ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ଟ୍ରକ୍ ଓ ପିକ୍‌ଅପ ଭ୍ୟାନ ମଧ୍ୟରେ ଧକ୍କା, ୧୧ ମୃତ

Pickup van collided with speeding truck killing eleven on spot

ଓଡ଼ିଆ ଗସିପ ବ୍ୟୁରୋ: ଛତିଶଗଡ଼ର ବାଲୋଦା ବଜାର-ଭାତାପଡ଼ା ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘିଟିଛି । ଗୋଟିଏ ଟ୍ରକ୍‌ ଓ ପିକ୍‌ ଭ୍ୟାନ ମଧ୍ୟରେ ଧକ୍କା ହେବାରୁ ୧୧ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୨୦ ଜଣ ଆହତ ହୋଇଛନ୍ତି ।

ଆହତମାନଙ୍କୁ ଉଦ୍ଧାର କରାଯାଇ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଘଟଣା ଗତକାଲି ବିଳମ୍ବିତ ରାତିରେ ଘଟିଥିବା ଜଣାପଡ଼ିଛି । ଆହତମାନଙ୍କ ମଧ୍ୟରୁ ଅଧିକାଂଶ ଲୋକଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ମୃତକଙ୍କ ସଂଖ୍ୟା ବଢ଼ିପାରେ ବୋଲି କୁହାଯାଉଛି । ମୃତହାତମାନେ ସାହୁ ପରିବାରର ସଦସ୍ୟ ବୋଲି ଜଣାପଡ଼ିଛି ।

ଆହୁରି ପଢ଼ନ୍ତୁ : ପତ୍ନୀଙ୍କୁ ଛାଡପତ୍ର ନଦେଇ ଗର୍ଲଫ୍ରେଣ୍ଡଙ୍କ ସହ ସେୟାର କଲେ ଏଭଲି ଫୋଟୋ, ଚର୍ଚ୍ଚାରେ ଏହି ବଲିଉଡ ତାରକା!

ସୂଚନା ଅନୁଯାୟୀ, ସେମାନେ ଖିଲୋରା ଠାରୁ ଆୟୋଜିତ ବିବାହ କାର୍ଯ୍ୟକ୍ରମରେ ଯୋଗଦେଇ ଅରଜୁନିକୁ ଫେରୁଥିଲେ । ହେଲେ ପରିବାରର ସଦସ୍ୟମାନେ ପିକଭ୍ୟାନରେ ଖାମାରିଆର ଡିପିଡବ୍ଲ୍ୟୁଏସ୍‌ ସ୍କୁଲ ଅତିକ୍ରମ କରୁଥିବା ବେଳେ ଏହି ଦୁର୍ଘଟଣା ଘଟିଥିଲା ।

ଗୋଟିଏ ଦ୍ରୁତଗାମୀ ଟ୍ରକ୍‌ ସହ ସାହୁ ପରିବାରର ସଦସ୍ୟମାନେ ଯାଉଥିବା ପିକଅପ୍‌ ଭ୍ୟାନନର ଧକ୍କା ହୋଇଥିଲା । ଘଟଣା ସ୍ଥଳରେ ହିଁ  ୧୧ ଜଣଙ୍କ ମୃତ୍ୟୁ ଘଟିଥିଲା ।

ଖବର ପାଇ ପୁଲିସ୍ ଘଟଣସ୍ଥଳରେ ପହଞ୍ଚିବା ସହ ସ୍ଥାନୀୟ ଲୋକଙ୍କ ସହାୟତାରେ ମୃତାହତଙ୍କୁ ହସ୍ପିଟାଲରେ ଭର୍ତ୍ତି କରିଛି । ଦୁର୍ଘଟଣା ଗ୍ରସ୍ତ ଟ୍ରକ୍‌ ଓ ପିକଅପ ଭ୍ୟାନକୁ ଜବତ କରି ତଦନ୍ତ ଆରମ୍ଭ କରିଛି ପୁଲିସ ।

Share this story

World Odia Language Conferene