୋତି ପକେଇଥିଲେ ।

ଆହୁରି ପଢ଼ନ୍ତୁ : ମଡେଲ ସୌମ୍ୟ ପାଣିଗ୍ରାହୀ ମୃତ୍ୟୁ ମାମଲାର ହଟିବ ସସପେନ୍ସ, ଦ୍ୱିତୀୟ ଦିନରେ କ୍ରାଇମବ୍ରାଞ୍ଚ ଟିମ ଜୋର କଲା ତନାଘନା

ସୂଚନା ଯୋଗ୍ୟ, ବିଜେଡି କୁ ମାତ୍ ଦେଇ ବିଜେପି ବିଧାୟକ ହୋଇଥିଲେ ଦିବଂଗତ ନେତା ବିଷ୍ଣୁ ସେଠୀଙ୍କ ପୁଅ ସୁରଜ ସୂର୍ଯ୍ୟବଂଶୀ । ଧାମନଗର ଉପନିର୍ବାଚନରେ ବିଜୟ ପରେ ଖୁବ ପ୍ରସଂଶା ସାଉଁଟି ଥିଲେ ।

ବିଜେପିର ଭବିଷ୍ୟତ ପୀଢ଼ି ପାଇଁ ନୂଆ ସୂର୍ଯ୍ୟଦେୟ ହେଲା ବୋଲି ଚର୍ଚ୍ଚା ହେଉଥିଲା । ସୁରଜଙ୍କ ଭାରି ଜୋରେ ଗଣମାଧ୍ୟମରେ ଟେକିଲେ ଦଳୀୟ ନେତା । ଯାହାଫଳରେ ଦଳରେ ସୁରଜଙ୍କର ଦବଦବା ବଢ଼ିଲା ।

Share this story

World Odia Language Conferene