ମଡେଲ ସୌମ୍ୟ ପାଣିଗ୍ରାହୀ ମୃତ୍ୟୁ ମାମଲାର ହଟିବ ସସପେନ୍ସ, ଦ୍ୱିତୀୟ ଦିନରେ କ୍ରାଇମବ୍ରାଞ୍ଚ ଟିମ ଜୋର କଲା ତନାଘନା

model soumya suicide case odisha crime branch to crack the case soon

ଓଡ଼ିଆ ଗସିପ ବ୍ୟୁରୋ: ମଡେଲ ସୌମ୍ୟ ପାଣିଗ୍ରାହୀ ମୃତ୍ୟୁ ମାମଲା । ଦ୍ୱିତୀୟ ଦିନରେ କ୍ରାଇମବ୍ରାଞ୍ଚ ଟିମର ତନାଘନା । ତଦନ୍ତରେ ସହଯୋଗ ପାଇଁ ମୋବାଇଲ, ଲ୍ୟାପଟପ ସିଜ କଲା ପୋଲିସ । ସୂଚନା ଅନୁଯାୟୀ, କଟକ ଜିଲ୍ଲା ବଡମ୍ବାର ସୌମ୍ୟରଞ୍ଜନ ପାଣିଗ୍ରାହୀ ମଡେଲିଂ କରୁଥିଲେ ।

କରୋନା ପରେ ସେ ଭୁବନେଶ୍ବର ଆସି ଏକ କାଫେ ସେଣ୍ଟର ଖୋଲିଥିଲେ । ଇନଫୋସିଟି ନନ୍ଦନବିହାରରେ ଭଡ଼ା ଘର ନେଇ ପରିବାର ସହିତ ରହୁଥିଲେ । କାଫେରେ କଣ୍ଠଶିଳ୍ପୀ ସୋନାଲି ନନ୍ଦଙ୍କ ସହିତ ପରିଚୟ ହୋଇଥିଲା ।

ପ୍ରେମ ବ୍ୟାପାରକୁ କେନ୍ଦ୍ର କରି ସେ ୨୦୨୨ ଜାନୁଆରି ୩୦ ତାରିଖରେ ଭଡ଼ା ଘରେ ଆତ୍ମହତ୍ୟା କରିଥିଲେ । ମୃତ୍ୟୁ ପାଇଁ ତାଙ୍କ ବାନ୍ଧବୀ ସୋନାଲିଙ୍କୁ ଏକ ସୁଇସାଇଡ୍ ନୋଟ୍ ମାଧ୍ୟମରେ ଦାୟୀ କରିଥିଲେ । ଇନଫୋସିଟି ଥାନା ପୁଲିସ ଏହି ଘଟଣାରେ ଏକ ଅପମୃତ୍ୟୁ ମାମଲା ରୁଜୁ କରିଥିଲା ।

ଆହୁରି ପଢ଼ନ୍ତୁ : ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ଟ୍ରକ୍ ଓ ପିକ୍‌ଅପ ଭ୍ୟାନ ମଧ୍ୟରେ ଧକ୍କା, ୧୧ ମୃତ

ସୋନାଲିଙ୍କୁ ଘଟଣା ସମ୍ପର୍କରେ ପୁଲିସ ପଚରାଉଚରା କରିଥିଲା । କିନ୍ତୁ ଏହି ଘଟଣାରେ ସୌମ୍ୟରଞ୍ଜନଙ୍କୁ ନ୍ୟାୟ ପ୍ରଦାନ ଦାବିରେ ତାଙ୍କ ଭଉଣୀ ବାରମ୍ବାର ଭୁବନେଶ୍ବର ଡିସିପିଙ୍କ କାର୍ଯ୍ୟାଳୟ ସାମ୍ନାରେ ଧାରଣାରେ ବସିଥିଲେ । ଶେଷରେ ହାଇକୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ କ୍ରାଇମବ୍ରାଞ୍ଚ ଘଟଣାର ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ୩ ମାସ ଭିତରେ ତଦନ୍ତ ଶେଷ କରିବାକୁ କୁହାଯାଇଛି ।

ଗତକାଲି ମଡ଼େଲ ସୌମ୍ୟରଞ୍ଜନଙ୍କ ଘରେ କ୍ରାଇମବ୍ରାଞ୍ଚ ଟିମ୍ ତନାଘନା କରିବା ସହ ପରିବାର ଲୋକଙ୍କୁ ପଚରାଉଚୁରା କରିଛନ୍ତି ଦୁଇ ମହିଳା ଅଫିସର । ସେହିପରି ମୃତ ସୌମ୍ୟରଞ୍ଜନ ପାଣିଗ୍ରାହୀଙ୍କ ବାପା, ସୁଧାକର ପାଣିଗ୍ରାହୀ , ମାଆ- ମୋହିନୀ ମିଶ୍ର ଏବଂ ଭଉଣୀ- ସୌଭାଗ୍ୟ ଲକ୍ଷ୍ମୀ ପାଣିଗ୍ରାହୀଙ୍କ ବୟାନ ରେକର୍ଡ କରିଛି କ୍ରାଇମବ୍ରାଞ୍ଚ ଟିମ୍ ।

Share this story

World Odia Language Conferene